• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରେମ ସମ୍ପର୍କକୁ ବିରୋଧ କରି ନାବାଳକଙ୍କୁ ନିଆଁକୁ ଫିଙ୍ଗିଦେଲେ ସମ୍ପର୍କୀୟ । ଦୂର ସମ୍ପର୍କୀୟାଙ୍କ ସହ ପ୍ରେମ ଥିବା ନେଇ ଜଣାପଡ଼ିବା ପରେ ପ୍ରଥମେ ପୀଡ଼ିତଙ୍କୁ ପ୍ରେମିକାଙ୍କ ପରିବାର ଲୋକ ଅପହରଣ କରି ନେଇଥିଲେ । ତା’ପରେ ଅତି ନିର୍ଦ୍ଦୟ ଭାବରେ ନିଆଁକୁ ଫିଙ୍ଗିଦେଲେ । ଏହି ଘଟଣା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନିଆଯାଇଥିଲା । ବେଙ୍ଗାଲୁରୁର ରାଜାରାଜେଶ୍ୱର ନଗରରେ ଏଭଳି ଏକ ସମ୍ବେଦନଶୀଳ ଘଟିଛି । ପୀଡ଼ିତ ଏବେ ଭିକ୍ଟୋରିଆ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଅଧିକ ପଢ଼ନ୍ତୁ: ୯୦ ହଜାର ପାଇଁ ନୃଶଂସ ହତ୍ୟା, କକାଙ୍କୁ ଜିଅନ୍ତା ଖଣ୍ଡ ଖଣ୍ଡ କରିଦେଲା ପୁତୁରା

ପୀଡିତଙ୍କ ନାମ ଶଶାଙ୍କ । ସେ ଏସିଏସ୍‌ କଲେଜ୍‌ରେ ଇଞ୍ଜିନିୟରିଂର ପ୍ରଥମ ବର୍ଷ ଛାତ୍ର । ତାଙ୍କୁ ଅପହରଣ ପରେ ସହର ବାହାରେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା । ପ୍ରେମିକାଙ୍କ ପରିବାର ସଦସ୍ୟ ତାଙ୍କୁ ଜୀବନ୍ତ ଅବସ୍ଥାରେ ନିଆଁକୁ ଫିଙ୍ଗି ଦେଇଥିଲେ । କୁମ୍ବାଲାଗୋଡୁ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଯେଉଁ ଝିଅକୁ ଶଶାଙ୍କ ହୃଦୟ ଦେଇଥିଲେ, ସେ ତାଙ୍କର ଦୂର ସମ୍ପର୍କୀୟା ହେବେ ବୋଲି କହିଛନ୍ତି ପୀଡିତଙ୍କ ବାପା ରଙ୍ଗନାଥ । ଦୁଇ ସପ୍ତାହ ତଳେ ହିଁ ଉଭୟେ ଉଭୟଙ୍କୁ ଭେଟିଥିଲେ । ଆଉ ପ୍ରଥମ ଦେଖାରେ ହିଁ ଉଭୟେ ପ୍ରେମରେ ପଡ଼ିଯାଇଥିଲେ । ଏ କଥା ଜାଣିବା ପରେ ଝିଅର ପରିବାର ଲୋକ ଉଭୟଙ୍କ ପ୍ରେମ ସମ୍ପର୍କକୁ ବିରୋଧ କରିଥିଲେ । ଏପରିକି ସେ ଶଶାଙ୍କଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ । ତା’ ପର ଠାରୁ ଶଶାଙ୍କ ନିଜକୁ ଯୁବତୀଙ୍କ ଠାରୁ ଦୂରେଇ ରଖିଥିଲେ । ହେଲେ ଏତିକିରେ ପ୍ରେମିକାର ପରିବାର ଲୋକଙ୍କ ମନ ମାନି ନଥିଲା ।

ଗତ ଶନିବାର ଦିନ ଶଶାଙ୍କ କଲେଜରୁ ଫେରୁଥିବାବେଳେ ଝିଅର ପରିବାରର ୭ ଜଣ ଲୋକ ଏକ କାରରେ ତାଙ୍କୁ ଅପହରଣ କରି ନେଇଥିଲେ । ସେମାନେ ତାଙ୍କୁ ଟେକି ନେଇ ନିଆଁରେ ପକାଇ ଦେଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ଶଶାଙ୍କ । ପ୍ରେମର ପରିଣତି ଯେ ଏତେ ଭୟଙ୍କର ହେବ ସେ କେବେ ଚିନ୍ତା କରିନଥିଲେ ।