Advertisment

ଲୁପ୍ ଲାଇନରେ ମେମୁ: ପଏଣ୍ଟମ୍ୟାନ୍ ସସପେଣ୍ଡ

ମେମୁ ଟ୍ରେନ ଲୁପ୍ ଲାଇନକୁ ପଶିଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ପଚରାଉଚରା ପରେ ପଏଣ୍ଟମ୍ୟାନଙ୍କୁ ସସପେଣ୍ଡ କଲେ DRM ।

author-image
Prangyan Parimita
ଅଦ୍ୟତନ ହୋଇଛି
Railway Pointsman Suspended Over Balasore Memu Train Escapes Accident

MEMU train

ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ୍ ଲୁପ୍ ଲାଇନରେ ଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ପଏଣ୍ଟମ୍ୟାନଙ୍କୁ ସସପେଣ୍ଡ କରିଛନ୍ତି ଖଡ଼ଗପୁର ଡିଆରଏମ୍ AR ଚୌଧୁରୀ । ଘଟଣାରେ ପଚରାଉଚରା ପରେ ପଏଣ୍ଟମ୍ୟାନଙ୍କୁ ନିଲମ୍ବିତ କରାଯାଇଛି । ତାସହ ପୁରା ମାମଲାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିପରି ଏହି ତ୍ରୁଟି ହେଲେ, ସେ ନେଇ ପୁରା ଖୋଳତାଡ଼ ହେବ ।

Advertisment

ଗତକାଲି ଭଦ୍ରକରୁ ବାଲେଶ୍ୱର ଯାଉଥିବା ମେମୁ ଟ୍ରେନ୍ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ନୀଳଗିରି ରୋଡ୍ ବରୁଣସିଂ ଷ୍ଟେସନ ପାଖରେ ଲୁପ୍ ଲାଇନରେ ପଶି ଯାଇଥିଲା ମେମୁ ଟ୍ରେନ୍। ତେବେ ସିଗନାଲ କିମ୍ବା ଟ୍ରାକର ତ୍ରୁଟି ଜଣା ପଡିନଥିବା ବେଳେ ଲୋକ୍ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହଜାର ହଜାର ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି।

ସୂଚନାଯୋଗ୍ୟ ଜୁନ ୨ ତାରିଖ ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ୨୮୮ ଏବଂ ହସ୍ପିଟାଲରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣା ଘଟିବା ପୂର୍ବରୁ ସିଗ୍ନାଲରେ ବାରମ୍ବାର ଅସ୍ୱାଭାବିକ ବ୍ୟବହାର ଦେଖିବାକୁ ମିଳିଥିଲା । ଯେଉଁ କ୍ରସ୍‌ ଓଭର ପଏଣ୍ଟରେ କରମଣ୍ଡଳ ଏକ୍ସପ୍ରେସ୍‌ ଭୁଲ୍‌ବଶତଃ ଲୁପ୍‌ଲାଇନକୁ ଆସି ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା, ଷ୍ଟେସନ ମାଷ୍ଟର ଚାହିଁଥିଲେ ତାହାକୁ ଏଡ଼ାଇ ପାରିଥାନ୍ତେ ବୋଲି କୁହାଯାଉଥିଲା ।

Advertisment
Indian Railways Railway Pointsman
Advertisment
Advertisment