Advertisment

ସୋସିଆଲ୍ ମିଡ଼ିଆର ମାୟାବିନୀଙ୍କ ନୂଆ ଶିକାର: ନ୍ୟୁଡ୍ ଭିଡ଼ିଓ କଲ୍ କରି ଯୁବକଙ୍କୁ ଲଗାଇଲେ ଚୁନା

ମେସେଜ୍‌କୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହେଲା ଚାଟିଂ। ଆଉ ଚାଟିଂ ଭିତରେ ଭିଡ଼ିଓ କଲ୍ ପାଇଁ ଆସିଲା ପ୍ରସ୍ତାବ। ଏତିକିରେ ରାଜି ହେବା କ୍ଷଣି ଉଲଗ୍ନ ଅବସ୍ଥାରେ ଥାଇ ସଂପୃକ୍ତ ଯୁବତୀ ଜଣକ ଭିଡ଼ିଓ କଲ୍ କରିଥିଲେ।

author-image
Chandan Shishu
Cyber fraudster posing as IPS officer dupes Odisha man of Rs 71000

Cyber fraudster posing as IPS officer dupes Odisha man of Rs 71000

ସୋସିଆଲ୍ ମିଡ଼ିଆକୁ ଅସ୍ତ୍ର କରି ମୋବାଇଲ୍‌ରେ ଘୁରି ବୁଲୁଛନ୍ତି ମାୟାବିନୀ। ଆପଣଙ୍କ ସାମାନ୍ୟ ଦୋଷ, ଦୁର୍ବଳତା ଯଦି ସେମାନଙ୍କ ହାତରେ ଧରାପଡ଼ିଯିବ, ଚୁଟକିରେ ଚୁନା ଲଗାଇ ଦେବେ। ନ୍ୟୁଡ୍ ଭିଡ଼ିଓ କଲ୍ ନାଁରେ ଚିତାକଟା ଗ୍ୟାଙ୍ଗ୍ ସମ୍ପର୍କରେ ପୂର୍ବରୁ ଶୁଣିଥିବେ, ଖବର ବି ଦେଖିଥିବେ। ହେଲେ ଏଥର ଜଣେ ଯୁବତୀଙ୍କ ନ୍ୟୁଡ୍ ଭିଡ଼ିଓ କଲ୍ ଯୋଗୁଁ ଜଣେ ଯୁବକ ସର୍ବସ୍ବାନ୍ତ ହେବାକୁ ପଡ଼ିଛି। ସୋସିଆଲ୍ ମିଡ଼ିଆର ମାୟାବିନୀଙ୍କ ଆଉ ଏକ ଶିକାର। ନଗ୍ନ ଶରୀର ଦେଖାଇଲେ, ଗିରଫଦାରୀର ଭୟ ସଞ୍ଚାର କଲେ ଆଉ ତାପରେ ଲୁଟିନେଲେ ହଜାର ହଜାର ଟଙ୍କା। ସାଇବର ଲୁଟ୍‌ର ଚକ୍ରବ୍ୟୁହରେ ଛନ୍ଦି ହୋଇ ସର୍ବସ୍ବାନ୍ତ ହୋଇଥିବା ଜଣେ ଯୁବକ, ଯାହାଙ୍କ ନାଁ ବେଣୁଧର ମୁଦୁଲି। ଘର ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ।

Advertisment

ବେଣୁଧରଙ୍କ ଅଭିଯୋଗ- ଜଣେ ସୁନ୍ଦରୀ ଯୁବତୀଙ୍କ ନଗ୍ନ ଭିଡ଼ିଓ କଲ୍‌ରେ ଫସିଯାଇଛନ୍ତି। ଗିରଫଦାରୀର ଧମକ ପରେ ଭୟରେ ଏକାଧିକ ଆକାଉଣ୍ଟକୁ ଗଣିଦେଇଛନ୍ତି ୭୧ ହଜାର। ଆଉ ଠକେଇର ଶୀକାର ହେବା ପରେ ଚେତା ପଶିବାରୁ ବେଣୁଧର ଏବେ ଭୁବନେଶ୍ୱର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି।ବେଣୁଧର ମୁଦୁଲି, ପେଶାରେ ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍। ବେଣୁଧରଙ୍କ ଅଭିଯୋଗ, କିଛିଦିନ ତଳେ ତାଙ୍କ ପାଖକୁ ସୋସିଆଲ୍ ମିଡ଼ଇା ମାଧ୍ୟମରେ ଜଣେ ଯୁବତୀଙ୍କଠାରୁ ଆସିଥିଲା ଏକ Hi ମେସେଜ୍।

ସେହି ମେସେଜ୍‌କୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହେଲା ଚାଟିଂ। ଆଉ ଚାଟିଂ ଭିତରେ ଭିଡ଼ିଓ କଲ୍ ପାଇଁ ଆସିଲା ପ୍ରସ୍ତାବ। ଏତିକିରେ ରାଜି ହେବା କ୍ଷଣି ଉଲଗ୍ନ ଅବସ୍ଥାରେ ଥାଇ ସଂପୃକ୍ତ ଯୁବତୀ ଜଣକ ଭିଡ଼ିଓ କଲ୍ କରିଥିଲେ। କିଛି ସମୟ କଥାବାର୍ତ୍ତା ଭିତରେ ସେସବୁକୁ ରେକର୍ଡିଂ କରି ପକାଇଲେ ଯୁବତୀ ଜଣକ। ଆଉ ସେହି ଭିଡ଼ିଓ କଲ୍‌କୁ ନେଇ ଆରମ୍ଭ ହେଲା ଲୁଟପାଟର ଗେମ୍ ପ୍ଲାନ୍। ଆସିଲା ଏକ ଫୋନ୍ କଲ୍। ନିଜକୁ ରାଜକୁମାର ମାଲହୋତ୍ରା ଏବଂ ସେ ଦିଲ୍ଲୀର ଜଣେ ଆଇପିଏସ୍ ବୋଲି କହିବା ସହ ଫୋନକଲ୍‌ରେ ଦୁର୍ବୃତ୍ତ ଦେଖାଇଥିଲା ଭୟ। ଭୟରେ ବେଣୁଧର ପ୍ରଥମେ ୫ ଶହ, ପରେ ୨୮ ହଜାର, ତାପରେ ୨୩ ହଜାର। ଏଭଳି ଭାବେ ୪୦ ମିନିଟ୍ ମଧ୍ୟରେ ୭୧ ହଜାର ଟଙ୍କା ନିଜ ଆକାଉଣ୍ଟରୁ ଗଣିଦେଇଥିଲେ।   

Advertisment

ଅଗଷ୍ଟ ୧ ସମାନ ଢଙ୍ଗରେ ଲୁଟ୍ ଘଟଣା ସାମ୍ନାକୁ ଆସିଥିଲା ଭୁବନେଶ୍ୱରରେ। ଏକ ଟେଲିଫୋନ୍ ନେଟୱର୍କ ସଂସ୍ଥାର ଇଞ୍ଜିନିୟର ଜଣକ ୨୫ ଲକ୍ଷ ଟଙ୍କା ହରାଇଥିଲେ। ତାହା ଦେଖିଥିଲେ ଆପଣମାନୋ ଏହାପୂର୍ବରୁ ନୁ୍ୟଡ୍ ଭିଡ଼ିଓ କଲ୍ କରି ଏଭଳି ବହୁ ପୁରୁଷଙ୍କୁ ବୋକା ବନାଇଛନ୍ତି ସୋସିଆଲ୍ ମିଡ଼ିଆର ମାୟାବିନୀ। କିଛି ସାମ୍ନାକୁ ଆସୁଛି ତ ଆଉ କିଛି ଲୋକଲଜ୍ଜା ଭୟରେ ଆଢୁଆଳରେ ରହିଯାଉଛି। ଏଭଳି ଉଦବେଗଜନକ ସାଇବର ଅପରାଧରୁ କେମିତି ବର୍ତ୍ତିବେ।

(ରିପୋର୍ଟ: ଭୁବନେଶ୍ୱରରୁ ଆଲୋକ ମହାନ୍ତି)

Social Media Nude Call
Advertisment
Advertisment