Advertisment

ଏକାଠି ରହିବାକୁ କହିଲା ସ୍ତ୍ରୀ; ଛୁରି ଭୁସି କାର୍ ଭିତରେ ଜୀବନ ନେଲା ସଇତାନ୍ ସ୍ୱାମୀ

ଗୌତମ ଓ ମାନ୍ୟା ୬ମାସ ତଳେ ପରିବାର ଲୋକଙ୍କ ସହମତି ବିନା ବିବାହ କରିଥିଲେ। ଏହାପରେ ସେମାନେ ନିଜ ନିଜ ପରିବାର ଲୋକଙ୍କ ସହ ରହିଆସୁଥିଲେ।

ଅଦ୍ୟତନ ହୋଇଛି
Delhi Man Kills Wife After Heated Argument

Murder

Advertisment

ପ୍ରଥମେ ପରିବାର ବିରୁଦ୍ଧରେ ଯାଇ ବାହା ହେଲେ। ହେଲେ ଏକାଠି ରହିବାକୁ କହିବାରୁ ସ୍ତ୍ରୀକୁ ଛୁରି ଭୁସି ମାରିଦେଲା ସ୍ୱାମୀ। ପଶ୍ଚିମ ଦିଲ୍ଲୀର ରାଜୌରୀ ଗାର୍ଡେନ୍ ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ହତ୍ୟା ପରେ ସ୍ତ୍ରୀର ମୃତଦେହ କାର୍‌ରେ ଛାଡ଼ି ଚମ୍ପଟ ମାରିବା ବେଳେ ପୋଲିସ ହାତରେ ଧରା ପଡିଛି ଅଭିଯୁକ୍ତ।

Advertisment

ଅଧିକ ପଢ଼ନ୍ତୁ: ୭୧ ବର୍ଷରେ ପ୍ରେମ କଲା ପାଗଳ; ଝିଅକୁ ପାଇବା ପାଇଁ ସ୍ତ୍ରୀକୁ ଦେଲା ବିଷ

ସୂଚନା ଅନୁସାରେ, ଗୌତମ ଓ ମାନ୍ୟା ୬ମାସ ତଳେ ପରିବାର ଲୋକଙ୍କ ସହମତି ବିନା ବିବାହ କରିଥିଲେ। ଏହାପରେ ସେମାନେ ନିଜ ନିଜ ପରିବାର ଲୋକଙ୍କ ସହ ରହିଆସୁଥିଲେ। ମଝିରେ ମଝିରେ ଦୁହିଁଙ୍କର ଦେଖା ହେଉଥିଲା।ଗତକାଲି ଗୌତମ ମାନ୍ୟାଙ୍କୁ ଦେଖା କରିବା ପାଇଁ ଆସିଥିଲା। ଏକାଠି ରହିବାକୁ ମାନ୍ୟା ଗୌତମକୁ ବାଧ୍ୟ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

Advertisment

ପ୍ରବଳ ପାଟିତୁଣ୍ଡ ହେବା ପରେ ଗୌତମ ରାଗିଯାଇ ମାନ୍ୟାଙ୍କୁ ଛୁରି ଭୁସି ଦେଇଥିଲା। ତେବେ ମାନ୍ୟାଙ୍କ ମୃତ୍ୟୁ ହୋଇଯିବା ପରେ ଉପାୟ ପାଞ୍ଚିଥିଲା ଗୌତମ। କାର୍‌ରେ ମୃତଦେହ ଛାଡି ସେଠାରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲା। ବିଳମ୍ୱିତ ରାତିରେ ପାଟ୍ରୋଲିଂ ଚାଲିଥିବା ବେଳେ ଖାଏଲା ପୋଲିସ ଷ୍ଟେସନର ହେଡ୍‌କନଷ୍ଟେବଲ୍ ଅଜୟ ଗୌତମକୁ ଦେଖି ଅଟକାଇଥିଲେ।

ସେ ବିନା ସାର୍ଟରେ ବୁଲୁଥିବାରୁ ସନ୍ଦେହ ବଢିଥିଲା। ପୋଲିସ ଗୌତମକୁ ଆଣି ପଚରା ଉଚରା କରିବା ପରେ ସବୁ କଥା ଜଣାପଡିଥିଲା। ସେ ରଘୁବୀର ନଗରରେ ରହୁଥିବା ବେଳେ ମାନ୍ୟା ତିତାରପୁରରେ ରହୁଥିଲେ। ମାନ୍ୟା ଜିଦ୍ କରିବାରୁ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା। କାରଟିକୁ ଶିବାଜୀ କଲେଜର ଲାଲ୍ ବତୀ ନିକଟରେ ପାର୍କିଂ ହୋଇଥିବା ବେଳେ ସେଥିରୁ ମୃତଦେହ ଜବତ କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି।

Advertisment

ଅଧିକ ପଢ଼ନ୍ତୁ: ନିଶାସକ୍ତ ବ୍ୟକ୍ତିଙ୍କ ବର୍ବର କାଣ୍ତ; ଚାଲିଗଲା ମହିଳାଙ୍କ ଜୀବନ, ୮ ଆହତ...

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ