• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସମ୍ବଲପୁରରେ ବ୍ୟବସାୟୀଙ୍କୁ ଲକ୍ଷ୍ୟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼। ଦେହରେ ଗୁଳି ନବାଜିବାରୁ ଅଳ୍ପକେ ବର୍ତ୍ତିଗଲେ ବ୍ୟବସାୟୀ। କ୍ଷେତରାଜପୁର ଥାନା ପୋଦାର କଲୋନୀରେ ଗତରାତିରେ ଏହି ଫାୟାରିଂ ହୋଇଛି । ଘଟଣାରେ ପୋଲିସ ଗୋଟିଏ ଖୋକା ଜବତ କରିଛି । ପୋଲିସର ସୂଚନା ଅନୁସାରେ ପୋଦାର କଲୋନୀର ମୁକେଶ ଜୈନ ନାମକ ଜଣେ ଡାଲି ବ୍ୟବସାୟୀ ଗୋଦାମ ବନ୍ଦ କରି ସ୍କୁଟିରେ ଘରକୁ ଫେରୁଥିଲେ । ଏହି ସମୟରେ ତାଙ୍କ ଘର ସାମ୍ନାରେ ଜଣେ ଦୁର୍ବୃତ୍ତ ତାଙ୍କ ବ୍ୟାଗକୁ ଛଡ଼ାଇ ନେବା ପାଇଁ ଚେଷ୍ଟା କରିଥିଲା ।

ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ପାଟିତୁଣ୍ଡ ଶୁଣି କିଛି ଲୋକ ଘଟଣାସ୍ଥଳକୁ ଆସିଥିଲେ । ଏହାକୁ ଦେଖି ଦୁର୍ବୃତ୍ତ ଜଣକ ଗୋଟିଏ ରାଉଣ୍ଡ୍ ଫାୟାରିଂ କରି ସେଠାରୁ ଦୌଡ଼ି ପଳାଇଥିଲା। ଖବର ପାଇ ସମ୍ବଲପୁର ଅତିରିକ୍ତ SP ଓ SDPOଙ୍କ ସମେତ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ, ସମ୍ଭବତଃ ବ୍ୟବସାୟୀଙ୍କ ବ୍ୟାଗରେ ଟଙ୍କା ଥିବା ଅନୁମାନ କରି, ଅପରାଧି ଏହାକୁ ଲୁଟ୍ ଉଦ୍ୟମ କରିଥିବା ପୋଲିସ ସନ୍ଦେହ କରୁଛି ।