Advertisment

Fake DSP Nabbed in Bhubaneswar: ରାଜଧାନୀରେ ବୁଲୁଛନ୍ତି ନକଲି ପୋଲିସ୍; ଚାକିରି ନାଁରେ ଲଗାଉଥିଲେ ଚୁନ...

ନକଲି ହୋଇ ଅସଲିଙ୍କୁ ଦେଖାଉଥିଲେ ହାକିମାତି । ଚେକିଂ ବେଳେ ସାମ୍ନାକୁ ଆସିଲା ଅସଲ ଚେହେରା । ଜବତ ହେଲା ବିଡ଼ା ବିଡ଼ା ଜାଲ୍ ନୋଟ୍ । ଖାଲି ଜାଲ୍ ନୋଟ୍ କାହିଁକି, ଜାଲି ଡକ୍ୟୁମେଣ୍ଟ, ଫେକ୍ ଆଇ କାର୍ଡ, ଫେକ୍ ପ୍ରମୋସନ ଲେଟର ଏବଂ ନକଲି ଖାକି ଡ୍ରେସ୍ ବି ଜବତ ହୋଇଛି ଦୁଇ ଅଭିଯୁକ୍ତଙ୍କଠାରୁ।

Fake DSP Nabbed in Bhubaneswar

Fake DSP Nabbed in Bhubaneswar

Advertisment

ନକଲି DSP ସାଙ୍ଗେ ନକଲି କନଷ୍ଟେବଳ। ରାଜଧାନୀରେ ବୁଲୁଛନ୍ତି ନକଲି ପୋଲିସ୍ ଅଧିକାରୀ। ଖାଲି ସେତିକି ନୁହେଁ, ଜାଲ୍ ନୋଟ୍ କାରବାରରେ ବି ସଂପୃକ୍ତ ଥିଲେ। ଆଉ ଚାକିରି ଦେବା ନାଁରେ ଲୋକଙ୍କୁ ଲଗାଉଥିଲେ ଚୂନ। କମିଶନରେଟ୍ ପୋଲିସ ଏମିତି ଦୁଇ ଠକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଉଭୟଙ୍କ ଠାରୁ ପ୍ରାୟ ୨ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ମଧ୍ୟ ଜବତ ହୋଇଛି।

Advertisment

ନକଲି ହୋଇ ଅସଲିଙ୍କୁ ଦେଖାଉଥିଲେ ହାକିମାତି । ଚେକିଂ ବେଳେ ସାମ୍ନାକୁ ଆସିଲା ଅସଲ ଚେହେରା । ଜବତ ହେଲା ବିଡ଼ା ବିଡ଼ା ଜାଲ୍ ନୋଟ୍ । ଖାଲି ଜାଲ୍ ନୋଟ୍ କାହିଁକି, ଜାଲି ଡକ୍ୟୁମେଣ୍ଟ, ଫେକ୍ ଆଇ କାର୍ଡ, ଫେକ୍ ପ୍ରମୋସନ ଲେଟର ଏବଂ ନକଲି ଖାକି ଡ୍ରେସ୍ ବି ଜବତ ହୋଇଛି ଦୁଇ ଅଭିଯୁକ୍ତଙ୍କଠାରୁ। ଦୁହେଁ ଅସଲି ନୁହଁନ୍ତି, ନକଲି ପୋଲିସ। ଜଣେ ଭଦ୍ରକ ବାସୁଦେବପୁର ଅଞ୍ଚଳର ମାନସ ରଂଜନ ସେନାପତି ଓ ଅନ୍ୟ ଜଣେ ପିପିଲି ଅଞ୍ଚଳର ଆଶିଷ ସ୍ବାଇଁ। ନକଲି ପୋଲିସ ସାଜି ଲୋକଙ୍କୁ ଚୂନ ଲଗାଇବା ଏବଂ ଜାଲ୍ ନୋଟ କାରବାର ଅଭିଯୋଗରେ ଦୁହିଁଙ୍କୁ ଗିରଫ କରିଛି ସହିଦନଗର ପୋଲିସ।

ଅଧିକ ପଢ଼ନ୍ତୁ: ନକଲି ପୋଲିସ ଅଫିସର ଓ କନଷ୍ଟେବଲ ଗିରଫ, ଜବତ ହେଲା ୨ ଲକ୍ଷରୁ ଅଧିକ ନକଲି ଟଙ୍କା

Advertisment

ମାନସ ନକଲି DSP ସାଜିଥିବା ବେଳେ ଆଶିଷ ନିଜକୁ କନଷ୍ଟେବଳ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ। ବ୍ଲକିଂ ଓ ଚେକିଂ ବେଳେ ମାନସ ନିଜକୁ DSP ପରିଚୟ ଦେବା ସହ ଅସଲି ପୋଲିସକୁ ବି ଧମକାଇଥିଲେ। ଚେକିଂ କରୁଥିବା ପୋଲିସ କର୍ମଚାରୀ ଜଣକ ଡରି ଯାଇଥିବା ବେଳେ ଉପର ଅଫିସରଙ୍କୁ ଏ ନେଇ ଜଣାଇଥିଲେ। ଏସିପିଙ୍କ ନିର୍ଦ୍ଦେଶରେ ଗାଡି ଭିତର ଚେକିଂ ପରେ ସବୁ ସତ ସାମ୍ନାକୁ ଆସିଥିଲା। 

ନିଜକୁ ପୋଲିସ କହି ଏମାନେ ଏକାଧିକ ଲୋକଙ୍କୁ ଲଗାଇଛନ୍ତି ଚୂନ। ବଡ଼ କଥା ହେଉଛି ଗିରଫ ଅଭିଯୁକ୍ତଙ୍କ ଠାରୁ ମିଳିଛି ୧ ଲକ୍ଷ ୯୩ ହଜାର ଟଙ୍କାର ଜାଲ୍ ନୋଟ୍। ଯାହାକୁ ନେଇ ପୋଲିସର ଅକଲ ଗୁଡୁମ। ପୋଲିସ ପୋଷାକ ପିନ୍ଧି ଅଭିଯୁକ୍ତମାନେ ଚଳାଇଥିଲେ ଜାଲନୋଟ୍ କାରବାର। ତେବେ କେବେଠାରୁ ଏମାନେ ଏହି କାରାବାର କରୁଥିଲେ ? କେତେ ଟଙ୍କାର ଜାଲନୋଟ୍ କେଉଁ କେଉଁ ସ୍ଥାନରେ ଦେଇଛନ୍ତି ? ରାଜଧାନୀରେ ଜାଲ୍ ନୋଟ୍ ଦେବା ପାଇଁ କାହା ପାଖକୁ ଆସିଥିଲେ ? ଜବତ ଜାଲ୍ ନୋଟ ସବୁ କେଉଁଠୁ ଆଣିଲେ ? ଏହା ପଛରେ ଆଉ କାହାର ହାତ ରହିଛି, ସେ ନେଇ ଛାନଭିନ୍ କରୁଛି ପୋଲିସ। ଅଧିକ ତଥ୍ୟ ଜାଣିବାକୁ ଉଭୟଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ପୋଲିସ କମିଶନର। ଅଭିଯୁକ୍ତଙ୍କଠାରୁ ଜାଲ୍ ପୋଲିସ ଆଇକାର୍ଡ, ନକଲି ପୋଲିସ ପୋଷାକ, କ୍ୟାପ୍, ବେଲ୍ଟ, ଜୋତା, ଏକାଧିକ ଷ୍ଟାମ୍ପ ଏବଂ ଏକ କାର୍ ଜବତ ହୋଇଛି। 

Advertisment

ଅଧିକ ପଢ଼ନ୍ତୁ: ‘ସେକ୍ସଟର୍ସନ’ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ, ଦିଲ୍ଲୀରୁ ଗିରଫ କଲା କମିଶନରେଟ୍ ପୋଲିସ

Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ