• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିବାହିତ ପ୍ରେମିକା ଚକ୍କରରେ ପଡ଼ି ଅକଳରେ ଯୁବକ । ପ୍ରେମିକାକୁ ଦେଖା କରିବାକୁ ଆସି ଜଣେ ଯୁବକ ଏପରି ଫସିଲେ ଯେ ଥାନାର ହାୱା ଖାଇବାକୁ ପଡ଼ିଲା । ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମିକା ସହ ଏକାନ୍ତରେ ସମୟ ବିତାଇବାକୁ ଆସି ଶାଶୂଘର ଲୋକଙ୍କ ହାତରେ ପଡ଼ିଯାଇଛନ୍ତି ଯୁବକ ଜଣକ । ସିନ୍ଧୂକ ଭିତରୁ ଧରାପଡ଼ିବା ପରେ ତାଙ୍କ ପ୍ରେମ ଥଣ୍ଡା ପଡ଼ିଯାଇଛି । ଶାଶୂଙ୍କ ଚାଲାକି ପାଇଁ ପ୍ରେମିକ ପ୍ରବର ଜଣକ ପୋଲିସ୍‌ ହାତରେ ଧରାପଡ଼ିଛି । ଏବେ ବାବୁଙ୍କୁ ଗିରଫ କରାଯାଇ ହାଜତକୁ ପଠାଇ ଦିଆଯାଇଛି ।

ଅଲିଗଡ଼ର ଟପଲ ଥାନା ଅନ୍ତର୍ଗତ ଖଦିଆ ଖୁର୍ଡ ଗ୍ରାମରେ ଏହି ଘଟଣା ଘଟିଛି । ଜଣେ ପ୍ରେମିକକୁ ନିଜର ବିବାହିତ ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ଯାଇଥିବା ବେଳେ ଏଭଳି ଅଜବ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାତିରେ ସେ ପ୍ରେମିକା ଶାଶୂଘରେ ପହଞ୍ଚିବା ଶବ୍ଦ ଶୁଣି ସମସ୍ତେ ଉଠିଯାଇଥିଲେ । ସମସ୍ତେ ଉଠିଯିବା ପରେ ଧରାପଡ଼ିବା ଭୟରେ ବିବାହିତ ଗର୍ଲଫ୍ରେଣ୍ଡ ପ୍ରେମିକକୁ ଏକ ସିନ୍ଧୂକ ଭିତରେ ଲୁଚାଇ ରଖିଥିଲେ । ପରିବାର ଲୋକ ବୋହୂକୁ ଶବ୍ଦ ଶୁଣିଥିବା କଥା ପଚାରିବାରୁ ସେ କଥାକୁ ଟାଳିବା ପାଇଁ ଚେଷ୍ଟା କରିଥିଲେ । ବିଭିନ୍ନ ପ୍ରକାର କଥା କହି ଭୁଲାଇବାକୁ ଚେଷ୍ଟା କରିଥିଲେ ।

ହେଲେ ଶାଶୂଙ୍କ ମନରେ ସନ୍ଦେହ ହେବାରୁ ପରିବାର ଲୋକ ପୋଲିସକୁ ଡାକିଥିଲେ । ପୋଲିସ୍‌ ଆସି ବୋହୂର କୋଠରୀରେ ଥିବା ସିନ୍ଧୂକରୁ ପ୍ରେମିକକୁ ବାହାର କରିବା ସହ ତାକୁ ପୋଲିସ ଷ୍ଟେସନକୁ ନେଇଯାଇଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ପ୍ରେମିକ ସିନ୍ଧୁକରେ ଲୁଚି ବସିଥିବା ଦେଖିବାକୁ ମିଳିଛି । ତେବେ ଯୁବକ ଜଣକୁ ସିନ୍ଧୁକ ଭିତରେ ଦେଖି ଶାଶୂଘର ଲୋକ ମାରି ଗୋଡ଼ାଇଥିଲେ । ହେଲେ ପୋଲିସ୍‌ ଥିବାରୁ ତା’ର ଜୀବନ ବଞ୍ଚିଯାଇଛି । ଅନ୍ୟପଟେ ଉଭୟଙ୍କ ନାମରେ ଥାନାରେ ଅଭିଯୋଗ କରାଯାଇଛି ।

ସୂଚନା ଅନୁସାରେ, ଯୁବକ ଜଣକ ପ୍ରାୟତଃ ଏପରି ଭାବରେ ଲଗାତାର ପ୍ରେମିକାକୁ ଭେଟିବା ପାଇଁ ଶାଶୂଘରକୁ ଆସୁଥିଲେ । ପରିବାର ସଦସ୍ୟ ଏକଥା ଜାଣିବା ପରେ ତାକୁ ଧରିବା ପାଇଁ ସତର୍କ ହୋଇଯାଇଥିଲେ । ବର୍ତ୍ତମାନ ଏହି ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।