Advertisment

ବୁର୍ଲା ଭିସୁଟର ୬ ଛାତ୍ରଙ୍କ କଟିବ ଗ୍ରେଡ୍ ପଏଣ୍ଟ, ୧୫ ହଜାର ଲେଖାଏଁ ଦେବେ ଫାଇନ୍

ତଦନ୍ତ ପରେ ସତ ଜଣାପଡ଼ିଥିଲା। ବୁର୍ଲା ଭିସୁଟର ୬ ଛାତ୍ରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

author-image
Chandan Shishu
VSSUT, Sambalpur

VSSUT, Sambalpur

ସମ୍ବଲପୁର: ବିଶୃଙ୍ଖଳିତ ଆଚରଣ ଓ ଗଣ୍ଡଗୋଳ କରିବା ଅଭିଯୋଗରେ ବୁର୍ଲା ଭିସୁଟର ୬ ଛାତ୍ରଙ୍କ ବିରୋଧରେ କର୍ତ୍ତୃପକ୍ଷଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ। ଅଭିଯୁକ୍ତ ଛାତ୍ରଙ୍କ ଗ୍ରେଡ୍ ପଏଣ୍ଟ କାଟିବାକୁ ନିଷ୍ପତ୍ତି ହୋଇଛି। ଏହା ସହିତ ପ୍ରତ୍ୟେକ ଛାତ୍ର ୧୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବେ। ଏଇ ମାସ ୩୧ ସୁଦ୍ଧା ଜୋରିମାନା ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା ସହିତ ସେହି ପିଲାମାନେ ଏକ ଷ୍ଟାମ୍ପ ପେପରରେ ଅଣ୍ଡରଟେକିଂ ଲେଖି କରି ଡିନ୍‌କୁ ପ୍ରଦାନ କରିବେ।

Advertisment

ଅଭିଯୋଗ ଅନୁସାରେ ଗତ ଡିସେମ୍ବର ୧୭ ତାରିଖରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ କେତେକ ଛାତ୍ର ମାଡ଼ ମାରିବା ସହିତ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବାର ଅଭିଯୋଗ ହୋଇଥିଲା। ଏ ନେଇ ବୁର୍ଲା ଥାନା ଓ ଭିସୁଟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା।

ଏହାର ତଦନ୍ତ ପରେ ମାଡ଼ ମାରିଥିବା ଛାତ୍ରଙ୍କ ସପ୍ତମ ସେମିଷ୍ଟରର ୨ଟି ବିଷୟରୁ ଗୋଟିଏ ଲେଖାଏଁ ଗ୍ରେଡ୍ ପଏଣ୍ଟ କାଟିବାକୁ ବିଶ୍ୱବିଦ୍ୟାଳୟର ଶୃଙ୍ଖଳା କମିଟି ସୁପାରିଶ କରିଥିଲା। ଏହାକୁ କୁଳପତି ଗ୍ରହଣ କରିଛନ୍ତି।  ତାଛଡ଼ା ଶୃଙ୍ଖଳା ନିୟମ ମାନିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ଭିସୁଟ୍‌ରେ ଏଭଳି ଘଟଣା ନୂଆ ନୁହେଁ। ଗତ ସେପ୍ଟେମ୍ବର ୨୨ ତାରିଖ ରାତିରେ ଭିସୁଟ ପୁଲହ ହଷ୍ଟେଲର ଜଣେ ତୃତୀୟ ବର୍ଷର ଛାତ୍ରଙ୍କୁ ଆଉ କିଛି ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ମାଡ଼ ଖାଇଥିବା ଛାତ୍ରଙ୍କ ମୁହଁ, ପିଠି, ହାତରେ ଗଭୀର ଆଘାତ ଲାଗିଥିଲା । ଏହାର ତଦନ୍ତ ପାଇଁ ବସିଥିଲା ଶୃଙ୍ଖଳା କମିଟି ବୈଠକ ।

ସମସ୍ତଙ୍କୁ ପଚରାଉଚରା ପରେ ଅଭିଯୋଗ ସତ ବୋଲି ଜଣାପଡ଼ିଥିଲା । ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ୨ ଜଣ ଛାତ୍ରଙ୍କୁ ୨ ବର୍ଷ ଲେଖାଏଁ ଓ ଅନ୍ୟ ୧୦ ଛାତ୍ରଙ୍କୁ ବର୍ଷେ ଲେଖାଏଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯାଇଥିଲା।

Sambalpur Ragging At VSSUT
Advertisment
Advertisment