Advertisment

ନିଦ ନ ହେବାରୁ ଜୀବନ ହାରିଲେ ନର୍ସିଂ ଛାତ୍ରୀ ! ହାତଲେଖା ଚିଠି ମିଳିବା ପରେ ସମସ୍ତେ ସ୍ତବ୍ଧ

ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣା ଏବେ କମିଶନରେଟ ପୋଲିସ ପାଇଁ ଚିନ୍ତା ବଢାଇଛି।

ଅଦ୍ୟତନ ହୋଇଛି
undefined

Dead nursing student was insomniac

Advertisment

ଭୁବନେଶ୍ୱରରେ ଘରୋଇ ନର୍ସିଂ କଲେଜ୍ ଛାତ୍ରୀଙ୍କ ଆତ୍ମହତ୍ୟା ପଛରେ ଅଜବ କାରଣ। ରାତିରେ ନିଦ ହେଉନଥିବାରୁ ଜୀବନ ଉପରେ ବିତସ୍ପୃହ ହୋଇ ଶେଷରେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ୨୩ ବର୍ଷିୟା ଛାତ୍ରୀ କୁନି କହଁର। ମିଳିଥିବା ଏକ ହାତଲେଖାରୁ ଏକଥା ଜଣାପଡ଼ିଛି। ତେବେ ଏହି ହାତଲେଖାକୁ ନେଇ ପୋଲିସ ତଦନ୍ତ କରୁଥିବାବେଳେ ଯୁବପିଢ଼ିଙ୍କ ମଧ୍ୟରେ ବଢିଚାଲିଥିବା ଆତ୍ମହତ୍ୟା ପ୍ରବଣତା ଏବେ ଚିନ୍ତାର କାରଣ ପାଲଟିଛି।

Advertisment

''ମୋ ମା, ମୋ ପରିବାର, ମୋ ଦିଦି, ମୋ ସାଙ୍ଗସାଥି ସମସ୍ତଙ୍କୁ ମୁଁ କ୍ଷମା ମାଗୁଛି ଏଥିରେ କାହାର ବି ଦୋଷ ନାହିଁ ଯଦି ପୋଲିସ କେସ୍ ହେବ, ତେବେ ଏମାନଙ୍କୁ କଷ୍ଟ ଦେବେ ନାହିଁ। ମୋତେ ନିଦ ଲାଗୁ ନାହିଁ  ଗୋଟିଏ ମୁହୂର୍ତ୍ତ କାଟିବା ପାଇଁ, ବହୁତ କଷ୍ଟ ଲଗୁଛି କିଛି କରିବାକୁ ଇଛା ହେଉନାହିଁ, ଭଗବାନ୍ ମୋତେ ନେଇଯାଅ  SORRY SORRY..''  ଏ ହେଉଛି ସେ ହାତଲେଖା। କୁହାଯାଉଛି, ଆତ୍ମହତ୍ୟା ପୁର୍ବରୁ ଏପରି ଲେଖିଥିଲେ।

ଭୁବନେଶ୍ୱର ଘରୋଇ କଲେଜର ମୃତ ନର୍ସିଂ ଛାତ୍ରୀ କୁନି କୁଅଁର। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଅଞ୍ଚଳର ୨୩ ବର୍ଷୀୟ ନର୍ସିଂ ଛାତ୍ରୀ କୁନି ଭୁବନେଶ୍ୱର ଉପକଣ୍ଠ ଜାମୁକୋଳି ବରକୁଦାସ୍ଥିତ ଏକ ଘରୋଇ କଲେଜରେ ପ୍ରଥମ ବର୍ଷ ନର୍ସିଂରେ ପାଠ ପଢୁଥିଲେ। ଗତକାଲି ସାଙ୍ଗରେ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ କୁନିଙ୍କୁ ଦେଖିଥିଲେ କଲେଜ କର୍ମଚାରୀ। ପରେ ତାଙ୍କ ପରିବାର ଓ ପୋଲିସକୁ ଖବର ଦିଆଯାଇଥିଲା। ପରିବାର ଲୋକେ ପହଞ୍ଚିିବା ପରେ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପଟେ ଏଭଳି ହାତଲେଖା ଏବଂ ମୃତ୍ୟୁର କାରଣ ଖୋଜୁଛନ୍ତି ଉଭୟ ପରିବାର ଓ ପୋଲିସ୍।

Advertisment

ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣା ଏବେ କମିଶନରେଟ ପୋଲିସ ପାଇଁ ଚିନ୍ତା ବଢାଇଛି। ତଥ୍ୟ କହୁଛି- ୨୦୨୦ରେ କେବଳ ରାଜଧାନୀରେ ୩୧୦ ଜଣ ଆତ୍ମହତ୍ୟା ଭଳି ପନ୍ଥା ଆପଣେଇଥିବା ବେଳେ ୨୦୨୧ ରେ ୨୮୨ ଟି ଘଟଣା ସାମ୍ନାକୁ ଆସିଛି। ସେହିପରି ଚଳିତ ବର୍ଷ ଏଯାବତ୍ ୨୨୬ଟି ଘଟଣା ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ଆତ୍ମହତ୍ୟା କରୁଥିବା ବ୍ୟକ୍ତି ମଧ୍ୟରେ ଅଧିକାଂଶ ୧୮ ରୁ ୩୦ ବର୍ଷର ବୋଲି ଜଣାପଡିଛି। ତେବେ କାହିଁକି ବଢୁଛି ଆତ୍ମହତ୍ୟା? କଣ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ଯୁବପିଢି? ବିଶେଷଜ୍ଞଙ୍କ ମତରେ ଆର୍ଥିକ ପରିସ୍ଥିତି, ପ୍ରେମ ଜନିତ ବ୍ୟାପାର, ପାରିବାରିକ ସମସ୍ୟା ଭଳି ପ୍ରମୁଖ କାରଣ ପାଇଁ ଆତ୍ମହତ୍ୟା ବଢୁଛି। ସଠିକ୍ ଭାବରେ କାଉସେଲିଂ ହେଲେ ଏହାକୁ ସାମାନ୍ୟ ପ୍ରତିହତ କରିହେବ।

ବଢୁଥିବା ଆତ୍ମହତ୍ୟାକୁ ଦେଖିଲେ NCRB ସଦ୍ୟତମ ରିପୋର୍ଟ ବେଶ ଚିନ୍ତା ଜନକ। ରାଜ୍ୟରେ ପ୍ରତିଦିନ ହାରାହାରି ଆତ୍ମହତ୍ୟା କରୁଛନ୍ତି ୧୫ରୁ ଅଧିକ ଲୋକ।  ୨୦୨୦ ରେ ରାଜ୍ୟରେ ୫ ହଜାର ୫୪୬ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୧ରେ ଏହି ସଖ୍ୟା ୫ ହଜାର ୬୫୧ରେ ପହଞ୍ଚିଛି। ରିପୋର୍ଟ ଅନୁସାରେ ରାଜ୍ୟରେ ଗତବର୍ଷ ପାରିବାରିକ ସମସ୍ୟାରୁ ୪ ହଜାର ୩୩ ଜଣ ଆତ୍ମହତ୍ୟା କରିଥିବା ବେଳେ ପରୀକ୍ଷାରେ ବିଫଳତା କାରଣରୁ ୧୩୫ ଜଣ, ବିବାହ ଜନିତ ସମସ୍ୟାରୁ ୧୩୪ ଜଣ, ପ୍ରେମ ଜନିତ କାରଣରୁ ୧୩୨ ଏବଂ ପରକୀୟା ପ୍ରୀତିରୁ ୧୩ ଜଣ ଆତ୍ମହତ୍ୟା କରିଛନ୍ତି।

Advertisment

ରିପୋର୍ଟ: ଗୌତମ ପଣ୍ଡା, ଅତୁଲ୍ୟ ବାଉତ ଓ ବିବର୍ତ୍ତନ ପଣ୍ଡା

Nursing Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ