Advertisment

୨୦୦ କୋଟି ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ପୁଣି ଜେରା କଲା EOW

EOW ର ଯୁଗ୍ମ କମିଶନର ଛାୟା ଶର୍ମା ଏବଂ ସ୍ୱତନ୍ତ୍ର କମିଶନର ରବିନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଅଧିକାରୀଙ୍କ ଏକ ଟିମ୍ ଅଭିନେତ୍ରୀଙ୍କୁ ପଚରାଉଚରା କରିଥିବା ଜଣାପଡିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Jacqueline  Fernandez

Jacqueline Fernandez

୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଙ୍କୁ ଆଜି ପୁଣି ପଚରାଉଚରା କରାଯାଇଛି । ତାଙ୍କୁ ମହାଠକ ସୁକେଶଙ୍କଠାରୁ ପ୍ରାପ୍ତ ଉପହାର ଏବଂ କାରବାର ଦଲିଲ ସହିତ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା EOW ସମନ କରିଥିଲା । ତେବେ ଜ୍ୟାକଲିନ୍ ଆଜି ପ୍ରାୟ ଅଢେଇ ଘଣ୍ଟା ବିଳମ୍ବରେ EOW କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହାପୂର୍ବରୁ EOW ଗତ ୧୪ ସେପ୍ଟେମ୍ବରରେ ୮ ଘଣ୍ଟା ଧରି ଜ୍ୟାକଲିନଙ୍କୁ ଜେରା କରିଥିଲା ।

Advertisment

EOW ର ଯୁଗ୍ମ କମିଶନର ଛାୟା ଶର୍ମା ଏବଂ ସ୍ୱତନ୍ତ୍ର କମିଶନର ରବିନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଅଧିକାରୀଙ୍କ ଏକ ଟିମ୍ ଅଭିନେତ୍ରୀଙ୍କୁ ପଚରାଉଚରା କରିଥିବା ଜଣାପଡିଛି । ଜ୍ୟାକଲିନଙ୍କ ସହ ତାଙ୍କ ଡ୍ରେସ ଡିଜାଇନର୍ ଲିପାକ୍ଷୀଙ୍କୁ ମଧ୍ୟ ଡକାଯାଇଥିଲା । ଉଭୟଙ୍କୁ ମୁହାଁମୁହିଁ ବସାଇ ଜେରା କରାଯାଇଥାନ୍ତା କିନ୍ତି ଅସୁସ୍ଥତା କାରଣ ଦର୍ଶାଇ ଲିପାକ୍ଷୀ ଆଜି  EOW କାର୍ଯ୍ୟାଳୟରେ ପହଞ୍ଚି ନଥିଲେ ।

ତେବେ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଜ୍ୟାକଲିନ୍‌ଙ୍କୁ ଅଭିଯୁକ୍ତ ଦର୍ଶାଇଛି । ଏହାସହ ଏହି ମାମଲାରେ ED ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରିଛି । ଏଥିରେ ଜ୍ୟାକଲିନଙ୍କ ନାଁ ମଧ୍ୟ ରହିଛି । ED ପକ୍ଷରୁ ଦିଲ୍ଲୀ କୋର୍ଟରେ ରେ ଏହି ଚାର୍ଜସିଟ୍‌ ଦାଖଲ ହୋଇଛି। 

Advertisment

ସୂଚନାଥାଉ କି, ଏହା ପୂର୍ବରୁ ଜ୍ୟାକଲିନ୍‌ଙ୍କ ୭ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ED ଜବତ କରିଥିଲା। ଏହି ସମ୍ପତ୍ତି ମଧ୍ୟରେ ଜ୍ୟାକଲିନ୍‌ଙ୍କ ୭ କୋଟି ୧୨ ଲକ୍ଷ ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ ମଧ୍ୟ ଥିଲା । 

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ, ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଧମକ ଦେଇ ଆଦାୟ କରିଥିବା ଟଙ୍କାରେ ଜ୍ୟାକଲିନ୍‌ଙ୍କୁ ୫ କୋଟି ୭୧ ଲକ୍ଷ ଟଙ୍କାର ଗିଫ୍ଟ ଦେଇଥିଲେ । ଜ୍ୟାକଲିନ୍‌ଙ୍କ ପରିବାର ଲୋକଙ୍କୁ ମଧ୍ୟ ଆମେରିକୀୟ ଓ ଅଷ୍ଟ୍ରେଲୀୟ ଡଲାରରେ ସୁକେଶ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଥିଲା ।

୨୦୦ କୋଟି ମନି ଲଣ୍ଡ୍ରିଂ(Money Laundering) ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ପଚରାଉଚରା ବେଳେ ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାପରେ ସୁକେଶଙ୍କ ସହ ଜ୍ୟାକଲିନ୍‌ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏପରିକି ସୁକେଶ, ଜ୍ୟାକଲିନ୍‌ଙ୍କୁ ଦେଇଥିବା ଅନେକ ମହଙ୍ଗା ଗିଫ୍ଟକୁ ମଧ୍ୟ ତଦନ୍ତ ଏଜେନ୍ସି ଜବତ କରିଥିଲା ।  

Jacqueline Fernandez Sukesh Chandrasekha Jacqueline Sukesh
Advertisment
Advertisment