/odishatv-khabar/media/post_attachments/uploadimage/library/16_9/16_9_0/shooting_1754886582.jpg)
shooting
ନାଇଟ କ୍ଲବରେ ଲୋକମାନେ ଖୁସି ମନାଉଥିବା ବେଳେ ଅତର୍କିତ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ। ଦକ୍ଷିଣ ଆମେରିକୀୟ ଦେଶ ଇକୁଏଡରରେ ରବିବାର ଏକ ନାଇଟକ୍ଲବରେ ହୋଇଥିବା ଗୁଳିମାଡରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ତିନି ଜଣ ଆହତ ହୋଇଛନ୍ତି।
ଏହି ଗୁଳିମାଡ ଗୁଆୟାସ ପ୍ରଦେଶର ଗ୍ରାମୀଣ ଅଞ୍ଚଳ ସାନ୍ତା ଲୁସିଆରେ ଘଟିଥିଲା, ଯାହା ଦେଶର ଅତ୍ୟନ୍ତ ବିପଜ୍ଜନକ ଅଞ୍ଚଳ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ପୋଲିସର ଏକ ବିବୃତ୍ତି ଅନୁଯାୟୀ, ଏହି ଆକ୍ରମଣର ଶିକାର ହୋଇଥିବା ସାତ ଜଣଙ୍କ ବୟସ ୨୦ ରୁ ୪୦ ବର୍ଷ ବୟସର ହେବ। ମୃତକଙ୍କ ମଧ୍ୟରୁ ୭ ଜଣ ନାଇଟକ୍ଲବରେ ମୃତ୍ୟୁବରଣ କରିଥିଲେ ଏବଂ ଅନ୍ୟ ଜଣେ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ। କର୍ତ୍ତୃପକ୍ଷ କହିଛନ୍ତି ଯେ ଭାରୀ ଅସ୍ତ୍ରଶସ୍ତ୍ର ଧରିଥିବା ଦୁର୍ବୃତ୍ତମାନେ ଦୁଇଟି ଗାଡିରେ ଆସିଥିଲେ। ଏହି ଗୁଳିମାଡର କାରଣ ଜଣା ପଡିନାହିଁ।
ଦୁଇ ଦିନ ପୂର୍ବେ ଦେଶର ଦକ୍ଷିଣ-ପଶ୍ଚିମ ଏଲ ଓରୋ ପ୍ରଦେଶ ନିକଟରେ ଏକ ଡଙ୍ଗା ଉପରେ ବନ୍ଧୁକଧାରୀମାନଙ୍କ ଆକ୍ରମଣ ହୋଇଥିଲା। ସେହି ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅଭିଯୁକ୍ତମାନେ ଡଙ୍ଗା ଉପରେ ବିସ୍ଫୋରକ ଫିଙ୍ଗିବା ପରେ ଫେରାର ହୋଇ ଯାଇଥିଲେ।
ଇକୁଏଡରର ଚାରିଟି ଉପକୂଳ ରାଜ୍ୟ ଏଲ ଓରୋ, ଗୁଆୟାସ, ମାନାବୀ ଏବଂ ଲସ ରିଓସରେ ଗତ କିଛି ମାସରେ ଅନେକ ହିଂସାକାଣ୍ଡରେ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। କର୍ତ୍ତୃପକ୍ଷ ଡ୍ରଗ୍ସ ଚୋରାଚାଲାଣକାରୀଙ୍କ ଦ୍ବାରା ଏହି ହଂସାକାଣ୍ଡ ଘଟୁଥିବା କହିଛନ୍ତି। ଚଳିତ ବର୍ଷ ପ୍ରାୟ ୧୮ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ଏପର୍ଯ୍ୟନ୍ତ ୪,୬୦୦ରୁ ଅଧିକ ଲୋକଙ୍କର ହତ୍ୟା ହୋଇଛି। ଗତ ବର୍ଷ ପ୍ରାୟ ୭,୦୦୦ ହତ୍ୟା ରିପୋର୍ଟ ହୋଇଥିଲା। ୨୦୨୩ରେ ୮,୦୦୦ ହତ୍ୟା ମାମଲା ସାମନାକୁ ଆସିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)