Advertisment

ପିପିଲିରେ ଯୁବକଙ୍କୁ ଗୁଳିମାଡ଼

ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବଜାରରେ ଫୁଟିଲା ଗୁଳି। ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର।

author-image
Manoranjan Behera
undefined

Firing

ଦୀପାବାଳିରେ ପିପିଲି ବଜାରରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଯୁବକଙ୍କ ଜଙ୍ଘରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାର ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisment

ସୂଚନା ମୁତାବକ, ପିପିଲି କଲେଜର ଜଣେ ଛାତ୍ରୀଙ୍କୁ କେମଣ୍ଟ ମରାଯିବାକୁ ନେଇ ରହିଥିବା ପୂର୍ବ ଶତ୍ରୁତା ଗୁଳିକାଣ୍ଡର କାରଣ ବୋଲି ଜଣାପଡ଼ିଛି। କମେଣ୍ଟମରା ଘଟଣାକୁ ନେଇ ଦୁଇ ପକ୍ଷ ଭିତରେ ବଚସା, ହାତାହାତି ପରେ ମାମଲା ପିପିଲି ଥାନାକୁ ଯାଇଥିଲା। ଏହାକୁ ନେଇ ଦୁଇ ଗ୍ରାମବାସୀଙ୍କ ଭିତରେ କଳହ ଦେଖାଦେଇଥିଲା । ପ୍ରଶାସନ ପକ୍ଷରୁ ଏହି ମାମଲାରେ ଶାନ୍ତି କମିଟି ବୈଠକ ହେବାର ଥିଲା । ମାତ୍ର ବୈଠକ ସ୍ଥଗିତ ରହିଥିବା ବେଳେ ଆଜି ସନାତନ ପିପିଲି ବଜାରକୁ କିଛି ଜିନିଷ କିଣିବାକୁ ଆସିଥିଲେ।

ଏହି ସମୟରେ ତାଙ୍କୁ ଅପରପକ୍ଷର ଜଣେ ଯୁବକ ଅଟକାଇଥିଲେ ଓ ନିଜର ସହଯୋଗୀଙ୍କୁ ଡକାଇ ଥିଲେ । ଏହି ସହଯୋଗୀ ଘଟଣାସ୍ଥଳରେ ପହଞ୍ଚିବା ପରେ ସନାତନଙ୍କ ଗୋଡ଼କୁ ଗୁଳି ମାରିଥିଲେ। ଏହି ସମୟରେ ପାଟ୍ରୋଲିଂରେ ଯାଉଥିବା ପୋଲିସ ଗାଡ଼ି ଅଟକି ଥିଲା। ପୋଲିସକୁ ଦେଖି ଗୁଳିକାଣ୍ଡ ଘଟାଇଥିବା ଯୁବକମାନେ ଫେରାର ହୋଇଯାଇଥିଲେ । ପୋଲିସ କର୍ମଚାରୀମାନେ ତୁରନ୍ତ ଗୁଳିମାଡ଼ ଖାଇଥିବା ସନାତନଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ ।

Advertisment
Crime Firing
Advertisment
Advertisment