• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅସହଯୋଗ କରୁଥିବା ଅର୍ଚ୍ଚନା ଏବେ ଓଗାଳୁଛି ତଥ୍ୟ । ଶ୍ରଦ୍ଧାଞ୍ଜଳି-ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ମୁହାଁମୁହିଁ ଜେରା ପରେ ଏବେ ଇଡି ଆଗରେ ଅର୍ଚ୍ଚନା ମୁହଁ ଖୋଲିଥିବା ସୂଚନା ମିଳିଛି । ପ୍ରଥମେ ଗାଡ଼ି, ତା’ପରେ ଘର ଆଉ ଏବେ ସୁନା ଅଳଙ୍କାର କିଣାର ଖୋଳତାଡ଼ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନାଗ-ଚାନ୍ଦ ଦମ୍ପତି ଲକ୍ଷାଧିକ ଟଙ୍କାର ସୁନା କିଣିଥିଲେ ବି ସେ ବାବଦରେ କୌଣସି ତଥ୍ୟ ଦେଇନାହାନ୍ତି ।

ତେବେ ଅର୍ଚ୍ଚନା ସୁନା କିଣିଥିବା ଦୁଇ ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କୁ ଜେରା ପରେ ପାଇଛି ଲମ୍ବା ଚିଠା । ଯେଉଁଥିରେ ପୁରା ହିସାବ ଥିବା କୁହାଯାଉଛି । ଅନ୍ୟପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍‌ସନ୍‌ର ସମସ୍ତ ତଥ୍ୟ ହାତେଇଛି ତଦନ୍ତକାରୀ ସଂସ୍ଥା । ରିମାଣ୍ଡ ଅବଧି ଭିତରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜୋରଦାର ଜେରା କରିଛି ଇଡି । ଶ୍ରଦ୍ଧାଞ୍ଜଳିଙ୍କୁ ଏହି ଦୁଇ ଜଣଙ୍କ ସହ ମୁହାଁମୁହିଁ ବସାଇ ଜେରା କରାଯାଉଥିବା ସୂଚନା ମିଳିଛି । ତେବେ ସ୍ୱାସ୍ଥ୍ୟାବସ୍ଥା ବାହାନା କରି ଇଡି ଜେରାରୁ ଦୂରେଇ ରହିବାକୁ ଅର୍ଚ୍ଚନା ଚେଷ୍ଟା କରୁଥିବା ଜଣାପଡ଼ିଛି ।

ଅପ୍ୟପଟେ ଇଡି ହାତରେ ଲାଗିଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଡାଏରୀ । ଭୁବନେଶ୍ୱର ଖଣ୍ଡଗିରି ଥାନାରୁ ଅର୍ଚ୍ଚନାଙ୍କ ୨ଟି ଡାଏରୀ ସଂଗ୍ରହ କରିଛି ଇଡି । ଏହି ଡାଏରୀରୁ ହନିଟ୍ରାପ୍ କଳାସାମ୍ରାଜ୍ୟ ଗୁମର ଖୋଲିବା ନେଇ ଆଶା କରାଯାଉଛି । ଡାଏରୀରେ ବହୁ ବଡ଼ବଡ଼ିଆଙ୍କ ନାଁ ଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା । ଏପଟେ ଡିଜିଟାଲ ଏଭିଡେନ୍ସ ପାଇଁ ରାଜ୍ୟ ଫରେନସିକ ଲ୍ୟାବ୍‌କୁ ଯାଇ ରିପୋର୍ଟ ମାଗିଛି ଇଡି । ଏପର୍ଯ୍ୟନ୍ତ ଡିଜିଟାଲ ଏଭିଡେନସ୍ ରିପୋର୍ଟ ଦେଇନି ରାଜ୍ୟ ଫୋରେନସିକ ଲ୍ୟାବ ।

ତେବେ ଲେଡି ବ୍ଲାକମେଲର୍ ଅର୍ଚ୍ଚନାକୁ ଆଉ ନିସ୍ତାର ନାହିଁ । ହନିଟ୍ରାପ୍ ସହ ବ୍ଲାକ୍‌ମେଲିଂ କରି ପାହାଡ଼ ଭଳି ସମ୍ପତ୍ତି ଛିଡ଼ା କରାଇଥିବା ନାଗଫାଶର ନାୟିକାକୁ ଆଉ ମୁକ୍ତି ନାହିଁ । ପ୍ରଥମେ ବାନ୍ଧିଥିଲା କମିଶନରେଟ୍ ପୋଲିସ । ତାପରେ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।