/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725196710.jpg)
Fake Police
ଅସଲି ପୋଲିସ ହାତରେ ନକଲି ପୋଲିସ । ଖଣ୍ଡଗିରି ପୋଲିସ ଜଣେ ନକଲି ପୋଲିସକୁ ଗିରଫ କରିଛି । ତା’ର ନାଁ ସୁବାସ ଚନ୍ଦ୍ର କହଁର ଓ ଘର ଭଦ୍ରକରେ । ଇନ୍ସପେକ୍ଟର ମନୋଜ କୁମାର ମିଶ୍ର ଭାବେ ନିଜକୁ ପରିଚୟ ଦେଉଥିଲେ । ଫେସବୁକରେ ନିଜକୁ ଇନ୍ସପେକ୍ଟର ଭାବେ ପରିଚୟ ଦେଇ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ଯୁବତୀ ଜଣଙ୍କର ଯେପରି ସନ୍ଦେହ ନ ହେବ ସେଥିପାଇଁ ପୋଲିସ ଡ୍ରେସରେ ଫଟୋ ଏଡିଟ୍ କରି ତାଙ୍କ ପାଖକୁ ପଠାଉଥିଲେ ।
ପୋଲିସ ଭାବି ଯୁବତୀ ଜଣକ ବିବାହ ମଧ୍ୟ କରିଥିଲେ । ବିବାହ ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ତାଙ୍କ ସତ ଧରାପଡିଯିବା ଭୟରେ ତାଙ୍କୁ ଘରକୁ ନ ନେଇ ଖଣ୍ଡଗିରି ସରକନ୍ତରା ସ୍ଥିତ ଏକ ଭଡାଘର ରଖିଥିଲେ । ତେବେ ଯୁବତୀ ଜଣଙ୍କର ଅଧିକ ସନ୍ଦେହ ହେବାରୁ ସେ ସୁବାସ ଚଢୁଥିବା ଏକ ସୁଇଫ୍ଟ ଡିଜାୟାର କାରର ରେଜିଷ୍ଟ୍ରେସନ ନମ୍ବର ଜରିଆରେ ପ୍ରକୃତ ସତ ଜାଣିବାକୁ ପାଇଥିଲେ । ଏ ନେଇ ଥାନାରେ ଏତଲା ପରେ ଅଭିଯୁକ୍ତ ଜଣଙ୍କୁ ଗିରଫ କରାଯାଇଛି । ତେବେ ଏହି ବିବାହ ପୂର୍ବରୁ ସେ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ବିବାହ କରିଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)