Advertisment

ଗୋଟିଏପଟେ ଚାଲିଥିଲା ଦୀପାବଳି ସେଲିବ୍ରେସନ, ସେପଟେ ଫୁଟିଲା ଗୁଳି...

ଖାଲି ଓଡ଼ିଶା ନୁହେଁ ଦେଶର ବିଭିନ୍ନ ଅଞ୍ଚଳରୁ ଦୀପାବଳି ଦିନ ଅନେକ ଅଘଟଣ ଖବର ସାମ୍ନାକୁ ଆସିଛି। ଦୀପାବଳି ଦିନ ଗୁଳିମାଡ଼ରେ ପୁରୀରେ ଜଣଙ୍କ ଜୀବନ ଚାଲି ଯାଇଛି।

ଅଦ୍ୟତନ ହୋଇଛି
Odisha Crime

Firing In Puri On The Occasion Of Diwali

Advertisment

ଆଲୋକର ପର୍ବ ଦୀପାବଳିରେ କେଉଁଠି ହସଖୁସିର ମାହୋଲ ଥିବାବେଳେ ଆଉ କେଉଁଠି ଦୁଃଖର ବାତାବରଣ। କେଉଁଠି ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ତ ଆଉ କେଉଁଠି ନିଆଁ ଲାଗି ଧନଜୀବନ ନଷ୍ଟ ହୋଇଛି। ଖାଲି ଓଡ଼ିଶା ନୁହେଁ ଦେଶର ବିଭିନ୍ନ ଅଞ୍ଚଳରୁ ଦୀପାବଳି ଦିନ ଅନେକ ଅଘଟଣ ଖବର ସାମ୍ନାକୁ ଆସିଛି। ଦୀପାବଳି ଦିନ ଗୁଳିମାଡ଼ରେ ପୁରୀ ରେ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକ ହେଲେ ଶଙ୍କର ବେହେରା। ଗତକାଲି ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। 

Advertisment

ଅଧିକ ପଢ଼ନ୍ତୁ: ପିପିଲିରେ ଯୁବକଙ୍କୁ ଗୁଳିମାଡ଼

ସୂଚନା ଅନୁସାରେ, ଗତକାଲି ଦୀପାବଳି ସେଲିବ୍ରେସନ ଚାଲି ଥିବାବେଳେ ରାତି ପ୍ରାୟ ୧୧ଟାରେ ଦୁର୍ବୃତ୍ତମାନେ ୨ଜଣ ବ୍ୟକ୍ତିଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଚନ୍ଦନପୁର ଥାନା ଅନ୍ତର୍ଗତ ଥେଣ୍ଟପୁର ଗାଁ ଭାର୍ଗବୀ ସ୍କୁଲ ନିକଟରେ ଏହି ଗୁଳିମାଡ଼ ହୋଇଥିଲା। ଏଥିରେ ଶଙ୍କର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଗୁଳିଟି ଶଙ୍କରଙ୍କ ପେଟରେ ବାଜିବାରୁ ସେ ଟଳି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ନିଲୁ ବେହେରାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଆଣ୍ଠୁରେ ଗୁଳି ବାଜିଛି।

ପୂର୍ବ ଶତ୍ରୁତାରୁ ଏହି ଗୁଳିମାଡ଼ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଦୁର୍ବୃତ୍ତମାନେ ଫେରାର ଥିବାବେଳେ ସେମାନଙ୍କୁ ଧରିବା ଲାଗି ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି। ଏହାସହ ଘଟଣାର ତଦନ୍ତ ଜାରି ରହିଛି। 

Advertisment
Crime In Odisha Firing Diwali 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: