Advertisment

Crime Against Women: ନବରଙ୍ଗପୁରରୁ ନେଇ ମହାରାଷ୍ଟ୍ରରେ ବିକୁଥିଲେ, ୧୪ ଦିନ ଗୃହବନ୍ଦୀ ରଖିଥିଲେ..!

'ଅନେକ ପୁରୁଷଙ୍କ ସହ ସଂପର୍କ ରଖିବାକୁ କରାଯାଉଥିଲା ବାଧ୍ୟ’ । ଅଭିଯୁକ୍ତକୁ ଗିରଫ ସହ ମହିଳା ଚାଲାଣ ରାକେଟକୁ ଧରିବାକୁ ଦାବି ।

Crime Against Women

Crime Against Women

Advertisment

ବିବାହିତା ମହିଳାଙ୍କୁ ଅପହରଣ ଓ ଦୁଷ୍କର୍ମ ପରେ ବିକ୍ରି ଉଦ୍ୟମ ଅଭିଯୋଗ। ନବରଙ୍ଗପୁରରୁ ଅପହରଣ ଏବଂ ମହାରାଷ୍ଟ୍ରରେ ବିକ୍ରି ଉଦ୍ୟମ। ୧୪ ଦିନ ଧରି ଗୃହବନ୍ଦୀ ପରେ ମହିଳା ଉଦ୍ଧାର। ନବରଙ୍ଗପୁର ଝରିଗାଁ ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ ପରେ ମହାରାଷ୍ଟ୍ରରେ ବିକ୍ରି ଉଦ୍ୟମ ଅଭିଯୋଗ ହୋଇଛି।

Advertisment

ମହିଳାଙ୍କୁ ସେହି ଗାଁର ବାସୁଦେବ କଲାର ନାମକ ଜଣେ ବ୍ୟକ୍ତି ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ମହାରାଷ୍ଟ୍ରରେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯିବା ସହ ଅନେକ ପୁରୁଷଙ୍କ ସହିତ ସଂପର୍କ ରଖିବାକୁ ବାଧ୍ୟ କରାଯାଉଥିଲା ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି। ଏଭଳି ୧୪ ଦିନ ଧରି ମହିଳାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା।

ନବରଙ୍ଗପୁର ମାତୃ ଆଶ୍ରୟ ଆଶ୍ରମର ଏକ ଟିମ୍ ପୀଡିତାଙ୍କୁ ମହାରାଷ୍ଟ୍ରରୁ ଉଦ୍ଧାର କରିଛି। ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିବା ସହ ଘଟଣା ପଛରେ ଥିବା ମହିଳା ଚାଲାଣ ରାକେଟକୁ ଠାବ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ପୀଡ଼ିତାଙ୍କୁ ପ୍ରଥମେ ରାୟପୁର ଓ ପରେ ମହାରାଷ୍ଟ୍ରର ନାଗପୁର ନେଇଥିଲା ଅଭିଯୁକ୍ତ ଯୁବକ । ସେଠାରେ ଶାରିରୀକ ସମ୍ପର୍କ ରଖିବା ସହ ଗୃହ ବନ୍ଦୀ କରି ରଖିଥିଲା।

Advertisment

ଏହା ସହ ପଢ଼ନ୍ତୁ : ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଗିରଫ; ବ୍ୟବସାୟୀଙ୍କୁ ଧମକ ନେଇ ହୋଇଥିଲା ଅଭିଯୋଗ

ତେବେ କୌଶଳ କ୍ରମେ ମହିଳା ଜଣକ ସେଠାରୁ ଖସି ଆସିଥିଲେ। ସ୍ୱାମୀଙ୍କୁ ଫୋନ୍ କରି ସମସ୍ତ ଘଟଣା ସଂପର୍କରେ ଜଣାଇଥିଲେ। ସେ ନିଖୋଜ ହେବା ନେଇ ଉମରକୋଟ ଥାନାରେ ପୀଡିତାଙ୍କ ସ୍ୱାମୀ ଏତଲା ଦେଇଥିଲେ l ତେବେ ପତ୍ନୀ ଫେରିବା ପରେ ଉମରକୋଟ ଥାନାରେ ଅଭିଯୁକ୍ତ ବାସୁଦେବ କଲାର ନାଁରେ ଅପହରଣ ଓ ଦୁଷ୍କର୍ମ ନେଇ ମହିଳାଙ୍କ ସ୍ୱାମୀ ଏତଲା ଦେଇଛନ୍ତି। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

କିଛି ଦିନ ପୂର୍ବରୁ ଆଉ ଏକ ଲୋମ ଟାଙ୍କୁରା କାହାଣୀ ସାମ୍ନାକୁ ଆସିଥିଲା । ଯେଉଁଥିପାଇଁ କୁହାଗଲା ମା’-ପୁଅ ସମ୍ପର୍କରେ ଲାଗିଲା କଳଙ୍କ । ପାଳିତ ପୁଅ ସହ ପାପ ସମ୍ପର୍କ ରଖୁଥିଲା ମା’ । ବାହାରେ ଅନ୍ୟ କେହି ଜାଣିବା ଭୟରେ ମା’–ପୁଅ ମିଶି ବାପାକୁ କଲେ ହତ୍ୟା । ଏ ଘଟଣା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରୁଥିବ । ଏ ମା’-ପୁଅଙ୍କ ଉପରେ ନିଶ୍ଚୟ ଘୃଣା ଆସୁଥିବ । ହେଲେ ଏମାନେ କାମନା ନିଆଁରେ ଏମିତି ଅନ୍ଧ ହୋଇଯାଇଥିଲେ ଯେ, ସବୁ କିଛି ଛାରଖାର କରିଦେଲେ । ମା’-ପୁଅ ପରି ପବିତ୍ର ସମ୍ପର୍କରେ ଲଗାଇଲେ କଳଙ୍କର ଦାଗ ।

ସେଦିନ ଥିଲା ନଭେମ୍ବର ୧୫ ତାରିଖ । ମନୋଜଙ୍କ ମୃତଦେହ ଘର ଭିତରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଆଉ ଏପରି ମୃତ୍ୟୁର ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ମନୋଜଙ୍କ ସ୍ତ୍ରୀ ଆଉ ଅନ୍ୟମାନଙ୍କୁ ପଚରାଉଚରା କରିଥିଲା । ପୋଲିସର ସନ୍ଧାନ ପରେ ଯାହା ସତ ପଦାକୁ ଆସିଥିଲା ସମସ୍ତଙ୍କୁ ତାଜୁବ କରିଦେଇଥିଲା ।

ପୋଲିସ ପଚରାଉଚରା କରିବା ପରେ ଉଭୟ ମୃତ ମନୋଜଙ୍କ ସ୍ତ୍ରୀ ଓ ୨୩ ବର୍ଷୀୟ ପୋଷ୍ୟ ପୁତ୍ର ସବୁ ସତ କଥା କହିଦେଇଥିଲେ । ସେଦିନ ରାତିରେ ମନୋଜଙ୍କ ସ୍ତ୍ରୀ ତାଙ୍କ ପୋଷ୍ୟ ପୁତ୍ର ରାହୁଲଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ସବୁ ଘଟଣା ନିଜେ ଦେଖିନେଇଥିଲେ ମନୋଜ । ମନୋଜ ଏହା ଜାଣିବା ପରେ କଥା ପ୍ରଘଟ ହେବା ଭୟରେ ଉଭୟ ମା’-ପୁଅ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ।

ଏହା ସହ ପଢ଼ନ୍ତୁ: ପ୍ରେମିକାର ପଡୋଶୀକୁ ମାରିବାକୁ ହେୟାର ଡ୍ରାୟରରେ ଡିଟୋନେଟର ଖଞ୍ଜିଥିଲା ପ୍ରେମିକ

Crime Against Women Rape Women Trafficking
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ