/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709615604.jpg)
Fraud, Loot
‘୫ ଲକ୍ଷ ଦିଅ, ୨୦ ଲକ୍ଷ ନେବ’ । ଏମିତି କହି ବାକ୍ସ ଭର୍ତ୍ତି ବାଲି ଧରାଇ ଦେଲେ ଠକ। ଏଭଳି କିଛି ଠକେଇ ଭଦ୍ରକ ଜିଲ୍ଲାରେ ଘଟିଛି। ଫେବ୍ରୁଆରୀ ୧୬ ତାରିଖ ଦିନ ନାରାୟଣ ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ଫୋନରେ ଏକ ଅଫର୍ ଦେଇଥିଲେ। ୫୦୦ ଟଙ୍କିଆ ନୋଟ୍ ୫ ଲକ୍ଷ ଟଙ୍କା ଦେଲେ ୧୦୦ ଓ ୫୦ ଟଙ୍କିଆ ୨୦ ଲକ୍ଷ ଟଙ୍କା ମିଳିବ। ୫୦୦ ଟଙ୍କିଆ ନୋଟ୍ ଆବଶ୍ୟକତା ଥିବାରୁ ଏଭଳି ସ୍କିମ୍ ବାହାରିଛି।
Advertisment
୪ ଗୁଣା ଟଙ୍କା ଲୋଭରେ ନାରାୟଣ ଚଣ୍ଡିଖୋଲ ପାରାଦୀପ ରୋଡ୍ ଟୋଲ୍ ଗେଟ୍ ପାଖରେ ସେ ସଂପୃକ୍ତ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଦେଇଥିଲେ। ଏହା ବଦଳରେ ସେ ଏକ ବାକ୍ସରେ କିଛି ୧୦୦ ଓ ୫୦ ଟଙ୍କିଆ ନୋଟ୍ ଦେଇଥିଲେ। ହେଲେ ଘରକୁ ଆସି ଦେଖିଲା ବେଳେ ତଳେ ଖାଲି ବାଲି ଆଉ ବାଲି ଥିଲା। ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ୍ ଦୁଇ ଅଭିଯୁକ୍ତ ବୁଲୁ ପତି ଓ ପ୍ରିୟରଞ୍ଜନ ନାୟକଙ୍କୁ ଗିରଫ କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)