Advertisment

କୋଡ୍ ୱାଡ୍‌ରେ ଚାଲୁଥିଲା 'ବାବା ସିଗାରେଟ୍' ବେପାର: ଗ୍ରାହକ ସାଜି ବେପାରୀଙ୍କୁ ଧରିଲା ଅବକାରୀ ଟିମ୍

କୋଡ୍ ୱାଡ୍ ବାବାରେ ଚାଲୁଥିଲା ବେଧଡକ୍ ନିଶା ସିଗାରେଟ୍ ବେପାର। ରାସ୍ତା କଡ଼ରେ ଦୋକାନ ଖୋଲି ବିକୁଥିଲେ ବି ଧରାପଡୁନଥିଲେ। ଆଉ ଆଜି ଅବକାରୀ ବିଭାଗ ପଞ୍ଝାରେ ପଡ଼ିବା ପରେ ଖୋଲାଖୋଲି କହୁଛନ୍ତି ତାଙ୍କ ବସ୍ତି ସାରା ଅନେକ ଏଇ ବେପାରରେ ମାତିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Excise sleuths seize Ganja-laced cigarettes in Bhubaneswar

Excise sleuths seize Ganja-laced cigarettes in Bhubaneswar

ରାଜଧାନୀ ଛାତି ଉପରେ ବେଧଡକ୍ ଚାଲୁଛି ଗଞ୍ଜେଇ ସିଗାରେଟ୍ ବେପାର। ମୁଖ୍ୟ ଗ୍ରାହକ ଛାତ୍ର ଓ ଯୁବ ଗୋଷ୍ଠୀ। କୋଡ୍ ୱାର୍ଡ ବାବା ସିଗାରେଟ୍ ନାଁରେ ଚାଲୁଛି ବ୍ୟବସାୟ। ଆଚାର୍ଯ୍ୟବିହାର ନିକଟ ବିଶେଶ୍ବର ବସ୍ତିରୁ ଆଜି ଜଣେ ମହିଳା ନିଶା ବ୍ୟବସାୟୀକୁ କାବୁ କରିଛି ଅବକାରୀ ଟିମ୍। ତାଠୁ ବିପୁଳ ଗଂଜେଇ ସିଗାରେଟ୍ ବି ଜବତ ହୋଇଛି। ଏପଟେ ନିଶା ଖାଇ ଅପରାଧ ଦୁନିଆରେ ପାଦ ଥାପୁଥିବା ଛାତ୍ରଛାତ୍ରୀଙ୍କୁ ବାଟକୁ ଆଣିବାକୁ ପୋଲିସ୍ କମିଶନର କରିଛନ୍ତି ସେମିନାର୍।

Advertisment

ଶ୍ରାବଣ ମାସ ପାଇଁ ତିଆରି ହୋଇଛି ସ୍ପେଶାଲ୍ ଫୁଲବାଣୀ ମାଲ୍। ରାଜଧାନୀର ଆଚାର୍ଯ୍ୟ ବିହାର ନିକଟ ବିଶ୍ୱେଶ୍ୱର ବସ୍ତିରୁ ଗିରଫ ହେଲେ ମହିଳା। ଗଂତାଙ୍କ ଗରାଖ ବି ସିଲେକ୍ଟେଡ।  ଏବେ ତାଙ୍କ ଗ୍ରାହକ ସବୁ ଯୁବକ ନହେଲେ ଇଂଜିନିୟରିଂ ଛାତ୍ର। କୋଡ୍ ୱାଡ୍ ବାବାରେ ଚାଲୁଥିଲା ବେଧଡକ୍ ନିଶା ସିଗାରେଟ୍ ବେପାର। ରାସ୍ତା କଡ଼ରେ ଦୋକାନ ଖୋଲି ବିକୁଥିଲେ ବି ଧରାପଡୁନଥିଲେ। ଆଉ ଆଜି ଅବକାରୀ ବିଭାଗ ପଞ୍ଝାରେ ପଡ଼ିବା ପରେ ଖୋଲାଖୋଲି କହୁଛନ୍ତି ତାଙ୍କ ବସ୍ତି ସାରା ଅନେକ ଏଇ ବେପାରରେ ମାତିଛନ୍ତି।

ବିଶେଶ୍ୱର ବସ୍ତିରେ ଗଞ୍ଜେଇ ସିଗାରେଟ୍ କାରବାର ଚାଲୁଥିବା ନେଇ ଅବକାରୀ ବିଭାଗ ଖବର ପାଇଥିଲା। ବେପାରୀଙ୍କୁ ଧରିବାକୁ ଜାଲ ବିଛାଇ ଏକ ଟିମ୍ ଗଠନ କରିଥିଲା। ସେମାନଙ୍କ ଭିତରେ ଜଣେ ଷ୍ଟୁଡେଣ୍ଟ ଗ୍ରାହକ ସାଜି ରଙ୍ଗବତୀଙ୍କୁ କୋଡ୍ ୱାଡରେ ବାବା ସିଗାରେଟ୍ ମାଗିଥିଲା। ଆଉ ଯେମିତି ଗଞ୍ଜେଇ ସିଗାରେଟ୍ ମିଳିଲା, ଅବକାରୀ ଟିମ୍ ସେଠୁ ଚଢ଼ଉ କରି ୨୪ କେଜି ଗଞ୍ଜେଇ ସହ ପାଖାପାଖି ୫ ହଜାର ଗଞ୍ଜେଇ ସିଗାରେଟ୍ ଜବତ କରିଛି। ପରେ ଉକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଗଂଜେଇ ପୁଡ଼ିଆ ହେଉ କି ଗଂଜେଇ ସିଗାରେଟ୍, ରାଜଧାନୀର ବିଭିନ୍ନ ସ୍ଥାନରେ ଖୋଲାଖୋଲି ବିକ୍ରି ଚାଲିଛି। ଏମିତିକି ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନ ପାଖ, ବସ୍ତି ଓ ପାର୍କ ନିକଟରେ ବେଶୀ କାରବାର ଚାଲିଛି। ଏହାକୁ ସେବନ କରି ଛାତ୍ର ଓ ଯୁବ ଗୋଷ୍ଠୀ ନାନା ଅପରାଧ ଘଟାଇବାକୁ ପଛାଉ ନାହାନ୍ତି। ଯାହାକୁ ନେଇ ଚିନ୍ତାରେ ଉଭୟ କମିଶନରେଟ ପୋଲିସ ଓ ଅଭିଭାବକ। ଏହାକୁ ରୋକିବାକୁ ବିଭିନ୍ନ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କୁ ନେଇ ପୋଲିସ କମିଶନର କରିଛନ୍ତି ଏକ ଆଲୋଚନା ଚକ୍ର।

Cigarettes
Advertisment
Advertisment