Advertisment

ନିଶାସକ୍ତ ବ୍ୟକ୍ତିଙ୍କ ବର୍ବର କାଣ୍ତ; ଚାଲିଗଲା ମହିଳାଙ୍କ ଜୀବନ, ୮ ଆହତ...

ଛୋଟ ଭୁଲ୍‌ ପାଇଁ ଚାଲିଗଲା ଜୀବନ । ନିଶାସକ୍ତ ଯାତ୍ରୀଙ୍କ ପାଇଁ ଜୀବନ ହରାଇଲେ  ମହିଳା । ଏମିତି କାଣ୍ତ କଲେ ଯେ, ୯ ଜଣ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ବସ୍‌ ।

author-image
Sujit kumar Swain
ଅଦ୍ୟତନ ହୋଇଛି
 drunk man

drunk man

ଭୟାନକ କାଣ୍ତ । ବର୍ବର ଘଟଣା । ଛୋଟ ଭୁଲ୍‌ ପାଇଁ ଚାଲିଗଲା ଜୀବନ । ନିଶାସକ୍ତ ଯାତ୍ରୀଙ୍କ ପାଇଁ ଜୀବନ ହରାଇଲେ  ମହିଳା । ଏମିତି କାଣ୍ତ କଲେ ଯେ, ୯ ଜଣ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ବସ୍‌ । ଯାହାଫଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସଂପୃକ୍ତ ନିଶାସକ୍ତ ଯାତ୍ରୀ ହୋସ୍‌ରେ ନ ଥିବା ବେଳେ ବସ୍‌ର ଷ୍ଟିଅରିଂ ମୋଡ଼ି ପକାଇଥିଲେ । ଫଳରେ ଆଖି ପିଛୁଳାକେ ଘଟିଥିଲା ଭୟଙ୍କର ଦୁର୍ଘଟଣା  ।

Advertisment

ତେବେ ଏଭଳି ଅଭାବନୀୟ ଘଟଣା ମହାରାଷ୍ଟ୍ରର ମୁମ୍ବାଇରେ ଘଟିଛି। ମୁମ୍ବାଇରେ ଚାଲୁଥିବା ପରିବହନ ବିଭାଗର ଇଲେକ୍ଟ୍ରି ବସ୍‌ରେ ଏପରି ଘଟଣା ଘଟିଛି ।

ବସ୍‌ଟି ଦକ୍ଷିଣ ମୁମ୍ବାଇର ୱେଲାର୍ଡ ପିୟରଠାରୁ ରାଣୀ ଲକ୍ଷ୍ମୀବାଇ ଛକ ଅଭିମୁଖେ ଯାଉଥିଲା। ସେହି ସମୟରେ ବସ୍‌ରେ ଥିବା ଜଣେ ନିଶାସକ୍ତ ଯାତ୍ରୀଙ୍କର ଡ୍ରାଇଭରଙ୍କ ସହ ଝଗଡ଼ା ହୋଇଥିଲା । ଏହାପରେ ନିଜ ହିତାହିତ ଜ୍ଞାନ ଭୁଲି ବସରେ ଯାତ୍ରୀଜଣକ ଗାଡ଼ିର ଷ୍ଟିଅରିଂକୁ ମୋଡ଼ି ଦେଇଥିଲେ। ଫଳରେ ଡ୍ରାଇଭରଙ୍କର ଆଉ ଗାଡ଼ି ଉପରେ ନିୟନ୍ତ୍ରଣ ରହି ନଥିଲା। ଏହାପରେ ଦ୍ରୁତ ବେଗରେ ଯାଇ ଗାଡ଼ିଟି ରାସ୍ତାରେ ଯାଉଥିବା ଗାଡ଼ି ତଥା ଲୋକଙ୍କୁ ଧକ୍କା ଦେଇଥିଲା।

Advertisment

ଏପରିକି ନିୟନ୍ତ୍ରଣ ବାହାରେ ଥିବା ବସ୍‌ଟି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ୨ଟି ବାଇକ୍‌, ଗୋଟିଏ କାର୍‌ ଓ କିଛି ପାଦଚଲା ଲୋକଙ୍କୁ ମାଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ପୋଲିସ ନିଶାଗ୍ରସ୍ତ ଯାତ୍ରୀଙ୍କୁ କାବୁ କରିବା ସହ ଗାଡ଼ିକୁ ଜବତ କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। 

Drunken Driving Bus Accident
Advertisment
Advertisment