Advertisment

ଗୁଣିଗାରେଡ଼ି ସନ୍ଦେହ; ଦୁଇ ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ ସ୍ୱାମୀ ଓ ପୁଅ

ଉଭୟଙ୍କୁ ଗୁଣିଗାରେଡି ସନ୍ଦେହରେ ପଞ୍ଚାୟତରେ ହାଜର କରାଯାଇଥିଲା। ଏହାପରେ ୩ଘଣ୍ଟା ଧରି ସେମାନଙ୍କୁ ତଳେ ପକାଇ ମାଡ଼ ମାରିବା ସହ ନିର୍ଯାତନା ଦିଆଯାଇଥିଲା। ଯାହାଫଳରେ ତେଲାମିଙ୍କ ମୃତ୍ୟୁ ଘଟିଥିଲା। ।

author-image
Sonali Ojha
ଅଦ୍ୟତନ ହୋଇଛି
Burnt Alive

Burnt Alive

ଅନ୍ଧବିଶ୍ୱାସର କରୁଣ ପରିଣତି। ଗୁଣିଗାରେଡି ସନ୍ଦେହରେ ଦୁଇ ଆଦିବାସୀ ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ। ଗ୍ରାମସଭାରେ ସେମାନଙ୍କୁ ୩ଘଣ୍ଟା ନିର୍ଯାତନା ଦେବାପରେ ଏକ କିଲୋମିଟର ଯାଏ ଜଙ୍ଗଲକୁ ଟାଣି ନେଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଘଟଣା ଘଟାଇଥିବା ବ୍ୟକ୍ତମାନେ ହେଲେ ମୃତ ମହିଳାଙ୍କ ସ୍ୱାମୀ ଓ ପୁଅ। ମହାରାଷ୍ଟ୍ର ଗାଡଚିରୋଲିର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ମୃତକମାନେ ହେଲେ ୫୨ବର୍ଷୀୟ ଜାମନି ତେଲାମି ଓ ୫୭ବର୍ଷୀୟ ଡିୟୁ ଆଟଲାମି। ଏହି ଘଟଣା ନେଇ ମୃତକଙ୍କ ଜଣେ ସଂପର୍କୀୟ ସାଡୁ ମୋହୁଣ୍ଡା ପୋଲିସରେ ଅଭିଯୋଗ କରିଥିଲେ। ଗୁରୁବାର ଦିନ ଇଟାପାଲି ତାଲୁକର ଜଙ୍ଗଲ ହାମଲେଟ ନିକଟରେ ଥିବା ଏକ ନାଳରୁ ପୋଲିସ ୨ଜଣଙ୍କର ମୃତଦେହ ଉଦ୍ଧାର କରିଛି। ପୋଲିସ ଏହି ଘଟଣାରେ ମହିଳାଙ୍କ ସ୍ୱାମୀ ଓ ପୁଅଙ୍କ ସମେତ ମୋଟ୍ ୧୫ଜଣଙ୍କୁ ଗିରଫ କରିଛି। ଏହାପରେ ସେମାନଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନିଆଯାଇଛି।

ସୂଚନା ଅନୁଯାୟୀ, ଉଭୟଙ୍କୁ ଗୁଣିଗାରେଡି ସନ୍ଦେହରେ ପଞ୍ଚାୟତରେ ହାଜର କରାଯାଇଥିଲା। ଏହାପରେ ୩ଘଣ୍ଟା ଧରି ସେମାନଙ୍କୁ ତଳେ ପକାଇ ମାଡ଼ ମାରିବା ସହ ନିର୍ଯାତନା ଦିଆଯାଇଥିଲା। ଯାହାଫଳରେ ତେଲାମିଙ୍କ ମୃତ୍ୟୁ ଘଟିଥିଲା। । ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଲେ ତେଲାମିଙ୍କ ସ୍ୱାମୀ ଦିବାକର ଓ ପୁଅ ଦେବଜୀ।

Advertisment

ଜାମନି ତେଲାମି ଭାସାମୁଣ୍ଡି ଗାଁରେ ଥିବା ତାଙ୍କ ବାପଘରେ ରହୁଥିଲେ। ତାଙ୍କୁ ସ୍ୱାମୀ ଏବଂ ପୁଅ ରହୁଥିବା ବାର୍ସୱାଡା ଗାଁରେ ହେଉଥିବା ପଞ୍ଚାୟତକୁ ଡକାଯାଇଥିଲା। ସେମାନଙ୍କ ନିର୍ଦ୍ଦେଶକୁ ପାଳନ କରି ତେଲାମି ତାଙ୍କ ଭାଇଙ୍କ ସହ ସେଠାରେ ପହଞ୍ଚିଥିଲେ। ସେଠାରେ ଆଦିବାସୀମାନେ ତାଙ୍କୁ ମାଡ଼ ମାରିବା ସହ ଗୁଣିଗାରେଡି କରୁଥିବା ସହଯୋଗୀଙ୍କ ନାଁ ପଚାରିଥିଲେ। ଜାମନି ତେଲାମି ଆଟଲାମିଙ୍କ ନାମ ପ୍ରକାଶ କରିଥିଲେ | ଗ୍ରାମବାସୀ ଆଟଲାମିଙ୍କୁ ତାଙ୍କ ଘରୁ ଟାଣି ନେବା ସହ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପରେ ଜଙ୍ଗଲକୁ ନେଇ ନିଆଁ ଲଗାଇ ଦେଇଥିଲେ।

Murder Burnt Alive
Advertisment
Advertisment