/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684989961.jpg)
Mundali toll gate
ମହଙ୍ଗା ପଡ଼ିଲା ପର୍ଯ୍ୟଟକଙ୍କୁ ମାଡ଼ । କଟକ ମୁଣ୍ଡଳି ଟୋଲ୍ ଗେଟରେ ପର୍ଯ୍ୟଟକଙ୍କୁ ମାଡ଼ ପରେ କାର୍ଯ୍ୟାନୁଷ୍ଠାନ । ସିଲ୍ ହେଲା ମୁଣ୍ଡଳି ଟୋଲ୍ ଗେଟ । ଅନ୍ୟାଦେଶ ପର୍ଯ୍ୟନ୍ତ ମୁଣ୍ଡଳି ଟୋଲ୍ ଗେଟକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଆଜି ଜିଲ୍ଲା ପ୍ରଶାସନର ଅଧିକାରୀ ଘଟଣାସ୍ଥଳକୁ ଯାଇ ଟୋଲ୍ ଗେଟକୁ ସିଲ୍ କରିଛନ୍ତି ।
ସୂଚନା ଅନୁସାରେ ଦୁଇ ଦିନ ପୂର୍ବରୁ ଛତିଶଗଡରୁ ୨ଟି ବସ୍ରେ ଟୁରିଷ୍ଟମାନେ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବାକୁ ଆସିଥିଲେ । ପୁରୀ ଓ ନନ୍ଦନକାନନ ବୁଲି ପର୍ଯ୍ୟଟକ ମାନେ ଛତିଶଗଡ଼ ଫେରୁଥିଲେ । ହେଲେ ମୁଣ୍ଡଳି ଟୋଲ ଗେଟ୍ରେ କର୍ମଚାରୀମାନେ ବସ୍ ଡ୍ରାଇଭରକୁ ଗେଟରେ ପାରି ହେବା ପାଇଁ ଟୋଲ ଟଙ୍କା ଗିଥିଲେ ।
ତେବେ ଟୋଲ୍ ଗେଟ୍ କର୍ମଚାରୀମାନେ ଧାର୍ଯ୍ୟ ରାଶି ଠାରୁ ଟୋଲ ଅଧିକ ଟଙ୍କା ମାଗିଥିବା ବସ୍ ଡ୍ରାଇଭର ଅଭିଯୋଗ କରିଥିଲେ । ପଇସା ନ ଦେଲେ ବସ୍ ଛଡ଼ାଯିବ ନାହିଁ ଟୋଲ ଗେଟ୍ କର୍ମଚାରୀ ବସ୍ ଡ୍ରାଇଭରକୁ କହିଥିଲେ। ପରେ ଏହି କଥାକୁ ନେଇ ଟୋଲ ଗେଟ୍ କର୍ମଚାରୀ ଓ ବସ ଡ୍ରାଇଭର ମଧ୍ୟରେ ବଚସା ହୋଇଥିଲା ।
ଟୋଲ ଗେଟ୍ କର୍ମଚାରୀ ଓ ବସ ଡ୍ରାଇଭରଙ୍କ ଝଗଡ଼ା ଦେଖି ଟୁରିଷ୍ଟମାନେ ମଧ୍ୟ ବସ୍ରୁ ଓହ୍ଲାଇ ଆସିଥିଲେ । ସେମାନଙ୍କର ମଧ୍ୟ ଟୋଲ ଗେଟ୍ କର୍ମଚାରୀ ସହିତ ଝଗଡ଼ା ହୋଇଥିଲା । ପରେ ଟୁରିଷ୍ଟ, ଡ୍ରାଇଭରଙ୍କୁ ଠେଙ୍ଗାବାଡ଼ିରେ ପିଟିଥିଲେ ଟୋଲ୍ ଗେଟ୍ କର୍ମଚାରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)