/odishatv-khabar/media/post_attachments/uploadimage/library/16_9/16_9_0/s_1691721596.jpg)
Cuttack Excise Police Nabs Liquor Mafia
ଫିଲ୍ମ ଷ୍ଟାଇଲରେ ପୋଲିସ-ମଦ ମାଫିଆ ଗୋଡ଼ାଗୋଡ଼ି। ମଦ ମାଫିଆଙ୍କ ଗାଡ଼ି ପଛୁଆ ଚାଲି ଥିବାବେଳେ ଆଗୁଆ ମାଡ଼ି ଚାଲିଥିଲା କଟକ ଅବକାରୀ ବିଭାଗର ଗାଡ଼ି। କୌଣସି ବଲିଉଡ୍ ଫିଲ୍ମ ଦୃଶ୍ୟରୁ ଏହି ସ୍ଥିତି କମ୍ ନଥିଲା । କିଛି ସମୟ ଧରି ପିଛା କରିବା ପରେ ମୁହାଁମୁହିଁ ଗାଡି ଧକ୍କା ଦେଇ ମାଫିଆଙ୍କ ଗାଡିକୁ ଅଟକାଇଥିଲା ଅବକାରୀ ବିଭାଗ।
#ଫିଲ୍ମ_ଷ୍ଟାଇଲରେ_ପୋଲିସ_ମଦ_ମାଫିଆ_ଗୋଡ଼ାଗୋଡ଼ି
ମଦ ମାଫିଆଙ୍କ ଗାଡ଼ି ପଛୁଆ ଚାଲି ଥିବାବେଳେ ଆଗୁଆ ମାଡ଼ି ଚାଲିଥିଲା କଟକ ଅବକାରୀ ବିଭାଗର ଗାଡ଼ି। କୌଣସି ବଲିଉଡ୍ ଫିଲ୍ମ ଦୃଶ୍ୟରୁ ଏହି ସ୍ଥିତି କମ ନଥିଲା...#Cuttack#Odishapic.twitter.com/8z0pSCRxEW— ଓଟିଭି (@otvkhabar) August 11, 2023
କଟକ ବାରଙ୍ଗ ଅଞ୍ଚଳରେ ମଦ ବୋଝେଇ ଏକ ଭ୍ୟାନ୍କୁ ଅଟକାଇଥିଲା କଟକ ଜିଲ୍ଲା ଅବକାରୀ ବିଭାଗ। ତେବେ ଘଟଣାସ୍ଥଳରୁ ଖସି ଯିବାକୁ ଚେଷ୍ଟା କରିବାବେଳେ ତାକୁ ପିଛା କରି ଧରିଥିଲା ଅବକାରୀ ବିଭାଗ। ଗାଡ଼ିରେ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ପ୍ରାୟ ୧ହଜାର ଲିଟର ଦେଶୀ ମଦ ଜବତ ହୋଇଛି।
କଟକ ଆଠଗଡ଼ ଅଞ୍ଚଳରୁ ବ୍ୟାପକ ପରିମାଣର ବେଆଇନ ମଦ କାରବାର ଚାଲିଥିବାରୁ ଆଗକୁ ମଧ୍ୟ ଚଢ଼ାଉକୁ ଜୋରଦାର କରାଯିବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)