Advertisment

ଡବଲ୍ ମର୍ଡର; ଶାଶୁ ଓ ସ୍ତ୍ରୀକୁ ଶାବଳରେ ଭୂସି ହତ୍ୟା କଲା ଜ୍ବାଇଁ...

ରେଢ଼ାଖୋଲ ଥାନା ପୋଡ଼ାବଲଣ୍ଡା ଗାଁରେ ଡବଲ ମର୍ଡର । ଶାଶୁ ଓ ସ୍ତ୍ରୀକୁ ଶାବଳରେ ଭୂସି ହତ୍ୟା କଲା ଜ୍ବାଇଁ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Double Murder

Double Murder

ଡବଲ୍ ମର୍ଡର । ଶାଶୁ ଓ ସ୍ତ୍ରୀକୁ ବୀଭତ୍ସ ହତ୍ୟା। ଶାବଳରେ ଭୂସି ଅତି ନିର୍ମମ ଭାବରେ ହତ୍ୟା କରିଛି ଜ୍ବାଇଁ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପୋଡ଼ାବଲଣ୍ଡା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହରୁ ଘଟିଛି ହତ୍ୟାକାଣ୍ଡ। ହତ୍ୟା ପରେ ଅଢ଼େଇ ବର୍ଷର ଛୁଆକୁ ଧରି ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ। ଜ୍ବାଇଁକୁ ଅଟକ ରଖି ପୋଲିସ ଅଧିକ ଖୋଳତାଡ କରୁଛି। 

Advertisment

ପୋଡାବଲଣ୍ଡା ଗାଁ ଗାୟତ୍ରୀ ସାହୁଙ୍କୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଜାମୁଡୁଲି ଅଞ୍ଚଳର ମିଥୁନ ସାହୁ ୪ ବର୍ଷ ତଳେ ବିବାହ କରିଥିଲେ। ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ବିବାହ ପରେ ବଧୂ ବେଶରେ ଶାଶୁଘରକୁ ଯାଇଥିଲେ ଗାୟତ୍ରୀ। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ଉଭୟଙ୍କର ପୁଅଟିଏ ଜନ୍ମ ହୋଇଥିଲା । ହସ ଖୁସିରେ ଚାଲିଥିଲା ସଂସାର । ମିଥୁନଙ୍କ ଅଭିଯୋଗ ଅନୁସାରେ ଶାଶୁ ଘରେ ରହିବା ପାଇଁ ଚାହୁଁନଥିଲେ ଗାୟତ୍ରୀ। ଏହା ପରଠାରୁ ଅସନ୍ତୋଷର ଝଡ଼ ବୋହିଥିଲା। 

ଗାୟତ୍ରୀ ବାପଘରେ ରହିବା ପାଇଁ ଚାହୁଁଥିଲେ। ସେଥିପାଇଁ ସେ ମିଥୁନ୍‌ଙ୍କ ଉପରେ ଚାପ ପକାଉଥିଲେ। ହେଲେ ମିଥୁନ୍‌ ତାଙ୍କ କଥାରେ ରାଜି ହେଉନଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଏପରିକି ୨୦୨୩ ମସିହାରେ ମାମଲା ଥାନାକୁ ଯାଇଥିଲା। ଅଲୋଚନା ପରେ ଉଭୟ ଏକାଠି ରହୁଥିଲେ।

Advertisment

ଗତ ୨ ତାରିଖରେ ମିଥୁନ୍‌ ପତ୍ନୀ ଗାୟତ୍ରୀଙ୍କୁ ଧରି ଶ୍ୱଶୁର ଘର ଯାଇଥିଲେ। ରଥଯାତ୍ରାଠାରୁ ଉଭୟେ ଶ୍ୱଶୁର ଘରେ ରହୁଥିଲେ। ଶ୍ୱଶୁର ଘର ପାଖରେ ନୂଆ ଘର ମଧ୍ୟ ତିଆରି କରୁଥିଲେ। ହେଲେ ସେଠାରେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ପତ୍ନୀ ଗାୟତ୍ରୀ ଓ ଶାଶୁ ଋକଣୀ ସାହୁ ତାଙ୍କୁ ନାନା ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ନିର୍ଯାତନା ଅସହ୍ୟ ହେବାରୁ ଯାହାଫଳରେ ସେ ଏଭଳି ଘଟଣା ଘଟାଇଥିବା କହିଛନ୍ତି ମିଥୁନ୍‌ ।

Murder Man Kills Mother In Law
Advertisment
Advertisment