/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667390155.jpg)
Archana Nag
ଅର୍ଚ୍ଚନା ନାଗ ଘଟଣାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ । ମାମଲା ରୁଜୁ କଲା ED ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ମାମଲା ରୁଜୁ କରିଛି । ଅର୍ଚ୍ଚନା ନାଗଙ୍କ ସହ ମୋଟ ୪ ଜଣଙ୍କ ନାଁରେ ମାମଲା । ଖଗେଶ୍ୱର ସାହୁ ଏବଂ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ବି ମାମଲା ହୋଇଛି । ଅର୍ଚ୍ଚନା ଲିଙ୍କରେ ସଂପୃକ୍ତ ଥିବା ଲୋକଙ୍କୁ ଖୁବ୍ଶୀଘ୍ର ନୋଟିସ୍ କରିବ ଇଡି । ଅଭିଯୁକ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ଖୋଳତାଡ଼ ବି କରାଯାଉଛି । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି ।
ଗତ ୨୭ ଅକ୍ଟୋବରରେ ଇଡି ହାତରେ ଲାଗିଥିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲା । ଅର୍ଚ୍ଚନା ବିରୋଧରେ ହୋଇଥିବା ଦୁଇଟି ଯାକ ଏଫ୍ଆଇଆର କପି ଇଡି ହାତରେ ଲାଗିଥିଲା । କମିଶନରେଟ୍ ପୋଲିସ ପକ୍ଷରୁ ଏହି ଏଫ୍ଆଇଆର୍ କପିଗୁଡ଼ିକ ଇଡିକୁ ହସ୍ତାନ୍ତର କରାଯାଇଥିଲା । ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଦୁଇଟି ପୃଥକ ପୃଥକ FIR କପି ଇଡିକୁ ହସ୍ତାନ୍ତର କରିଥିଲା କମିଶନରେଟ ପୋଲିସ ।
ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ବିରୋଧରେ ନୟାପଲ୍ଲୀ ଥାନାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା କରିଥିବା ଏଫ୍ଆଇଆର କପି ଇଡିକୁ ଦିଆଯାଇଥିବା ବେଳେ ଖଣ୍ଡଗିରି ଥାନାରେ ଅନ୍ୟ ପୀଡ଼ିତ ଯୁବତୀ ଦାଖଲ କରିଥିବା ଏଫ୍ଆଇଆର୍ ମଧ୍ୟ ଇଡି ନିକଟରେ ଦାଖଲ କରିଥିଲା ପୋଲିସ ।
ଏବେ ପ୍ରଶ୍ନ ଉଠୁଛି ଅର୍ଚ୍ଚନା ଠୁଳ କରିଥିବା ଅମାପ ସମ୍ପତ୍ତିର ଛାନଭିନ୍ କରି ଓଡ଼ିଶାବାସୀଙ୍କ ସାମ୍ନାରେ ତଥ୍ୟ ରଖିବ ତ ଇଡି ? ଏତେ ପରିମାଣର ସମ୍ପତ୍ତି ଠୁଳ କରିଥିବା ଅର୍ଚ୍ଚନାଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିବ ତ ଇଡି ? କେଉଁଠୁ ଆସିଲା ଏତେ ସମ୍ପତ୍ତି ? କିଏ ଏହାର ପ୍ରକୃତ ମାଲିକ ? ବ୍ୟାଙ୍କରେ ହୋଇଥିବା ଏତେ ଟଙ୍କାର କାରବାର ପଛରେ କେଉଁମାନଙ୍କର ହାତ ରହିଛି ? ଏସବୁ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)