Advertisment

Train Accident at Lingaraj Station: କଲେଜରୁ ଫେରିଲେ; ଟ୍ରେନ ଆଗକୁ ଡେଇଁପଡ଼ିଲେ

ଗୋତଣ୍ଡା ଗ୍ରାମ ମହାବୀର ନଗରର ବାସିନ୍ଦା ଅଜୟ ଆଚାର୍ଯ୍ୟଙ୍କ ଏକ ମାତ୍ର ପୁଅ ଥିଲେ ତପନ। ସେ ସିଭିରମଣ କଲେଜରେ ପଢ଼ୁଥିଲେ। ହେଲେ ତପନ ନିଜ ଇନଷ୍ଟ୍ରାଗ୍ରାମରେ କଲେଜର ଅନେକ ଝିଅକୁ ଅଶ୍ଲୀଳ ମେସେଜ ଦେଉଥିଲେ।

ଅଦ୍ୟତନ ହୋଇଛି
Jump

Jump

Advertisment

ସହିହେଲାନି କଲେଜ କର୍ତ୍ତୃପକ୍ଷଙ୍କ ନିର୍ଯ୍ୟାତନା। ଟ୍ରେନ ଆଗକୁ ଡେଇଁପଡ଼ିଲେ ଛାତ୍ର। ଏପରି ଅଘଟଣ ଘଟିଛି ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ଷ୍ଟେସନ ନିକଟରେ ।କଲେଜ କର୍ତ୍ତୃପକ୍ଷଙ୍କ ନିର୍ଯ୍ୟାତନା ସହି ନପାରି ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା  ମୃତ ଛାତ୍ରଙ୍କ ପରିବାର ଲୋକ ଅଭିଯୋଗ  କରିଛନ୍ତି। ମୃତ ଛାତ୍ର ଜଣଙ୍କ ହେଲେ ତପନ ଆଚାର୍ଯ୍ୟ(୨୨) ।

Advertisment

ଗୋତଣ୍ଡା ଗ୍ରାମ ମହାବୀର ନଗରର ବାସିନ୍ଦା ଅଜୟ ଆଚାର୍ଯ୍ୟଙ୍କ ଏକ ମାତ୍ର ପୁଅ ଥିଲେ ତପନ। ସେ ସିଭିରମଣ କଲେଜରେ ପଢ଼ୁଥିଲେ। ହେଲେ ତପନ ନିଜ ଇନଷ୍ଟ୍ରାଗ୍ରାମରେ କଲେଜର ଅନେକ ଝିଅକୁ ଅଶ୍ଲୀଳ ମେସେଜ ଦେଉଥିଲେ। ଏନେଇ ଝିଅମାନେ କଲେଜ କର୍ତ୍ତୃପକ୍ଷଙ୍କ ନିକରେ ଅଭିଯୋଗ କରିଥିଲେ। ଗତକାଲି କଲେଜ କର୍ତ୍ତୃପକ୍ଷ ତପନଙ୍କୁ ଡାକି ପଚରାଉଚରା କରିବା ସହ ତାଙ୍କ ମୋବାଇଲ ଚେକ କରିଥିଲେ।

ଅଧିକ ପଢ଼ନ୍ତୁ: ଶ୍ରେଣୀଗୃହରେ ବୁଲିଲା ଅହିରାଜ; ତା’ପରେ...

ଏଥିରେ ତପନ ଝିଅମାନଙ୍କୁ ଅଶ୍ଲୀଳ ମେସେଜ କରିଥିବା ଜଣାପଡ଼ିଥିଲା। ଏହାପରେ କଲେଜ କର୍ତ୍ତୃପକ୍ଷ ତାଙ୍କ ମୋବାଇଲ ସିଲ୍ କରିଦେଇଥିଲେ। ଏଥିସହ ତପନଙ୍କ ବାପାମା’ଙ୍କୁ କଲେଜକୁ ଆସିବାକୁ କହିଥିଲେ। ଏହାପରେ ଗତକାଲି ତପନ କଲେଜରୁ ଫେରି ଆସିଥିଲେ। ଲିଙ୍ଗରାଜ ଷ୍ଟେସନକୁ ଆସି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ।

Advertisment

ବିଳମ୍ବିତ ସମୟ ପର୍ଯ୍ୟନ୍ତ ପୁଅ ଘରକୁ ନ ଫେରିବାରୁ ବହୁତ ଖୋଜାଖୋଜି କରିଥିଲେ ପରିବାର ଲୋକେ। ଏଥିସହ କଲେଜକୁ ଫୋନ କରି ପୁଅ ବିଷୟରେ ପଚାରିଥିଲେ। ବାପାମା’ କଲେଜରୁ ଘଟଣାସଂପର୍କରେ ଜାଣିଥିଲେ। ପରେ ପୁଅକୁ ଖୋଜାଖୋଜି କରିଥିଲେ। ଲିଙ୍ଗରାଜ ଷ୍ଟେସନ ନିକଟରେ ପୁଅର ମୃତଦେହ ମିଳିଥିଲା। ପରେ ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ। ଏଥିସହ କଲେଜ କର୍ତ୍ତୃପକ୍ଷଙ୍କ ନାଁରେ ତମାଣ୍ଡୋ ଥାନାରେ ମାମଲା ରୁଜୁ କରିଥିଲେ। କର୍ତ୍ତୃପକ୍ଷ ନିର୍ଯାତନା ଦେବା ଯୋଗୁ ପୁଅ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଆଜି ମୃତ ଛାତ୍ରଙ୍କ ଶବ ବ୍ୟବଚ୍ଛେଦ କରିଛି ଓ ଏଥିସହ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏନେଇ କଲେଜ କର୍ତ୍ତୃପକ୍ଷ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅଧିକ ପଢନ୍ତୁ: ଅକ୍ଷୟ ତୃତୀୟାରେ କାହିଁକି କରାଯାଏ ଜଳଦାନ, କେଉଁ ଦେବୀଙ୍କୁ ସ୍ମରଣ କରି ବୁଣାହୁଏ ବିହନ

Advertisment
Bhubaneswar Student Suicide Attempt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ