Advertisment

ଢେଙ୍କାନାଳରେ ଲଜ୍ଜା; ଅସହାୟ ଯୁବତୀଙ୍କୁ ପ୍ରତିଦିନ ରାତିରେ ୬-୭ ଜଣ କରୁଥିଲେ ଗଣଦୁଷ୍କର୍ମ...

ଅସହାୟ ଯୁବତୀଙ୍କୁ ନିୟମିତ ଗଣଦୁଷ୍କର୍ମ ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳର ଘଟଣା ।

author-image
Sujit kumar Swain
Dhenkanal Shame

Dhenkanal Shame

ଢେଙ୍କାନାଳ ଜିଲ୍ଲାରେ ଲଜ୍ଜା । ଅସହାୟ ଯୁବତୀଙ୍କୁ ମାସାଧିକ କାଳ ଗଣଦୁଷ୍କର୍ମ ଅଭିଯୋଗ। ପୀଡ଼ିତା ୭ ମାସର ଗର୍ଭବତୀ ଥିବା ସୂଚନା ମିଳିଛି । ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। 

Advertisment

ଅଭିଯୋଗ ହୋଇଛି, ପ୍ରତିଦିନ ରାତିରେ ଗାଁର ୬-୭ ଜଣ ଯୁବକ ପୀଡିତାଙ୍କୁ ଗଣଦୁଷ୍କର୍ମ କରି ଆସୁଥିଲେ। ସେ ଗର୍ଭବତୀ ହେବା ଜାଣିବା ପରେ ବି ଛାଡୁ ନଥିଲେ ଦୁର୍ବୃତ୍ତ। ଖବର ପାଇ ପୀଡ଼ିତାଙ୍କୁ ଉଦ୍ଧାର କରି ପ୍ରଶାସନ ସଖୀ କେନ୍ଦ୍ରରେ ରଖିଛି। 

ତାଙ୍କ ମାଆଙ୍କର ଦେହାନ୍ତ ହୋଇଥିବା ବେଳେ ବାପା ମାନସିକ ବିକାରଗ୍ରସ୍ତ। ଏହାର ଫାଇଦା ନେଇ ଅସାମାଜିକ ଯୁବକ ତାଙ୍କ ସହ ନିୟମିତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ସଦର ଥାନା ପୋଲିସ ୩ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏସପିଙ୍କ ତତ୍ତ୍ବାବଧାନରେ ଜଣେ ଡିଏସପି ଘଟଣାର ତଦନ୍ତ କରୁଛନ୍ତି। 

Advertisment

Crime News Pregnant Woman
Advertisment
Advertisment