Advertisment

ରାଉରକେଲାରେ ଫୁଟିଲା ଗୁଳି, ଚାଲିଗଲା ଯୁବକଙ୍କ ଜୀବନ

ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନଶୃଙ୍ଖଳା ପରିସ୍ଥିତି। କଥାକଥାକେ ଫୁଟୁଛି ଗୁଳି।  ଦିନ ଦ୍ୱିପହରରେ ଏପରି ଘଟଣା ଘଟୁଥିଲେ ବି କିଛି କରିପାରୁନି ପୋଲିସ।  ଇସ୍ପାତ ସହର ରାଉରକେଲାରେ ‍ହୋଇଛି ଗୁଳିମାଡ।

author-image
Minati Mishra
ଅଦ୍ୟତନ ହୋଇଛି
firing at raurkela

firing at raurkela

ରାଉରକେଲା: ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନଶୃଙ୍ଖଳା ପରିସ୍ଥିତି। କଥାକଥାକେ ଫୁଟୁଛି ଗୁଳି।  ଦିନ ଦ୍ୱିପହରରେ ଏପରି ଘଟଣା ଘଟୁଥିଲେ ବି କିଛି କରିପାରୁନି ପୋଲିସ।  ଇସ୍ପାତ ସହର ରାଉରକେଲାରେ ‍ହୋଇଛି ଗୁଳିମାଡ। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ  IGH ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। 

Advertisment

ଘଟଣା ଘଟିଥିଲା ଗତକାଲି ସନ୍ଧ୍ୟାରେ। ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ରେଲୱେ କଲୋନୀର ଜିତେନ୍ଦ୍ର ସାଙ୍କୁ ୪ ଜଣ ଦୁର୍ବୃତ୍ତ ବାଇକରେ ଆସି ଆଖିବୁଜା ଗୁଳି ମାରିଥିଲେ। ସେମାନେ ପ୍ରାୟ ୬ ରାଉଣ୍ଡ ଗୁଳି କରିଥିବା ଜଣାଯାଇଛି। ଗୁଳିମାଡରେ ଜିତେନ୍ଦ୍ର ଗୁରୁତର ହେବା ସହ ତାଙ୍କର ଜଣେ ସମ୍ପର୍କୀୟା ମଧ୍ୟ ଆହତ ହୋଇଥିଲେ। 

Advertisment

ଉଭୟଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା।  ଜିତେନ୍ଦ୍ରଙ୍କ ଅବସ୍ଥା ଆଜି ବି ସଙ୍କଟାପନ୍ନ ଥିଲା। ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ପରିସ୍ଥିତିକୁ ଦେଖି IGH ପରିସରରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା । ହେଲେ ପରେ ତାଙ୍କର ମୃତ୍ୟୁ ଘଟିଥିବା  ଜଣାଯାଇଛି।  ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳି ମାଡ଼ ହୋଇଥିବା ଅନୁମାନ କରାଯାଉଛି।

ସୂଚନାଥାଉ କି, ଦୁଇଦିନ ତଳେ ଗତ ୯ ତାରିଖ ଦିନ  ଜଗତସିଂହପୁର ଅଂଚଳର ବ୍ୟବସାୟୀ ଜଣକ ଜିନିଷ କିଣିବା ପାଇଁ କଟକ ଯାଉଥିବା ବେଳେ କନ୍ଦରପୁରର ଅଥଙ୍ଗା ନିକଟରେ ତାଙ୍କୁ ଗୁଳିମାଡ ହୋଇଥିଲା । ଦୁଇ ଦୁର୍ବୁତ୍ତ ଏକ ବାଇକରେ ଆସି ଗୁଳି ମାଡ କରି ଟଙ୍କା ଲୁଟି ଫେରାର ହୋଇ ଯାଇଛନ୍ତି। ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଅଭିଯୁକ୍ତମାନଙ୍କ ସଂପର୍କରେ ପୋଲିସ ଅନୁସନ୍ଧାନ ଚଳାଇଛି ।

Firing Firing At Rourkela
Advertisment
Advertisment