• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ । ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜର କଇ ରିଜର୍ଭରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନ(୩୭) । ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ତଣ୍ଟିଚିରା ନିକଟରେ ଶିକାରୀଙ୍କ ଗୁଳିମାଡର ଶିକାର ହୋଇଥିଲେ ପ୍ରହ୍ଲାଦ ପ୍ରଧାନ ।

ମୃତ ଫରେଷ୍ଟ ଗାର୍ଡଙ୍କ ସହ ମୋଟ ୧୩ ଜଣ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀମାନେ ଗୁଳି ଚାଳନା କରିଥିଲେ। ଗୁଳି ସିଧା ଯାଇ ଫରେଷ୍ଟ ଗାର୍ଡ ପ୍ରହ୍ଲାଦଙ୍କ ପେଟରେ ବାଜିଥିଲା । ଯାହା ଫଳରେ ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । 

ଅଧିକ ପଢ଼ନ୍ତୁ: ରାଜ୍ୟରେ ବଢୁଛି ଶିକାରୀଙ୍କ ଦୌରାତ୍ମ୍ୟ, ବିପଦରେ ବନ କର୍ମଚାରୀ

ସୂଚନାଯୋଗ୍ୟ, ପାଟ୍ରୋଲିଂ ବେଳେ ଫରେଷ୍ଟ ଗାର୍ଡ ପ୍ରହ୍ଲାଦଙ୍କୁ ଗୁଳି ମାଡ କରିବା ବେଳେ ନିକଟରେ ଥିବା ଅନ୍ୟ କର୍ମଚାରୀମାନେ ତୁରନ୍ତ ୪ ଶିକାରୀଙ୍କୁ କାବୁ କରିଥିଲେ । କିନ୍ତୁ ଅନ୍ୟ କିଛି ଶିକାରୀ ଫରେଷ୍ଟରଙ୍କ ହାତକୁ ଆସିବା ପୂର୍ବରୁ ହିଁ ଫେରାର ହୋଇ ଯାଇଥିଲେ । ସେମାନଙ୍କ ପାଖରୁ କିଛି ବନ୍ଧୁକ ଜବତ ହୋଇଥିବା ବେଳେ ସେମାନଙ୍କୁ ଅଟକ ରଖା ଯାଇ ଅଧିକ ଜେରା କରାଯାଉଛି । 

ଅନ୍ୟପଟେ ମୃତ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୩୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିବାକୁ PCCFକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ରାଜ୍ୟ ସରକାର ନିଜେ କରିବେ ବାଘ ଓ ହାତୀ ଗଣନା