• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାତିଛନ୍ତି ସାଇବର ଲୁଟେରା । କଟକ ର ଜଣେ ଯୁବତୀଙ୍କଠାରୁ ନେଇଗଲେ ୭ ଲକ୍ଷ ୯୫ ହଜାର ଟଙ୍କା । ଏ ନେଇ ସଂପୃକ୍ତ ଯୁବତୀ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି । ସାଇବର ଠକ ସହିତ ପ୍ରଥମେ ଇନଷ୍ଟାଗ୍ରାମରେ ସଂପୃକ୍ତ ଯୁବତୀଙ୍କ ବନ୍ଧୁତା ହୋଇଥିଲା । ଠକ ଜଣକ ସ୍କଟଲାଣ୍ଡର ବୋଲି ପରିଚୟ ଦେଇଥିଲା । ଇଂଜିନିୟର ବୋଲି କହି ବିବାହର ପ୍ରତିଶ୍ରୁତି ଦେଇଥିଲା ।

କେବଳ ଏତିକି ନୁହେଁ କଥାବାର୍ତ୍ତା ମଧ୍ୟରେ ଯୁବତୀଙ୍କ ପାଖକୁ ଗିଫ୍ଟ ପଠାଇଥିବାର କହିଥିଲା ସେହି ଠକ । ଆଉ ଉପହାରଟି ବିମାନ ବନ୍ଦରରେ ଅଛି ଏବଂ ଏହାକୁ ମୁକୁଳାଇବା ପାଇଁ କଷ୍ଟମ ବିଭାଗକୁ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲା । ତା କଥାରେ ଭାସି ଯାଇ ୪ଟି ବ୍ୟାଙ୍କ ଆକାଉଣ୍ଟକୁ ୭ ଲକ୍ଷ ୯୫ ହଜାର ଟଙ୍କା ପଠାଇଛନ୍ତି ସଂପୃକ୍ତ ଯୁବତୀ । ପରେ ଜାଣିଲେ ଯେ, ସେ ଠକେଇର ଶିକାର ହୋଇଛନ୍ତି । ଏହା ପଛରେ ନାଇଜେରିଆ ଗ୍ୟାଙ୍ଗ ବା ଜମତରା ଗ୍ୟାଙ୍ଗର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ, ଜାନୁୟାରୀ ୨୯ ତାରିଖରେ ପଳାସୁଣୀ ପ୍ରାଚୀ ବିହାର ଅଞ୍ଚଳରୁ ଝାଡ଼ଖଣ୍ଡ ଜମତରା ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଗିରଫ କରିଥିଲା ପୋଲିସ୍ । ପରେ ଅଭିଯୁକ୍ତଙ୍କ ଫୋନ୍‌ର ଆଇଏମ୍ଇଆଇ ନମ୍ବର ଏବଂ ସିମ୍ ନମ୍ବର ବିଭିନ୍ନ ରାଜ୍ୟକୁ ସର୍କୁଲେଟ୍ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ସେସବୁ ଫୋନ୍ ଏବଂ ସିମ୍ ବ୍ୟବହାର କରାଯାଇ ପ୍ରାୟ ୨ ବର୍ଷ ଭିତରେ ୭ଟି ରାଜ୍ୟରେ ୫୫ଟି ଠକେଇ ହୋଇଥିଲା । ସେମାନେ ଓଡ଼ିଶାରେ ବେଶ୍‌ କିଛି କିଛି ଦିନ ଧରି ଡେରା ପକାଇ ରାଜ୍ୟ ତଥା ଅନ୍ୟ ରାଜ୍ୟର ଲୋକଙ୍କୁ ଟାର୍ଗେଟ୍‌ କରି ଲୁଟି ଚାଲିଥିଲେ । ତେବେ କିଛି ଦିନ ଚୁପ୍‌ ବସିବା ପରେ ପୁଣି ତରେ ଜମତରା ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଛି ।