Saroj Padhi
କୁଆଡ଼େ ଗଲେ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ? ଗତ ଦୁଇ ଦିନରୁ ତାଙ୍କର ପତ୍ତା ମିଳୁନି । ଗତ ୧୨ ତାରିଖଠାରୁ ସେ ନିଖୋଜ ଥିବା ନେଇ କ୍ୟାପିଟାଲ୍ ଥାନାରେ ଏତଲା ଦାଏର ହୋଇଛି । ହେଲେ ପୋଲିସ୍ ହାତ ଏବେ ବି ଖାଲି । ଅଭିଯୋଗ ଅନୁସାରେ, ଗୁରୁବାର ସକାଳ ସାଢ଼େ ୮ଟାରେ ବାହାରିଥିଲେ ସରୋଜ । ତା’ରେ ସେ ଆଉ ଘରକୁ ଫେରିନାହାନ୍ତି ।
ନିଖୋଜ ପୂର୍ବରୁ ସେ ଭୁବନେଶ୍ୱର ୟୁନିଟ-୬ ଘରକୁ ଯାଇଥିଲେ । ସେଠାରୁ ସେ କୁଆଡ଼େ ଗଲେ, କେଉଁଠି ଅଛନ୍ତି, କୌଣସି ପତ୍ତା ମିଳୁନଥିବା ତାଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି । ବାପାଙ୍କ ନିଖୋଜ ପଛରେ ଅପହରଣ ସନ୍ଦେହ ବାରିଛନ୍ତି ତାଙ୍କ ପୁଅ ସଙ୍ଗୀତ ପାଢ଼ୀ । କାରଣ ଗତ କିଛି ଦିନରୁ ସରୋଜଙ୍କୁ ଏକ କଲ୍ ଆସୁଥିଲା, ଯାହା ପାଇଁ ସେ ଚିନ୍ତିତ ରହୁଥିଲେ । ସେଦିନ ବି ଏକ ଫୋନ୍ କଲ୍ ପରେ ସେ ଘରୁ ବାହାରକୁ ଯାଇଥିଲେ । ଆଉ ସେବେଠୁ ତାଙ୍କ ଫୋନ୍ ସ୍ୱିଚ୍ଅଫ୍ ଆସୁଛି । ଏହାସହ ସହ ତାଙ୍କ ସମ୍ପର୍କରେ କୌଣସି ଖୋଜ ଖବର ମଧ୍ୟ ମିଳୁନି । ଗତ ୨୦୦୪ରେ ଆସିକାରୁ ସ୍ୱାଧୀନ ଭାବେ ବିଧାୟକ ଜିତିଥିଲେ ସରୋଜ ପାଢ଼ୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)