/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757154158.jpg)
Customer Thrashed Inside Private Bank
ବ୍ୟାଙ୍କରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼। ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ଦାଦାଗିରି। ବ୍ୟାଙ୍କ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ମିଶି ଗ୍ରାହକଙ୍କୁ ନିସ୍ତୁକ ପିଟିଛନ୍ତି। କଟକ ମହତାବ ରୋଡରେ ଏକ ଘରୋଇ ବ୍ୟାଙ୍କରେ ଗ୍ରାହକଙ୍କୁ ମାଡ ମାରି ଲହୁଲୁହାଣ କରିଛନ୍ତି। ଏନେଇ ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ଗ୍ରାହକ ଜଣକ ମହତାବ ରୋଡ ଅଞ୍ଚଳର ଦୀପକ ଜେନା। ଏଡି କୋଡ ପାଇଁ ବାରମ୍ବାର ବ୍ୟାଙ୍କକୁ ଯାଇ ହଇରାଣ ହେବା ପରେ ମ୍ୟାନେଜରଙ୍କୁ କହିବାରୁ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲେ। ଗତ ୩ ତାରିଖ ଦିନ ଦୀପକ ବ୍ୟାଙ୍କ ଯାଇ କାହିଁକି ଏ ଡି କୋଡ ପାଇଁ ଡେରି କରୁଛନ୍ତି ବୋଲି ପଚାରିବାରୁ ହଠାତ ଉତ୍ତକ୍ଷୀପ୍ତ ହୋଇ ପଡ଼ିଥିଲେ ବ୍ରାଞ୍ଚ ମ୍ୟାନେଜର । ତାଙ୍କୁ ମାଡ ମାରିବା ସହ ଅନ୍ୟ କିଛି କର୍ମଚାରୀ ମଧ୍ୟ ଏକାଠି ହୋଇ ତାଙ୍କୁ ଆକ୍ରମଣ କରିଥିଲେ। ଦୀପକ ବାଦାମବାଡ଼ି ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ଘରୋଇ ବ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)