/odishatv-khabar/media/post_attachments/uploadimage/library/16_9/16_9_0/cyber-fruad_1626167834.jpg)
cyber loot
ଜିଲ୍ଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ ! ଆଗରୁ ସାଧାରଣ ଲୋକଙ୍କ ନାଁରେ ତ ବିଭିନ୍ନ ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲି ଲୁଟୁଥିଲେ ସାଇବର ଲୁଟେରା । କିନ୍ତୁ ଏବେ ଜିଲ୍ଲାପାଳଙ୍କୁ ବି କରିଛନ୍ତି ଟାର୍ଗେଟ । ଜିଲ୍ଲାପାଳ ବି ବର୍ତ୍ତିଲେନି ସାଇବର ଲୁଟେରାଙ୍କ ଆଖିରୁ ।
କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲିଛନ୍ତି ସାଇବର ଠକ । ଏବଂ ତାଙ୍କ ନାଁରେ ଲୋକଙ୍କୁ ମେସେଜ୍ ପଠାଇ ଆମାଜନ ଗିଫ୍ଟ କାର୍ଡ ମାଗୁଛନ୍ତି । ଏ ସଂପର୍କରେ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି କଟକ ଜିଲ୍ଲାପାଳ । ସେ ସାଇବର ଥାନାରେ ଅଭିଯୋଗ କରିବାର କିଛି ଘଣ୍ଟା ପରେ ଆଉ ଏକ ନମ୍ବର ଆକ୍ଟିଭେଟ୍ କରାଯାଇଛି । ଏହା ସହିତ ଆମାଜନ ଗିଫ୍ଟ କାର୍ଡ ଯୋଗାଡ଼ କରି ତାଙ୍କୁ ପଠାଇବାକୁ ମେସେଜରେ କୁହାଯାଇଛି ।
ପ୍ରାଥମିକ ତଦନ୍ତରୁ କଟକ ସାଇବର ଥାନା ପୋଲିସ ଜାଣିପାରିଛି ଯେ, ଏହି ସିମ୍ଗୁଡ଼ିକର ସର୍ଭିସ ଏରିଆ ରାଜ୍ୟ ବାହାରେ ଅଛି । ସାଇବର ଠକମାନେ ଜିଲ୍ଲାପାଳଙ୍କ ମୋବାଇଲରେ ଥିବା କଣ୍ଟାକ୍ଟ ଡିଟେଲ୍ସ ସଂଗ୍ରହ କରି ସେହି ତାଲିକାରେ ଥିବା ଲୋକଙ୍କୁ ଏଭଳି ମେସେଜ୍ ପଠାଯାଉଥିବା ଜଣାପଡ଼ିଛି । ଏହାର ତଦନ୍ତ କରାଯାଉଥିବା କହିଛନ୍ତି କଟକ ଡିସିପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)