/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676776452.jpg)
Divyang man allegedly beaten to death by step-mother
ଦିବ୍ୟାଙ୍ଗ ପୁଅକୁ ପିଟି ମାରିଦେଲା ସାବତ ମା’ । ବିବାହ କରିବାକୁ କହିବାରୁ ଦିବ୍ୟାଙ୍ଗ ପୁଅକୁ ସାବତ ମା’ ପିଟିପିଟି ହତ୍ୟା କରିଥିବା ଆଭିଯୋଗ ହୋଇଛି । ଏହି ହତ୍ୟାରେ କେବଳ ମା’ ନୁହେଁ ବାପା ମଧ୍ୟ ସାମିଲ ଥିବା ଜଣାପଡ଼ିଛି ।
Advertisment
ସୂଚନା ମୁତାବକ ଏଭଳି ଏକ ଅଭାବନୀୟ ଘଟଣା ନୟାଗଡ଼ ଦଶପଲ୍ଲା ଅଞ୍ଚଳରେ ଘଟିଛି । ସ୍ଥାନୀୟ ସିମିଳିସାହି ଗାଁରେ ବିଜୟ ପ୍ରଧାନଙ୍କୁ ତାଙ୍କ ସାବତ ମା’ ପିଟିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ବିଜୟ ବିବାହ କରିବାକୁ ଚାହୁଁଥିଲେ । ହେଲେ ସାବତ ମା’ ଏଥିରେ ରାଜି ନଥିଲେ । ଫଳରେ ପୁଅର ବିବାହକୁ ନେଇ ସାବତ ମାଆଙ୍କ ସହ ବଚସା ହୋଇଥିଲା ।
ବଚସା ହେବା ପରେ ଦିବ୍ୟାଙ୍ଗ ପୁଅକୁ ପିଟିଥିଲେ ସାବତ ମା’ । ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ବାପା ବି ସହଯୋଗ କରିଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)