/odishatv-khabar/media/post_attachments/uploadimage/library/16_9/16_9_0/Anup_Sai_1667483899.jpg)
Anup Sai
ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଜାମିନ । ମା, ଝିଅ ଡବଲ ମର୍ଡର ମାମଲାରେ ଜାମିନ ଦେଲେ ହାଇକୋର୍ଟ । ଡବଲ ମର୍ଡର ମାମଲାରେ ଅନୁପଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି । ଗତ ଏପ୍ରିଲରେ ଆଜୀବନ ଜେଲ୍ ଦେଇଥିଲେ ରାଇଗଡ଼ ସେସନ୍ସ କୋର୍ଟ । ୨୦୧୬ ମସିହା ମେ’ରେ ମାଆ ଏବଂ ଝିଅଙ୍କୁ ହତ୍ୟା କରାଯାଇଥିଲା । କଳ୍ପନା ଦାସ ଏବଂ ତାଙ୍କ ୧୪ ବର୍ଷର ଝିଅକୁ ହତ୍ୟା କରାଯାଇଥିଲା ।
ଛତିଶଗଡ଼ ରାଇଗଡ଼ ଜିଲ୍ଲା ହମିରପୁରରୁ ଉଭୟଙ୍କ ମୃତଦେହ ମିଳିଥିଲା । ଘଟଣାରେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଗିରଫ ହୋଇଥିଲେ । ଅନୁପଙ୍କୁ ଆଜୀବନ ହୋଇଥିଲା ବେଳେ ବର୍ଦ୍ଧନଙ୍କୁ ଖଲାସ କରିଥିଲେ କୋର୍ଟ । ୨୦୨୦ ମସିହା ଫେବୃଆରୀ ୧୩ରେ ଛତିଶଗଡ଼ର ରାଇଗଡ଼ ପୋଲିସ୍ ଅନୁପ ସାଏଙ୍କୁ ଗିରଫ କରିଥିଲା ।
ସୂଚନାଥାଉ କି, ୨୦୧୬ ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ରେ କଳ୍ପନା ଦାସ ଓ ତାଙ୍କର ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟା କରାଯାଇଥିଲା । ଉଭୟଙ୍କୁ ହତ୍ୟା କରାଯାଇ ଛତିଶଗଡ଼ ସୀମାରେ ଫିଙ୍ଗା ଯାଇଥିଲା । ଛତିଶଗଡ଼ ପୋଲିସ୍ ମୃତଦେହ ଜବତ କରି ତଦନ୍ତ କରିଥିଲା । ଏହାକୁ ନେଇ ବିଭିନ୍ନ ଥାନାରେ ତଦନ୍ତ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟି କିଛି ଗୋପନୀୟ ତଥ୍ୟ ସଂଗ୍ରହ କରିଥିଲା ପୋଲିସ୍ । ତେବେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହ କରି ଛତିଶଗଡ଼ ପୋଲିସ୍ ଅନୁପ ସାଏଙ୍କୁ ଗିରଫ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)