Advertisment

Raja Chakra: ଘାଣ୍ଟୁଛି EOW, ମମତା କହିଲେ- ପାଣ୍ଡିଆନ, ବବି ବଳରେ ରାଜା ଚକ୍ର ବଳୀୟାନ

ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ରାଜା ଚକ୍ର ହୋଇଥିଲେ ପାୱାରଫୁଲ୍ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ ଅପରେଟିଭ ସୋସାଇଟି କେଳେଙ୍କାରୀ ମାମଲା ତନାଘନା ମଧ୍ୟରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ ସାଂସଦ ମମତା ମହାନ୍ତ । ପଢନ୍ତୁ ପୂରା ଖବର

ଅଦ୍ୟତନ ହୋଇଛି
undefined

Raja Chakra

Advertisment

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ ଅପରେଟିଭ ସୋସାଇଟି କେଳେଙ୍କାରୀ ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ମିଳୁନି ତ୍ରାହି । ପୁଣିଥରେ ରାଜା ଚକ୍ରଙ୍କ ଘରେ ଚଢାଉ କରିଛି EOW । ଜଣେ ASPଙ୍କ ନେତୃତ୍ବରେ ଗୋଟିଏ ଟିମ ଆଜି ରାଜାଙ୍କର  କେନ୍ଦୁଝର ଜଗନ୍ନାଥପୁର ସ୍ଥିତ ଘରେ ଚଢାଉ କରିଛି । ବହୁ ସମୟ ଧରି ଘରେ ଯାଞ୍ଚ ଚାଲିଛି । ଖାଲି ଏତିକି ନୁହେଁ, ଯୋଡ଼ା ଖଣି କ୍ଷେତ୍ରର ବିଭିନ୍ନ ଜାଗାରେ ଆଉ ଏକ ଟିମ ତଦନ୍ତ ଜାରି ରଖିଛି । ଏହି ଚଢାଉ ବେଳେ EOW ବହୁ ତଥ୍ୟ ପାଇଥିବା ସୂଚନା ମିଳୁଛି । 

Advertisment

ଅଧିକ ପଢ଼ନ୍ତୁ: ତୃତୀୟ ଦିନରେ ଘାଣ୍ଟୁଛି NHRC, ଚାଲିଛି ଖୋଳତାଡ଼, ଖୋଲୁଛି କେଳେଙ୍କାରୀର କଳା ଚିଠା

ଏହାରି ମଧ୍ୟରେ ରାଜା ଚକ୍ରଙ୍କୁ ନେଇ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ । ମମତା କହିଛନ୍ତି, ବିଜେଡି ନେତା ରାଜା ଚକ୍ର ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ପାୱାରଫୁଲ ଥିଲେ । ସେମାନଙ୍କ ହାତ ନଥିଲେ, ସେ ଏତେ ଶକ୍ତିଶାଳୀ କେମିତି ହୋଇଥାନ୍ତେ ?

Advertisment

ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ରାଜା ଚକ୍ରଙ୍କୁ କିଏ ଏତେ ପାୱାର ଦେଇଥିଲା ବୋଲି ପ୍ରଶ୍ନ କରିବା ସହ ମୋହନ ସରକାରରେ ଯିଏ ଦୁର୍ନୀତି କରିବ ଦଣ୍ଡ ପାଇବ ବୋଲି କହି ବିଜେଡିକୁ ଘେରିଛନ୍ତି ମମତା ମହାନ୍ତ । 

ଅନ୍ୟପଟେ ମମତାଙ୍କ ଏହି ଆରୋପର ଜବାବ ରଖିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ସେ କହିଛନ୍ତି- ମାମଲା ତଦନ୍ତ ଚାଲିଛି, ତଦନ୍ତରେ ଯିଏ ଦୋଷୀ ସାବ୍ୟସ୍ତ ହେବ ସରକାର ତା' ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।

Advertisment

କହିରଖୁଛୁ କି, କେନ୍ଦୁଝର ଜିଲ୍ଲା ଶୁଆକାଟି ସ୍ଥିତ OMC ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ୍ ସୋସାଇଟି ଲିମିଟେଡରେ ୫୦ କୋଟି ଟଙ୍କା ଅର୍ଥ ହେରଫେର ନେଇ ତଦନ୍ତ ଘେରକୁ ଆସିଥିଲେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର । ବର୍ଷ ବର୍ଷ ଧରି ଏହି ସୋସାଇଟିରେ ଅର୍ଥ ହେରଫେର ସହ ଜାଲ କାଗଜପତ୍ର ଦେଇ ସରକାରଙ୍କୁ ଭୂଆଁ ବୁଲାଯାଉଥିବା ଅଭିଯୋଗରେ ଇଓଡବ୍ଲୁ ସ୍କାନର ଅଛନ୍ତି ରାଜା ।

ଏହି ମାମଲାରେ ମାର୍ଚ୍ଚ ୩ ଦିନ ୧୧ଟାରୁ ରାଜାଙ୍କୁ ହୋଇଥିଲା ଝାଳବୁହା ଜେରା । ମାମଲାରେ ସୋସାଇଟିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ଗତ ୯ ତାରିଖରେ ଗିରଫ କରିଥିଲା ଇଓଡବ୍ଲୁ । ପରେ ରିମାଣ୍ଡରେ ଆଣି ଉଭୟଙ୍କୁ ପଚରାଉଚୁରାରୁ ମିଳିଥିଲା ଅନେକ ଚାଞ୍ଚଲ୍ୟକର ତଥ୍ୟ । ଆଉ ତାରି ଆଧାରରେ ଇଓଡବ୍ଲୁ ରାଜାଙ୍କୁ ଜେରା କରିଥିଲା ।  

ଅଧିକ ପଢ଼ନ୍ତୁ: ଓଡ଼ିଆ ଯୁବକଙ୍କୁ ମାରିଦେଲେ, ସାଙ୍ଗରେ ଥିବା ବିଦେଶିନୀଙ୍କୁ ଗଣଦୁଷ୍କର୍ମ କଲେ

BJD Leaders Booked EOW Mining Scam Odisha Raja Chakra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ