/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751954099.jpg)
Black magic suspension
ଅନ୍ଧବିଶ୍ୱାସ ଯୋଗୁ ଗୋଟିଏ ପରିବାରର ୫ଜଣଙ୍କ ଜୀବନ ଗଲା । ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ପୂର୍ଣ୍ଣିଆ ଜିଲ୍ଲାରେ । ପରିବାରର ୫ ସଦସ୍ୟଙ୍କୁ ଜୀବନ୍ତ ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି । ଗତ ରବିବାର( ୬ ଜୁଲାଇ) ଦିନ ମୁଫସିଲ ଥାନା ଅଞ୍ଚଳର ଟେଟଗାମା ଗାଁରେ ଏଭଳି ସ୍ପର୍ଶକାତର ଘଟଣା ଘଟିଛି । ଏହି ମାମଲାରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।
ପୂର୍ଣ୍ଣିଆ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାମଦେବ ମହତୋ ନାମକ ଜଣେ ବ୍ୟକ୍ତିଙ୍କ ସନ୍ତାନ ଅସୁସ୍ଥ ଥିଲା । ତେଣୁ ସେ ଚିକିତ୍ସା ପାଇଁ ୫୦ ବର୍ଷୀୟ ବାବୁଲାଲ ଓରାଁଓଙ୍କ ନିକଟକୁ ଯାଇଥିଲେ । ହେଲେ ପିଲାଟିର ମୃତ୍ୟୁ ହୋଇଗଲା । ଯେଉଁ କାରଣରୁ ମୃତକଙ୍କ ପରିବାରଲୋକେ ବାବୁଲାଲ ଓରାଁଓଙ୍କ ପରିବାରଲୋକଙ୍କୁ ମାଡ଼ ମାରିଥିଲେ ।
ମୃତକମାନେ ହେଲେ ବାବୁଲାଲ ଓରାଁଓ(୫୦), ବାବୁଲାଲର ମାଆ କାନ୍ତୋ ଦେବୀ(୭୦), ସ୍ତ୍ରୀ ସୀତା ଦେବୀ(୪୫), ପୁଅ ମଞ୍ଜିତ କୁମାର(୨୫) ଏବଂ ବୋହୂ ରାଣୀ ଦେବୀ(୨୨) । ସେପଟେ ବାବୁଲାଲଙ୍କ ସାନ ପୁଅ(୧୬) ଘଟଣାସ୍ଥଳରୁ ଖସି ଆସିବାରେ ସକ୍ଷମ ହୋଇଥିଲା । ସେ ପୋଲିସ ନିକଟରେ ବୟାନ ଦେଇଛି ଯେ, ଗାଁରେ ଏକ ବୈଠକ ବସିଥିଲା । ବୈଠକରେ ପ୍ରାୟ ୨୦୦ ଲୋକ ଥିଲେ । ସେହି ବୈଠକକୁ ମୋ ବାପା ଓ ମାଆଙ୍କୁ ଡକାଯାଇଥିଲା । ଆଉ ଗାଁଲୋକେ ତାଙ୍କୁ ଜୀବନରୁ ମାରିବାକୁ ଫଇସଲା ହେଲା । ପ୍ରଥମେ ଲାଠିରେ ମାରିଥିଲେ । ପରେ ଜୀଅନ୍ତା ଜାଳିଦେଇଥିଲେ । ଏହାପରେ ମୃତଦେହ ଏକ ଟ୍ରାକ୍ଟର ଉପରେ ଲଦି ଏକ ଶୂନଶାନ ସ୍ଥାନକୁ ନେଇ ଫିଙ୍ଗିଦେଇଥିଲେ ।
ସେପଟେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଟ୍ରାକ୍ଟର ମାଲିକ ନକୁଳ ଓରାଁଓକୁ ଗିରଫ କରି ପୋଲିସ ପଚରାଉଚରା କରୁଛି । ଏହାସହ ୫ ମୃତଦେହ ଜବତ କରିଛି ।
ଅଧିକ ପଢନ୍ତୁ: ଅନ୍ଧବିଶ୍ୱାସ କବଳରେ ଫସି ଚାଲିଗଲା ଜୀବନ, ପାଇଖାନା ପାଣି ପିଆଇ ତଣ୍ଟି ଚିପି ଦେଲା ତାନ୍ତ୍ରିକ
Niladri Bije: ଦେଉଳ ବାହାରେ ସରିଲା ମହାବାହୁଙ୍କ ଲୀଳାଖେଳା; ଆଜି ନୀଳାଦ୍ରିବିଜେରେ ନୀଳକନ୍ଦର ବାହୁଡ଼ି ଯିବେ ଚତୁର୍ଦ୍ଧାମୂରତି…

Manmohan Elected State President: ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ; ମୋଟ ଚତୁର୍ଥ ଥର ପାଇଁ ହେଲେ ସଭାପତି…

Heavy Rain and Thunderstorms in Odisha: ଅଧା ଓଡ଼ିଶାରେ ପ୍ରବଳ ବର୍ଷିବ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ!

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)