• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରେମ ପରେ ପ୍ରତାରଣା । ଭୁବନେଶ୍ୱରରେ ବ୍ରହ୍ମପୁରର ତପସ୍ୱିନୀ-ଦୀପିକା କାହାଣୀ ରିପିଟ୍ । ସେଠି ନିଜ ନିଜର ବୟଫ୍ରେଣ୍ଡକୁ ପାଇବା ପାଇଁ ତାଙ୍କ ଘର ଆଗରେ ଧାରଣା ବସିଥିଲେ ପ୍ରେମିକା । ଏଠି ବି ଠିକ୍‌ ସେମିତି । କିନ୍ତୁ କାହାଣୀରେ ଟିକେ ଟ୍ୱିଷ୍ଟ ରହିଛି । ଏଠି ଉଭୟ ବୟଫ୍ରେଣ୍ଡ ଆଉ ଗର୍ଲଫ୍ରେଣ୍ଡ ବିବାହିତ । ଗର୍ଲଫ୍ରେଣ୍ଡ ଜଣକ ଡିଭୋର୍ସି ହୋଇଥିବା ବେଳେ ବୟଫ୍ରେଣ୍ଡ ଜଣକ ନିଜ ପରିବାର ସହ ରୁହନ୍ତି ଭୁବନେଶ୍ୱରରେ । ଏବେ ସେହି ଭୁବନେଶ୍ୱରସ୍ଥିତ ଘର ଆଗରେ ଧାରଣା ଦେଇଛନ୍ତି ଡିଭୋର୍ସି ଗର୍ଲଫ୍ରେଣ୍ଡ ।

ବାହା ହେବାକୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ କରି ଯୁବକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଡିଭୋର୍ସି ମହିଳା ଜଣକ । ମତେ ବୋହୂ କରି ନେଇଯା, ଦାବିରେ ମାଞ୍ଚେଶ୍ୱର ଥାନା ସତ୍ୟବିହାରସ୍ଥିତ ଯୁବକଙ୍କ ଘର ଆଗରେ ସେ ଧାରଣାରେ ବସିଛନ୍ତି । ଯୁବକଙ୍କ ବିରୋଧରେ ମାଞ୍ଚେଶ୍ୱର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଯୁବକ ଜଣକ ଆଠଗଡ଼ ଅଂଚଳର ବିଭୂତି ବୋଲି ସୂଚନା ରହିଛି ।

ସତ୍ୟବିହାର ଅଞ୍ଚଳରେ ପରିବାର ନେଇ ଏକ ଭଡ଼ା ଘରେ ରହିବା ସହ ୟୁ-ଟ୍ୟୁବର୍ ଭାବେ କାମ କରୁଛନ୍ତି । ତେବେ ପ୍ରେମ ଜାଲରେ ଫସାଇ ସମ୍ପୃକ୍ତ ଡିଭୋର୍ସି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି ତାଙ୍କ ନାଁରେ । ଏନେଇ ଅଭିଯୁକ୍ତ ବିଭୂତିଙ୍କ ପରିବାର ଲୋକ କହିଛନ୍ତି, ଘର ଆଗରେ ଧାରଣାରେ ବସିଥିବା ମହିଳାଙ୍କୁ ସେମାନେ ଚିହ୍ନି ନାହାନ୍ତି । ତାଙ୍କ ପୁଅ ଏବେ କେଉଁଠି ଅଛନ୍ତି ତାହା ମଧ୍ୟ ସେ ଜାଣି ନାହାନ୍ତି ।