/odishatv-khabar/media/post_attachments/uploadimage/library/16_9/16_9_0/chit_fund_1710390692.jpg)
chit fund
ଚିଟଫଣ୍ଡ କେଳେଙ୍କାରୀ ନେଇ ଚାଲିଛି ତନାଘନା। ୫ ଘଣ୍ଟାର ଘନ ଘନ ଜେରା ପରେ ଇଡିରୁ ବାହାରିଲେ ବିନୀତ ଲଲାନି ଓ ସାଗର ରାୟ। ଉଭୟଙ୍କୁ ମୁହାଁମୁହିଁ ଜେରା କରିଛି ଇଡି। ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ବିନୀତ ଲଲାନି ଓ ସାଗର ରାୟଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଜେରା ପାଇଁ ଇଡି ଡାକିଥିଲା।
ଇଡିରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ସାଗର ରାଏ । ସେ କହିଛନ୍ତି ଯେ, କୌଣସି ପ୍ରକାରର ଘୋଟାଲା ହୋଇନାହିଁ । ବିଲଡର ସାଗର ରାୟଙ୍କୁ ମଙ୍ଗଳବାର ଇଡି ଜେରା କରିଥିବା ବେଳେ ଗତକାଲି ବ୍ୟବସାୟୀ ବିନୀତ ଲଲାନିଙ୍କୁ ଡକାଯାଇଥିଲା। କିଛି ସମୟ ପରେ ବିଲଡର ସାଗର ରାୟ ମଧ୍ୟ ଇଡିରେ ହାଜର ହୋଇଥିଲେ। ଉଭୟଙ୍କୁ ମୁହାଁମୁହିଁ ଜେରା କରାଯାଇଥିବା ଜଣାପଡ଼ିଛି।
ପୂର୍ବରୁ ମାର୍ଚ୍ଚ ୭ ତାରିଖରେ ଇଡି ପକ୍ଷରୁ ଅର୍ଥତତ୍ୱ ଚିଟଫଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଘରେ ହୋଇଥିଲା ଚଢ଼ାଉ। ଭୁବନେଶ୍ୱରର ୬ଟି ସ୍ଥାନ ସମେତ ବ୍ରହ୍ମପୁର ଓ ଛତ୍ରପୁରର ଦୁଇଟି ସ୍ଥାନରେ ରେଡ୍ ହୋଇଥିଲା। ଏହି ସମୟରେ ୩୫ ଲକ୍ଷର ଏକ ଅଡ଼ି କାର, ୨୩ ଲକ୍ଷ ନଗଦ ଟଙ୍କା, ୨୪ ଲକ୍ଷ ୧୫ ହଜାର ଟଙ୍କାର ସୁନା ଗହଣା, ଅପଡେଟ ବ୍ୟାଙ୍କ ଚେକ୍, ସେଲ ଡିଡ଼ ଏଗ୍ରିମେଣ୍ଟ ଓ ଡିଜିଟାଲ ପ୍ରମାଣ ପତ୍ର ମିଳିଥିଲା।
ସାଗର ରାୟଙ୍କ ସମେତ ଅନ୍ୟ ସହଯୋଗୀ ବିନୀତ ଲଲାନିଙ୍କ ଘରେ ମଧ୍ୟ ରେଡ୍ ହୋଇଥିଲା । ତେବେ ଅର୍ଥତତ୍ତ୍ବ ମାମଲାରେ ଅନେକ ହେବିଓ୍ବେଟ୍, କର୍ପୋରେଟ୍ ବିଜନେସ ମ୍ୟାନଙ୍କ ସହ ପ୍ରଭାବଶାଳୀ ନେତା ମଧ୍ୟ ସମ୍ପୃକ୍ତ ରହିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ୨୦୧୪ରେ ୫୦୦କୋଟି ଜାଲିଆତିର ତନାଘନା କରି ସିବିଆଇ ଏହି ମାମଲାରେ ଅନେକଙ୍କୁ ଗିରଫ କରିବା ସହିତ ଚାର୍ଜସିଟ୍ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)