Advertisment

Excise Department Raid: ଅବକାରୀ ବିଭାଗ ଓ ମଦ ମାଫିଆଙ୍କ ଗୋଡ଼ାଗୋଡି ଖେଳ!

ଅବକାରୀ ବିଭାଗ କର୍ମଚାରୀମାନେ ମଦ ମାଫିଆଙ୍କ ସ୍କର୍ପିଓକୁ ପିଛା କରିଥିଲେ। ପ୍ରାୟ ଦଶ କିଲୋମିଟର ଧରି ଗୋଡାଇଥିଲେ। ଗୋଡାଗୋଡ଼ି ପରେ ମଦ ଭର୍ତ୍ତି ସ୍କର୍ପିଓକୁ ଧରିବାରେ ସଫଳ ହୋଇଥିଲା ଅବକାରୀ ବିଭାଗ।

ଅଦ୍ୟତନ ହୋଇଛି
DKL

DKL

Advertisment

ରାତି ଅଧରେ ଅବକାରୀ ବିଭାଗ ଓ ମଦ ମାଫିଆଙ୍କ ଗୋଡ଼ାଗୋଡି। ଦୀର୍ଘ ୧୦ କିମି ପର୍ଯ୍ୟନ୍ତ ଚାଲିଥିଲା ଏହି ଗୋଡ଼ାଗୋଡ଼ି ଖେଳ। ଶେଷରେ ମଦ ମାଫିଆଙ୍କୁ ମାଡ଼ି ବସିଲେ ଅବକାରୀ ବିଭାଗ କର୍ମଚାରୀ। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ଦେଇଯାଇଥିବା ୫୩ ନମ୍ୱର ଜାତୀୟ ରାଜପଥରେ ଘଟିଛି।

Advertisment

ସୋମବାର ବିଳମ୍ୱିତ ରାତିରେ ପରଜଙ୍ଗ ଥାନା ଆମ୍ବପଳାସ ଗାଁରୁ ଏକ ସ୍କର୍ପିଓରେ ବିପୁଳ ପରିମାଣର ଦେଶୀ ମଦ ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଏ ସମ୍ପର୍କରେ ଜାଣିବାକୁ ପାଇଥିଲା ଅବକାରୀ ବିଭାଗ। ତେଣୁ ୫୩ ନମ୍ୱର ଜାତୀୟ ରାଜପଥରେ ବ୍ଲକିଂ କରିଥିଲା। ତେବେ ମଦ ଭର୍ତ୍ତି ସ୍କର୍ପିଓଟି ଅବକାରୀ ବିଭାଗ କର୍ମଚାରୀ ଓ ତାଙ୍କ ଗାଡିକୁ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇ ଯାଇଥିଲା।

ଅଧିକ ପଢ଼ନ୍ତୁ: ନିଆରା ସର୍ତ୍ତରେ ଜାମିଦେଲେ ହାଇକୋର୍ଟ

ଅବକାରୀ ବିଭାଗ କର୍ମଚାରୀମାନେ ମଦ ମାଫିଆଙ୍କ ସ୍କର୍ପିଓକୁ ପିଛା କରିଥିଲେ। ପ୍ରାୟ ଦଶ କିଲୋମିଟର ଧରି ଗୋଡାଇଥିଲେ। ଗୋଡାଗୋଡ଼ି ପରେ ମଦ ଭର୍ତ୍ତି ସ୍କର୍ପିଓକୁ ଧରିବାରେ ସଫଳ ହୋଇଥିଲା ଅବକାରୀ ବିଭାଗ। ସ୍କର୍ପିଓରୁ ଚୋରା ଚାଲାଣ ହେଉଥିବା ୯୯୦ ଲିଟର ଦେଶୀ ମଦ ଜବତ କରିଥିଲା। ତେବେ ଏହି ଘଟଣାରେ ପରଜଙ୍ଗ ଥାନା ଆମ୍ବପଳାସ ଗାଁର ମଣ୍ଟୁ ସାହୁ ଓ ବଳରାମ ସାହୁଙ୍କୁ ଅବକାରୀ ବିଭାଗ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ମାଫିଆ ସରୋଜ ସାହୁ ଫେରାର ହୋଇଯାଇଛି। ଅଟକ ଥିବା ଦୁଇ ଓ ଫେରାର ଥିବା ଅଭିଯୁକ୍ତ ସମ୍ପର୍କରେ ତିନି ଭାଇ।

Advertisment

ଅଧିକ ପଢ଼ନ୍ତୁ:ଗଡ଼ି ଗଲାଣି ବୟସ... ହେଲେ ପେଟ ପାଇଁ ଚା’ ଦୋକାନଟିଏ କରି କର୍କଟକୁ କରୁଛନ୍ତି ବାଏ ବାଏ

ଅଭିଯୋଗରୁ ପ୍ରକାଶ, ଆମ୍ବପଳାଶ ଗାଁ ଚୋରା ମଦର ଭୂସ୍ୱର୍ଗ ପାଲଟିଛି। ରାଜ୍ୟ ତଥା ରାଜ୍ୟ ବାହାରକୁ ଏଠାରୁ ବର୍ଷ ତମାମ ଚୋରା ମଦ ଚାଲାଣ ହେଉଛି। ତେବେ ଏ ନେଇ ଅଟକ ରହିଥିବା ଦୁଇ ଯୁବକଙ୍କ ବାପା ଅବକାରୀ ବିଭାଗ ବିରୋଧରେ ଗୁରୁତ୍ୱର ଅଭିଯୋଗ କଣିଛନ୍ତି। ସେ କହିଛନ୍ତି, ରାସ୍ତାରେ ଗାଡି ଯାଉଥିବା ବେଳେ ଅବକାରୀ ବିଭାଗ ଉଦ୍ଦେଶ୍ୟ ମୂଳକ ଭାବେ ଗାଡିକୁ ଜବତ କରିଛି। ତେଣୁ ସେ ଘଟଣାର ନୀରପେକ୍ଷ ତଦନ୍ତ ଦାବି କରିଛନ୍ତି।

Advertisment
Dhenkanal Crimes In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ