/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711856267.jpg)
Gold Smuggling
ଲକ୍ଷେ କି କୋଟିଏ ନୁହଁ । ୬ କୋଟିରୁ ଅଧିକ ମୂଲ୍ୟର ସୁନା ଚୋରା ଚାଲାଣ ବେଳେ ମାଡ଼ି ବସିଛି ଡିରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ-DRI । କୋଲକାତାରୁ କାର୍ ଯୋଗେ ସୁନା ଚୋରାଚାଲାଣ ବେଳେ କଟକ ମଙ୍ଗୁଳି ଟୋଲ୍ ପ୍ଲାଜା ନିକଟରେ DRI ଅଧିକାରୀ ଧରିଛନ୍ତି । ଏକ ବିଶେଷ ସୂତ୍ରରୁ ଖବରପାଇ ଛକି ରହିଥିଲା DRI ଟିମ୍ ।
ଆଉ ଏସବୁ ସୁନାକୁ ଏକ ଦାମୀ କାରରେ ଚାଲାଣ କରାଯାଉଥିବା ବେଳେ DRI ଟିମ୍ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ମୋଟ ୬୫ ଖଣ୍ଡ ଚୋରା ସୁନାକୁ ଜବତ କରିଛି । ଯାହାର ଓଜନ ୯ କିଲୋ ୧୮୦ ଗ୍ରାମ ଏବଂ ଯାହାର ମୂଲ୍ୟ ୬ କୋଟି ୪୪ ଲକ୍ଷ ୪୬ ହଜାର ୧୬୪ ଟଙ୍କା ।
ଏପରି ବିପୁଳ ପରିମାଣର ସୁନା କୋଲକାତାରୁ ଦକ୍ଷିଣ ଭାରତକୁ ଚାଲାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । କିନ୍ତୁ ଏଥିରେ ଓଡ଼ିଶାର ଲିଙ୍କ ଅଛି କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏସବୁ ସୁନାକୁ କାର ଭିତରେ ଅତି ଚତୁରତାର ସହ ଲୁଚାଇ ରଖିଥିଲେ ୨ ଅଭିଯୁକ୍ତ । କାର ଯୋଗେ ସୁନା ସ୍ମଗଲିଂ ହେଉଥିବା ବେଳେ ମଙ୍ଗୁଳି ନିକଟରେ ଧରା ପଡ଼ିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)