/odishatv-khabar/media/post_attachments/uploadimage/library/16_9/16_9_0/naba_das_1675317194.jpg)
naba das
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ବିତିଲାଣି ୫ ଦିନ । ତଥାପି ଫିଟିପାରୁନି ରହସ୍ୟ । କାହିଁକି ଗୋପାଳ ହତ୍ୟା କଲା ? କଣ ଥିଲା ମନ୍ତ୍ରୀଙ୍କ ଉପରେ ରାଗ? ମନ୍ତ୍ରୀଙ୍କ ପାଖେ ପାଖେ ବୁଲୁଥିବା ପୋଲିସ୍ ଅଧିକାରୀ କାହିଁକି ତାଙ୍କୁ ମାରିଲେ, ଏବେ ତାକୁ ନେଇ ଦେଖାଦେଇଛି ଅନେକ ପ୍ରଶ୍ନ । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ପାଇଖାନା ଟାଙ୍କି ଥିଓରୀ।
ଝାରସୁଗୁଡ଼ା ବିମାନବନ୍ଦର ଥାନାର ସେଫ୍ଟଟି ଟ୍ୟାଙ୍କି ଖୋଳା ଯାଇଛି। ଅଭିଯୁକ୍ତ ଗୋପାଳ ଦାସ ଏଥିରେ କିଛି ଦସ୍ତାବିଜ୍ ପକାଇଥିବା ସନ୍ଦେହରେ ତଦନ୍ତ ହେଉଛି । କ୍ରାଇମବ୍ରାଞ୍ଚର ଏକ ଟିମ୍ ଗତକାଲି ରାତିରୁ ଏହି ସ୍ଥାନରେ ଖୋଳତାଡ଼ କରୁଛନ୍ତି । ଟାଙ୍କିକୁ ସଫା କରି ତନ୍ନ ତନ୍ନ କରି ଖୋଜୁଛି କ୍ରାଇମବ୍ରାଞ୍ଚ ।
ଅଧିକ ପଢ଼ନ୍ତୁ: ପାଇଖାନା ଟାଙ୍କିରୁ ବାହାରିଲା ଗୋପାଳର ହାତଲେଖା
ହେଲେ ସବୁଠୁ ବଡ଼ କଥା ହେଉଛି, ଆଜି ଝାରସୁଗୁଡ଼ା ଏୟାରପୋର୍ଟ ଥାନାକୁ ଗୋପାଳକୁ ଅଣାଯାଇଥିଲା। ହେଲେ ଥାନା ମୁହଁରୁ ହିଁ ତାଙ୍କୁ ଫେରାଇ ନେଇଥିଲେ ତଦନ୍ତକାରୀ ଅଧିକାରୀ । କାହିଁକି ଥାନାକୁ ଆଣିଲେ? ଗୋପାଳଙ୍କୁ ଯଦି ଥାନାକୁ ଆଣିଲେ, କାହିଁକି ଫେରାଇ ନେଲେ ଏବେ ତାକୁ ନେଇ ସନ୍ଦେହ ଉପୁଜିଛି ।
ସେପଟେ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ଥମିନଥିବାବେଳେ ଏବେ ସାମ୍ନାକୁ ଆସିବାରେ ଲାଗିଛି ନବ ଦାସଙ୍କ ସହ ଗୋପାଳଙ୍କ ଭିନ୍ନ ଭିନ୍ନ ଫଟୋ । ନବ ଦାସଙ୍କୁ ଗୁଳି କରିଥିବା ତତ୍କାଳୀନ ASI ଗୋପାଳ ଦାସଙ୍କୁ ଦେଖିବାକୁ ମିଳିଛି ଏକାଧିକ ଫଟୋରେ । ପାଖରେ ରହିଛନ୍ତି ଗୋପାଳ ଦାସ । ସାଙ୍ଗରେ ନବ ଦାସଙ୍କ ନିଲମ୍ବିତ ପିଏସ୍ଓ ବି ଅଛନ୍ତି । ତେବେ ଫଟୋ କେବେକାର ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଫଟୋରୁ ଜଣାପଡୁଛି, ନବ ଦାସଙ୍କ ସହ ଗୋପାଳକୃଷ୍ଣ ଦାସ ପୂର୍ବରୁ ପରିଚିତ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)