• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ରୋଚକ ଘଟଣା । କୋର୍ଟରେ ଜ୍ୱାଇଁକୁ ଗୁଳି କରି ହତ୍ୟା । ପଞ୍ଜାବ ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ଗୁଳିକାଣ୍ଡ ଘଟିଛି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି ।  IRS ଜ୍ୱାଇଁକୁ ଗୁଳି କରି ହତ୍ୟା କରିଛି ଶ୍ୱଶୁର । ତାଙ୍କ ଶ୍ୱଶୁର ପଞ୍ଜାବ ପୋଲିସର ନିଲମ୍ବିତ AIG । ଝିଅର ଛାଡ଼ପତ୍ର ମାମଲାର ଶୁଣାଣି ବେଳେ ଗୁଳିମାଡ଼ କରିଥିବା ନେଇ ସୂଚନା ମିଳିଛି । 

ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ପଞ୍ଜାବର ପୂର୍ବତନ ଏଆଇଜି କ୍ୱାଇଁକୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ଜ୍ୱାଇଁ ହେଉଛନ୍ତି ଜଣେ ଆଇଆରଏସ ଅଧିକାରୀ । ଦୁଇ ପରିବାର ପକ୍ଷରୁ ହୋଇଥିବା ବିବାଦକୁ ନେଇ ଫ୍ୟାମିଲ କୋର୍ଟରେ ମାମଲା ଚାଲିଥିଲା । ଏହି ସମୟରେ ଅଭିଯୁକ୍ତ ବାଥରୁମ୍‌ ଯିବାକୁ କହିଥିଲେ । ଜ୍ୱାଇଁ ରାସ୍ତା ଦେଖାଇବାକୁ କହିଥିଲେ । ଦୁହେଁ କୋର୍ଟ ରୁମ୍‌ରୁ ବାହାରକୁ ଯିବା ପରେ ଶଶୁର ନିଜ ବନ୍ଧୁକରେ ୫ ଥର ଫାୟାରିଂ କରିଥିଲେ । ଏଥୁରୁ ୨ଟି ଗୁଳି କ୍ୱାଇଁ ଦେହରେ ବାଜିଥିଲା । ଅନ୍ୟ ଗୁଳି କବାଟରେ ବାଜିଥିଲା ।

ଗୁଳି ଶବ୍ଦ ଶୁଣି କୋର୍ଟରେ ହଇଚଇ ସୃଷ୍ଟି ହୋଇଥିଲା । ଆହତ ଜ୍ୱାଇଁକୁ ତୁରନ୍ତ ହସପିଟାଲ ନେଉଥିବା ବେଳେ ବାଟରେ ଜୀବନ ଚାଲିଯାଇଥିଲା । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ଏହାପରେ ପୋଲିସ ମାମଲାର ଯାଞ୍ଚ କରୁଥିବା ଜଣାପଡିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now