/odishatv-khabar/media/post_attachments/uploadimage/library/16_9/16_9_0/murder_1667895018.jpg)
murder
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ । ସାମାନ୍ୟ ଝଗଡ଼ାରୁ ଚାଲିଗଲା ଜୀବନ । ରାଗରେ ପିଲାଙ୍କ କଥା ଭୁଲି ନିଜ ଘର ଉଜାଡ଼ିଦେଲେ ଯୁବକ । ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ କତାଗୁଡ଼ା ଗାଁରେ । ଅଭିଯୁକ୍ତକୁ ବର୍ତ୍ତମାନ ଅଟକ ରଖି ତଦନ୍ତ କରୁଛି ପୋଲିସ ।
ସୂଚନା ଅନୁସାର ମୃତ ମହିଳା ରାଧା ନାୟକ ଗତକାଲି କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ନିଜ ବାପା ଘର ଗାଁ ପୁକେରୁ ଫେରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟର ରାତିରେ ଝଗଡ଼ା ହୋଇଥିଲା । ଆଉ ଆଜି ସକାଳୁ ସ୍ୱାମୀ ନୀଳକଣ୍ଠ କୌଶଲ୍ୟା ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ସ୍ତ୍ରୀ ମୁଣ୍ଡକୁ ଛୋଟ ମାରିଥିଲା । ପାଖରେ ତିନି ଛୁଆ କାନ୍ଦି କାନ୍ଦି ଗଡ଼ିଯାଉଥିଲେ, ତଥାପି ତା’ର କଠୋର ହୃଦୟ ତରଳି ନଥିଲା ।
ଶେଷରେ ତିନି ଛୁଆ ସାହି ଭାଇକୁ କହିଥିଲେ, ଆଉ ସେମାନେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ମହିଳାଙ୍କର ମୃତ୍ୟୁ ହୋଇଯାଇଥି । ଖବାର ପାଇ କଲ୍ୟାଣସିଂହପୁର ପୋଲିସ ସହିତ ଏସଡିପିଓ ଦେବଜ୍ୟତି ଦାସ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।
(ରିପୋର୍ଟ- ମଉଡ଼ି ବାରିକ, ରାୟଗଡ଼ା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)