Advertisment

Gujarat Murder: ଜହ୍ଲାଦ ପାଲଟିଲେ ୨ ପୁଅ; ମା’ର ପ୍ରେମିକକୁ ଛୁରି ଭୁସିଲେ, ଅନ୍ତବୁଜୁଳା କାଢି ଫୋପାଡି ଦେଲେ

ବିଚ୍‌ ରାସ୍ତାରେ ଲୁହା ରଡ୍‌ରେ ପିଟିଲେ । ବାରମ୍ବାର ଭୁସି ଚାଲିଲେ ଛୁରି । ଏତିକିରେ ମନ ବୁଝିଲାନି । ପେଟ ଚିରି ଅନ୍ତପୁଟା ବାହାର କରି ଖଣ୍ଡ ଖଣ୍ଡ କରି କାଟି ପକାଇଲେ। ମା’ର ପ୍ରେମ ସମ୍ପର୍କକୁ ବରଦାସ୍ତ କରି ନ ପାରି ଏପରି ଜହ୍ଲାଦ ପାଲଟି ଗଲେ ଦୁଇ ପୁଅ।

ଅଦ୍ୟତନ ହୋଇଛି
Murder

Murder

Advertisment

ବୀଭତ୍ସ, ବର୍ବର, ଅମାନୁଷିକ। ବିଚ୍‌ ରାସ୍ତାରେ ଲୁହା ରଡ୍‌ରେ ପିଟିଲେ। ବାରମ୍ବାର ଭୁଶି ଚାଲିଲେ ଛୁରି। ଏତିକିରେ ବୁଝିଲାନି ମନ। ପେଟ ଚିରି ଅନ୍ତପୁଟା ବାହାର କରି ଖଣ୍ଡ ଖଣ୍ଡ କରି କାଟି ପକାଇଲେ। ମା’ର ପ୍ରେମ ସମ୍ପର୍କକୁ ବରଦାସ୍ତ କରି ନ ପାରି ଏପରି ଜହ୍ଲାଦ ପାଲଟି ଗଲେ ଦୁଇ ପୁଅ। ଅତ୍ୟନ୍ତ ଅମାନୁଷିକ ଭାବେ ସମସ୍ତଙ୍କ ଆଗରେ ମା’ର ପ୍ରେମିକର ଜୀବନ ନେଇଗଲେ।

Advertisment

ଗୁଜରାଟ ଗାନ୍ଧିନଗରର ମୋଖସନ ଗାଁର ଏହି ହତ୍ୟାକାଣ୍ଡ ଏବେ ଚହଳ ପକାଇଛି। ରତନଜୀ ଠାକୁର ପେଶାରେ ରାଜମିସ୍ତ୍ରୀ ଥିଲେ । ୧୫ ବର୍ଷ ହେବ ଗାଁର ଜଣେ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ତେବେ ଏହାକୁ ବିରୋଧ କରୁଥିଲେ ମହିଳାଙ୍କ ଦୁଇ ପୁଅ ସଞ୍ଜୟ ଠାକରେ ଓ ଜୟେଶ ଠାକରେ। ଏପରିକି ତାଙ୍କ ମା’ଙ୍କ ଠାରୁ ଦୂରେଇ ରହିବାକୁ ରତନଜୀଙ୍କୁ ଚେତାବନୀ ଦେଇଥିଲେ। ବାରମ୍ବାର ବୁଝାଇବା ପରେ ବି ସମାଧାନ ନ ବାହାରିବାରୁ ଗାଁରେ ବସିଥିଲା ପଞ୍ଚାୟତ। ହେଲେ କାହା କଥା ଶୁଣି ନଥିଲେ ରତନଜୀ। ଏହାପରେ ଚରମରେ ପହଞ୍ଚିଥିଲା ଦୁଇ ଭାଇଙ୍କ ରାଗ। ରତନଜୀଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ଉଭୟ।

ଜାନୁଆରୀ ୨୬ ତାରିଖ ରବିବାର ଦ୍ବିପହର ସମୟରେ ଯୋଜନା ମୁତାବକ ଜଗି ରହିଥିଲେ। ରତନଜୀ କିଛି ଶ୍ରମିକଙ୍କ ସହ ଜିକୁଜି ପରମାର ଗାଁରେ ଏକ ଘର ନିର୍ମାଣ କରୁଥିଲେ। ଏତିକି ବେଳେ ସଞ୍ଜୟ ଏବଂ ଜୟେଶ ଠାକୋର ସେଠାରେ ପହଞ୍ଚିଥିଲେ। ହାତରେ ଥିଲା ଛୁରୀ ଆଉ ଲୁହା ରଡ୍। ମା’ର ପ୍ରେମିକକୁ ରାସ୍ତା ମଝିରେ ପିଟି ପିଟି ମାରି ଦେଇଥିଲେ। କେବଳ ସେତିକି ନୁହେଁ ବାରମ୍ବାର ଛୁରି ଭୁସି ପେଟ ଭିତରୁ ବାହାର କରି ଦେଇଥିଲେ ଅନ୍ତ ବୁଜୁଳା। ଏହାପରେ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗ ଦେଇଥିଲେ। ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ରତନଜୀଙ୍କ ପୁଅର ଅଭିଯୋଗ ଆଧାରରେ ପୁଲିସ ଦୁଇ ଅଭିଯୁକ୍ତ ଭାଇକୁ ଗିରଫ କରିଛି। ଉଭୟଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ମୋତେ ବାହାହେଲୁନି, ତୋ ପ୍ରେମିକାକୁ ବିଷ ପିଆଇଦେଲି...

Murder Gujarat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ