Mini Bus Driver Crashes Wedding: ବିବାହରେ ପନିର ମିଳିଲାନି ବୋଲି ଅଜବ କାରନାମା କଲା ଡ୍ରାଇଭର

ରାଜନାଥ ଯାଦବଙ୍କ ଝିଅ ବିବାହ ପାଇଁ ବାରଣସୀର ମାଣ୍ଡୁଆଡିହର ପାହାଡି ଗାଁରୁ ହମିଦପୁରକୁ ବିବାହ ଶୋଭାଯାତ୍ରା ଆସିଥିଲା । ତେବେ ବରଯାତ୍ରୀଙ୍କୁ ସାଙ୍ଗରେ ଆଣି ଆସିଥିବା ମିନି ବସ୍ ଡ୍ରାଇଭର ଭୋଜିରେ ଯୋଗ ଦେଇଥିଲେ । ସେ ଖାଇବା ପାଇଁ ଅଧିକ ପନିର ମାଗିଥିଲେ। କିନ୍ତୁ, କ୍ୟାଟରର୍ସ ତାଙ୍କୁ ମନାକରି ଦେବାରୁ ବିବାଦ ସୃଷ୍ଟି ହୋଇଥିଲା ।

ପନିର ମିଳିଲାନି, ଗାଡ଼ି ଚଢ଼ାଇ ଦେଲେ ।

ମଣିଷ ରାଗକୁ ଆୟତ୍ତ ନକରିପାରି ବିଭିନ୍ନ ଅପରାଧ ଘଟାଇବା ଘଟଣା ଅନେକ ସମୟରେ ସାମ୍ନାକୁ ଆସିଥାଏ । ବେଳେ ବେଳେ ରାଗରେ ମଣିଷ ନିଜର ହିତାହିତ ଜ୍ଞାନ ଭୁଲିଯାଇଥାଏ । ଏମିତିକି 'ଝିମିଟି ଖେଳରୁ ମହାଭାରତ' ହେବା ଭଳି ଛୋଟିଆ ଘଟଣାକୁ ନେଇ ରାଗରେ ବ୍ରହ୍ମ ଚାଣ୍ଡାଳ ପାଲଟି ଯାଏ ମଣିଷ । ଠିକ୍ ଏମିତି ଏକ ଘଟଣା ଘଟିଛି ବାରଣାସି ସହରରେ ।

ଆପଣ ଅନେକ ବିବାହ ଭୋଜିରେ ଯୋଗ ଦେଇଥିବେ ନିଶ୍ଚିତ । ବିବାହ ଭୋଜିରେ ବେଳେ ବେଳେ ଇଛା ମୁତାବକ ଖାଇବା ମିଳିନଥାଏ । ଏଥିରେ ଆପଣ ଅସନ୍ତୋଷ ହେଲେ ମଧ୍ୟ ନିଜ ମନକୁ ବୁଝେଇ ଚାଲି ଆସନ୍ତି । କିନ୍ତୁ, ବିବାହରେ ଯୋଗଦେଇଥିବା ଜଣେ ଡ୍ରାଇଭରଙ୍କୁ ଇଛା ମୁତାବକ ପନିର ମିଳିଲା ନାହିଁ । ଏହାପରେ ଏହାକୁ ନେଇ ଝଗଡା ହୋଇଥିଲା । ତା'ପରେ ରାଗରେ ଡ୍ରାଇଭର ଜଣକ ଯେଉଁ କାମ କରିଛନ୍ତି ତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଲାଗିରହିଛି ।

ଚନ୍ଦୌଲି ଜିଲ୍ଲାର ହମିଦପୁର ଗାଁରେ ଏକ ବିବାହ ଭୋଜିର ଆୟୋଜନ କରାଯାଇଥିଲା । ବିବାହ ଭୋଜିରେ ଧର୍ମେନ୍ଦ୍ର ଯାଦବ ନାମକ ଜଣେ ମିନି ବସ୍ ଡ୍ରାଇଭର ଯୋଗ ଦେଇଥିଲେ । ବିବାହ ଭୋଜିରେ ଖାଇବା ସମୟରେ ସିଏ ଖାଇବା ପାଇଁ ଯେତିକି ପନିର ମାଗିଥିଲେ, ତାଙ୍କୁ ସେତିକି ପନିର ଦେବା ପାଇଁ ମନା କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ଜଙ୍ଗଲରେ ଲୁଚିଛନ୍ତି ପହଲଗାମ୍ ହମଲାର ଆତଙ୍କୀ; ବଞ୍ଚାଇବାକୁ ପାକିସ୍ତାନ କରୁଛି ଚେଷ୍ଟା!

ଏହାପରେ ଉକ୍ତ ଡ୍ରାଇଭର ଜଣକ ବିବାହ ମଣ୍ଡପରେ ମିନି ବସ୍ ଚଢ଼ାଇ ଦେଇଥିଲେ । ସୂଚନାଯୋଗ୍ୟ ଡ୍ରାଇଭର ଜଣକ ବରଯାତ୍ରୀ ମାନଙ୍କୁ ବିବାହ ମଣ୍ଡପ ନିକଟକୁ ନେଇ ଯାଇଥିଲା । ବରଯାତ୍ରୀଙ୍କୁ ବିବାହ ଉତ୍ସବରେ ଛାଡ଼ିବା ପରେ ଭୋଜିରେ ସାମିଲ ହୋଇଥିଲା । ପରେ ଏଭଳି ଘଟଣା ଘଟାଇ ଫେରାର ହୋଇଯାଇଥିଲା ।

ଏହି ଘଟଣାରେ ବରର ବାପା ଏବଂ କନ୍ୟାର କାକାଙ୍କ ସମେତ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି । ଏମିତିକି ଏଭଳି ଘଟଣା ପରେ ବିବାହକୁ ବନ୍ଦ କରିବାକୁ ପଡ଼ିଥିଲା ​​। ପରେ ରବିବାର ଦିନ ସକାଳେ ଏହି ବାହାଘର କରାଯାଇଥିଲା । ମୁଗଲସରାଇ ଇନ୍ସପେକ୍ଟର ଗଗନ ରାଜ ସିଂହ କହିଛନ୍ତି ଯେ ଆହତମାନଙ୍କୁ BHUର ଟ୍ରମା ସେଣ୍ଟରକୁ ନିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ରାଜନାଥ ଯାଦବଙ୍କ ଝିଅ ବିବାହ ପାଇଁ ବାରଣସୀର ମାଣ୍ଡୁଆଡିହର ପାହାଡି ଗାଁରୁ ହମିଦପୁରକୁ ବିବାହ ଶୋଭାଯାତ୍ରା ଆସିଥିଲା । ତେବେ ବରଯାତ୍ରୀଙ୍କୁ ସାଙ୍ଗରେ ଆଣି ଆସିଥିବା ମିନି ବସ୍ ଡ୍ରାଇଭର ଭୋଜିରେ ଯୋଗ ଦେଇଥିଲେ । ସେ ଖାଇବା ପାଇଁ ଅଧିକ ପନିର ମାଗିଥିଲେ । କିନ୍ତୁ, କ୍ୟାଟରର୍ସ ତାଙ୍କୁ ମନାକରି ଦେବାରୁ ବିବାଦ ସୃଷ୍ଟି ହୋଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଏହାପରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । କନ୍ୟାର ବାପା ସେଠାକୁ ଆସି ଏକ ଲାଡେଲରେ(Ladle)ରେ ଡ୍ରାଇଭରଙ୍କ ମୁଣ୍ଡକୁ ଆଘାତ କରିଥିଲେ । ଏହାପରେ ଡ୍ରାଇଭର ଜଣକ ନିଜ ଗାଡିକୁ କ୍ଷିପ୍ର ଗତିରେ ଚଲେଇ ବିବାହ ମଣ୍ଡପ ଭିତରକୁ ପଶିଥିଲେ ।

କନ୍ୟା ପିତାଙ୍କ ଅଭିଯୋଗ ପରେ ପୋଲିସ ଧର୍ମେନ୍ଦ୍ର ଯାଦବଙ୍କ ବିରୋଧରେ BNS ଧାରା 109 (1), 281, 125 (A) ଏବଂ 125 (B) ଅନୁଯାୟୀ ଏକ ଏଫଆଇଆର ରୁଜୁ କରିଛି ।

ଅଧିକ ପଢ଼ନ୍ତୁ: କାଶ୍ମୀରରେ ପୁଣି ବୋହିଲା ରକ୍ତ, ସାମାଜିକ କର୍ମୀଙ୍କୁ ଘରେ ପଶି ମାରିଦେଲେ ଆତଙ୍କୀ