/odishatv-khabar/media/post_attachments/uploadimage/library/16_9/16_9_0/SDJM__1669630534.jpg)
SDJM
ଶୁଣାଣି ଚାଲିଥିବା ବେଳେ SDJMଙ୍କୁ ଛୁରା ଦେଖାଇଲେ ଯୁବକ । ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଯୁବକ ଜଣଙ୍କ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି । ଘଟଣା ପରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖାଯାଇଛି । ଯୁବକ ଜଣଙ୍କ ନାଁ ଭଗବାନ ସାହୁ । ତାଙ୍କ ଘର ପୁରୁଣା ବ୍ରହ୍ମପୁର ଅଞ୍ଚଳରେ । କିଛି ମାମଲା କାରଣରୁ ସେ ଆଜି କୋର୍ଟକୁ ଆସିଥିଲେ । ଛୁରି ଧରି କୋର୍ଟରେ ଡାଏସ ଉପରକୁ ଚଢି ଯାଇଥିଲେ । ତେବେ କୋର୍ଟକୁ ଆସିବା ବେଳେ ସେ ମଦ୍ୟପାନ କରିଥିବା ସୂଚନା ମିଳିଛି । ବୈଦ୍ୟନାଥପୁର ଥାନା ପୋଲିସ ଅଭିଯୁକ୍ତକୁ ଅଟକ ରଖି ଅନୁସନ୍ଧାନ ଜାରି ରଖିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)