Minister Naba Das
ପାଇଖାନା ଟାଙ୍କିରୁ ବାହାରିଲା କି ପ୍ରମାଣ ? ଫିଟିବ କି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ହତ୍ୟାର ଗୁମର ? ଗତକାଲି ରାତିରୁ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଲାଟ୍ରିନ ସ୍ୱରେଜ୍ ଟ୍ୟାଙ୍କ୍ ଖୋଳାଯାଉଥିବା ବେଳେ ଆଜି ପୋଲିସ୍ ହାତରେ ବଡ଼ ସୁରାଗ ଲାଗିଛି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୫ ଦିନ ପରେ ଅଭିଯୁକ୍ତ ଗୋପାଳ ଦାସର ହାତଲେଖା ପାଇଛନ୍ତି ତଦନ୍ତକାରୀ ଅଧିକାରୀ ।
ସ୍ୱରେଜ୍ ଟାଙ୍କିରୁ ୧୨ ଖଣ୍ଡ ହାତଲେଖା ମିଳିଥିବା ସୂଚନା ମିଳିଛି । ରାତି ଅଧିଆ ଅପରେସନ୍ ପରେ ଲାଟ୍ରିନ୍ରେ ଫ୍ଲସ୍ କରିଦେଇଥିବା କାଗଜ ବାହାର କରିଛି ପୋଲିସ୍ । ହାତ ଲେଖା କାଗଜକୁ ଗୋପାଳ ଚିରି ଝାରସୁଗୁଡା ଏୟାରପୋର୍ଟ ଥାନା ଲାଟ୍ରିନରେ ଫ୍ଳସ କରିଥିବାରୁ ତାକୁ କ୍ରାଇମବ୍ରାଞ୍ଚ ଖୋଜୁଥିବା ସୂଚନା ମିଳିଛି । ନାଲି ରଙ୍ଗରେ ଇଂରାଜୀ ଓ ଓଡ଼ିଆରେ ଲେଖାଥିବା କାଗଜ ମିଳିଛି ।
ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲା : ଗୋପାଳଙ୍କୁ ଥାନାକୁ ଆଣି ପୁଣି ନେଇଗଲେ, ହେଲେ . . .
ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ କରିବା ଦିନ ଗୋପାଳକୁ ଏୟାରପୋର୍ଟ ଥାନାରେ ଅଟକ ରଖାଯାଇଥିଲା । ଆଉ ଏହାର ସୁଯୋଗ ନେଇ ଥାନାରେ ଥିବା ବେଳେ ପାଇଖାନା ଯାଇ କାଗଜକୁ ଫ୍ଲସ୍ କରି ଦେଇଥିଲା ଅଭିଯୁକ୍ତ । ଜେରା ସମୟରେ କାଗଜ କଥା ଜଣାପଡ଼ିବା ପରେ ଖୋଜୁଥିଲା କ୍ରାଇମବ୍ରାଞ୍ଚ ।
ସେପଟେ ପାଇଖାନା ଟାଙ୍କିରୁ କାଗଜ ଖଣ୍ଡ ମିଳିବା ପରେ ଛିଡ଼ା ହୋଇଛି ଅନେକ ପ୍ରଶ୍ନ । ସବୁଠୁ ବଡ଼ କଥା ହେଉଛି, ଏହି ଚିଠି ସେ ପୂର୍ବରୁ ଲେଖିଥିଲେ ନା ଥାନାକୁ ଅଣାଯିବା ପରେ ଲେଖିଲେ । ଯଦି ଥାନା ଭିତରେ ଲେଖିଥିଲେ ତାହେଲେ ଅନେକ ସନ୍ଦେହ ଉପୁଜିଛି । ହତ୍ୟା ପରେ ଗୋପାଳଙ୍କୁ ଧରିଥିଲା ପୋଲିସ୍ ।
ତାଙ୍କୁ ସେ ସମୟରେ ଠିକରେ ଯାଞ୍ଚ କରାଯାଇନଥିଲା କି ? କାଗଜ, କଲମ୍ କେଉଁଠୁ ପାଇଲେ ଗୋପାଳ ? ଯଦି, ତାଙ୍କ ପାଖରେ କଲମ ଓ କାଗଜ ଥିଲା, ତାହେଲେ ଚିଠି ଲେଖିଲା ବେଳେ ଥାନାରେ କେହି କିପରି ଦେଖିପାରିଲେନି ? ଏହା ବ୍ୟତୀତ ବି ଆହୁରୀ ଅନେକ ପ୍ରଶ୍ନ ଉଠୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675318427.jpg)