Advertisment

Firing In Sundargarh: ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲେ ବ୍ୟବସାୟୀ, ଗୁଳିକରି ଚମ୍ପଟ ମାରିଲେ ଦୁର୍ବୃତ୍ତ

ସ୍ଥାନୀୟ ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ଅନ୍ୟପକ୍ଷରେ ଦୁର୍ବୃତ୍ତମାନେ ଫାୟାରିଂ କରି ପ୍ଳାଣ୍ଟ ସାଇଡ୍‌ ଦେଇ ଗାଁ ରାସ୍ତାରେ ପଳାଇ ଯାଇଥିଲେ।

ଅଦ୍ୟତନ ହୋଇଛି
Crime

Crime

Advertisment

ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲେ ବ୍ୟବସାୟୀ। ମୁଖା ପିନ୍ଧି ଦୁର୍ବୃତ୍ତ ଆସିଲେ ଓ ଗୁଳିକରି ଚମ୍ପଟ ମାରିଲେ। ଆଜି ଅପରାହ୍ନରେ ଏପରି ବୀଭତ୍ସ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି ପୋଲିସ୍‌।

Advertisment

ଲେଫ୍ରିପଡା ଥାନା ସରଧାପାଲି ଗାଁର ସୁରଜ୍ ପଟେଲ ଟ୍ରାନ୍ସପୋଟ୍ସ ବ୍ୟବସାୟ କରନ୍ତି। ଆଜି ଅପରାହ୍ନରେ ସିଏ ପ୍ଲାଣ୍ଟକୁ ଯାଉଥିବା ବେଳେ କିଛି ସମୟ ପାଇଁ ଦର୍ଲିପାଲି ଛକଠାରେ ଛିଡ଼ା ହୋଇଥିଲେ। ଠିକ୍‌ ସେତିକି ବେଳେ ମୁଖା ପିନ୍ଧି ୪ ଜଣ ଯୁବକ ଦୁଇ ବାଇକ୍‌ରେ ସେଠାକୁ ଆସିଥିଲେ। ଆଉ ଅତି ନିକଟରୁ ସୁରଜଙ୍କୁ ଗୋଟିଏ ରାଉଣ୍ଡ ଫାୟାରିଂ କରିଥିଲେ। ଗୁଳିଟି ତାଙ୍କ ପେଟ ଓ ଛାତି ମଝିରେ ବାଜିଥିଲା। ରକ୍ତାକ୍ତ ହୋଇ ସେ ସେଠାରେ ପଡ଼ି ଯାଇଥିଲେ।

ଅଧିକ ପଢ଼ନ୍ତୁ: ସୁନା ଦର ଏବେ ଲଗାମଛଡ଼ା, ଆଗକୁ ଲକ୍ଷେ ଟପିବା ନେଇ ବିଶେଷଜ୍ଞଙ୍କ ଆକଳନ

ସ୍ଥାନୀୟ ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ଅନ୍ୟପକ୍ଷରେ ଦୁର୍ବୃତ୍ତମାନେ ଫାୟାରିଂ କରି ପ୍ଳାଣ୍ଟ ସାଇଡ୍‌ ଦେଇ ଗାଁ ରାସ୍ତାରେ ପଳାଇ ଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ଛାନ୍‌ଭିନ୍‌ କରୁଛି। ରାସ୍ତାରେ ଚେକିଂ ଓ ବ୍ଲକିଂ କରୁଛି। ହେଲେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ୍‌। ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନଥିଲେ ସୁଦ୍ଧା ବ୍ୟବସାୟୀକ ଶତ୍ରୁତା ଯୋଗୁ ଗୁଳିମାଡ଼ ହୋଇଥିବା ପୋଲିସ୍‌ ସନ୍ଦେହ କରୁଛି।

Advertisment

ସେପଟେ ଦେଖିବାକୁ ଗଲେ ସୁରଜ ଟ୍ରାନ୍ସପୋଟ୍ସ ବ୍ୟବସାୟ କରୁଛନ୍ତି। ସେଥିପାଇଁ ତାଙ୍କର ଅନେକ ଲୋକଙ୍କ ସହିତ ଶତ୍ରୁତା ଥାଇପାରେ। ତେଣୁ ପୋଲିସ୍‌ ସେହି ଦିଗରୁ ତଦନ୍ତ କରୁଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ:ରାଷ୍ଟ୍ରପତିଙ୍କୁ ପୁଅର୍ ଲେଡି କହି ବିବାଦରେ ସୋନିଆ ଗାନ୍ଧି

Sundargarh Crimes In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ