ପୁଣି ଏକ ଦୁଃଖଦ ଘଟଣା । ଅଭାବ ନେଇଗଲା ଜୀବନ । ମାଆର ତଣ୍ଟି ଚିପି ମାରିଦେଲା ପୁଅ ! ବାପା ଚାଲିଗଲା ପରେ ପରିବାର ଅଭାବ ଅନଟନରେ ଗତି କରୁଥିଲା । ପ୍ରବଳ ମାନସିକ ଚାପରେ ଗତି କରୁଥିଲା ପରିବାର । ଶତ ଚେଷ୍ଟା ପରେ ବି ସୁଧୁରିଲାନି ସ୍ଥିତି । ଶେଷରେ ମାଆର ଜୀବନ ନେଇଗଲା ପୁଅ । ଆଉ ନିଜ ଜୀବନ ହାରିବାକୁ ନେଲା ନିଷ୍ପତ୍ତି । ଏମିତି ଏକ ଦୁଃଖଦ ଘଟଣା ଦିଲ୍ଲୀ ଦ୍ୱାରକା ଅଞ୍ଚଳରୁ ସାମ୍ନାକୁ ଆସିଛି ।
ପୁରା କାହାଣୀଟି ହେଲା, ଦିଲ୍ଲୀ ଦ୍ୱାରକା ଅଞ୍ଚଳର ବସବି ବିଶ୍ୱାସ ନାମକ ୬୫ ବର୍ଷିୟ ମହିଳା ଅଭାବ କାରଣରୁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ । ଏଥିପାଇଁ ସେ ହାଇପରଟେନ୍ସନ୍ ଟାବ୍ଲେଟ୍ ଖାଇଲେ । ପାଖାପାଖି ୭୦ଟି ଟାବ୍ଲେଟ୍ ଖାଇବା ପରେ ବି ତାଙ୍କ ଜୀବନ ବଞ୍ଚିଯାଇଥିଲା । ମାର୍ଚ୍ଚ ୧୩ ତାରିଖ ରାତି ପ୍ରାୟ ୧୦ଟା ବେଳେ ମହିଳା ଜଣକ ଟାବ୍ଲେଟ୍ ଖାଇଥିବା ବେଳେ ପରଦିନ ସକାଳ ପର୍ଯ୍ୟନ୍ତ ସେ ଜୀବୀତ ଥିଲେ । ଆଉ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ ।
Also Read
ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ !! ନିଜ ମୃତ୍ୟୁର ନିଜେ ରଚିଥିଲେ ଷଡ଼ଯନ୍ତ୍ର !
ମାଆଙ୍କୁ ଏତେ କଷ୍ଟରେ ଦେଖିବା ପରେ ପୁଅ ଅନିର୍ବାଣ ବିଶ୍ୱାସ୍ ନିଜକୁ ସମ୍ଭାଳି ପାରିନଥିଲା । ଫଳରେ ସେ ମାଆଙ୍କୁ ମାରିବାର ନିଷ୍ପତ୍ତି ନେଇଥିଲା । ଆଉ ବେକରେ ପିନ୍ଧା ଯାଉଥିବା ଟାଏରେ ମାଆର ଜୀବନ ନେଇଗଲା । ଖାଲି ସେତିକି ନୁହେଁ ମାଆଙ୍କୁ ହତ୍ୟା କରିବା ପରେ ପୁଅ ନିଜେ ଆତ୍ମହତ୍ୟା କରିବାକୁ ବି ଚେଷ୍ଟା କରିଥିଲା । ହେଲେ ବିଫଳ ହୋଇଥିଲା । ଏନେଇ ପୋଲିସ ସମ୍ପୂର୍ଣ୍ଣ ସୂଚନା ଦେଇଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬.୩୦ରେ ଆତ୍ମହତ୍ୟା ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ସେଠାରେ ମହିଳାଙ୍କ ମୃତଦେହ ବେଡ୍ ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲା । ଏହାସହ ତାଙ୍କ ବେକରେ ଚିହ୍ନ ରହିଥିଲା ଏବଂ ନାକରୁ ରକ୍ତ ବାହାରୁଥିଲା । ଅନ୍ୟପଟେ ଏକ କାନ୍ଥରେ ସୁଇସାଇଡ୍ ନୋଟ ମଧ୍ୟ ଲାଗିଥିଲା । ପୋଲିସ ଘଟଣାସ୍ଥଳରୁ ୭ ପ୍ୟାକେଟ୍ ହାଇପରଟେନ୍ସନ୍ ଟାବ୍ଲେଟ୍ର ଖାଲି ପ୍ୟାକେଟ୍ ମଧ୍ୟ ଜବତ କରିଛି ।
ସେହିଭଳି ପୁଅ ଅନିର୍ବାଣକୁ ଅନ୍ୟ ଏକ ରୁମ୍ରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ ମାଆଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ବିଫଳ ହେଲା ।
ପୋଲିସ ଅନିର୍ବାଣକୁ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ଗିରଫ କରିଛି । ପଚରାଉଚରା ବେଳେ ଅନିର୍ବାଣ ସ୍ୱୀକାର କରିଛିଯେ, ତାଙ୍କ ମାଆ କଷ୍ଟ ପାଉଥିଲେ ବୋଲି ସେ ତାଙ୍କୁ ହତ୍ୟା କରିବାକୁ ବାଧ୍ୟ ହେଲା ।