Advertisment

ବାର୍‌ହା ପାଇଁ ଖଞ୍ଜା ଯାଇଥିଲା ବୋମା, ଖାଇଦେଲା ଗାଈ...

ଏବେ ଗାଈଟିର ଅଵସ୍ଥା ସଙ୍କଟାପନ୍ନ ଅଛି ।

author-image
Chandan Shishu
ଅଦ୍ୟତନ ହୋଇଛି
Cow Injured

Cow Injured

କେତେ ନିର୍ଦ୍ଦୟ ଏ ମଣିଷ ! ଖାଇବାକୁ ତ ଟିକିଏ ଦେଲାନି ବରଂ ଖାଦ୍ୟ ବଦଳରେ ରଖିଦେଲା ବୋମା। ମଣିଷ ବାରମ୍ବାର ସାଜୁଛି ପଶୁମାନଙ୍କ ପାଇଁ କାଳ। କେଉଁଠି ବିଷ ପାଇଁ ତ ପୁଣି କେଉଁଠି ବୋମା ପାଇଁ ବିପଦର ସମ୍ମୁଖୀନ ହେଉଛନ୍ତି ପଶୁଜନ୍ତୁ। ଏହି ଖବରଟି ପଢିଲେ ଆପଣଙ୍କ କୋହ ବି ବୋଲ ମାନିବନି। ଖାଦ୍ୟ ଭାବି ଗାଈ ଖାଇଦେଲା ବୋମା। ବାରହା ପାଇଁ ବୋମା ଖଞ୍ଜି ଥିଲେ। ହେଲେ ଘାସ ସହ ଖାଇଦେଲା ଗାଈ। ଯାହା ଫଳରେ ପାଟିରେ ବୋମା ଫୁଟି ଗୁରୁତର ହୋଇଛି ଗାଈ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ କାଠଗଡା଼ ଅଞ୍ଚଳରେ।

Advertisment

ସୂଚନାନୁଯାୟୀ ଗୁରୁବାର ସକାଳେ ମଲାଡ଼ ପଞ୍ଚାୟତର ବାବୁ ଗୌଡ଼ଙ୍କ ଗାଈ କାଠଗଡା଼ ଅଞ୍ଚଳରେ ଏକ ପଡିଆରେ ଚରୁ ଥିବା ବେଳେ ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମାକୁ ଖାଇଦେଇଥିଲା। ଫଳରେ ବୋମା ଫୁଟି ଗାଈର ପାଟିରେ ଗଭୀର ଆଘାତ ଲାଗି ଗୁରୁତର ହୋଇପଡିଥିଲା। ଖବର ପାଇ ସ୍ଥାନୀୟ ପଶୁ ଡାକ୍ତର ବିକାଶ ଚନ୍ଦ୍ର ବେହେରା ଓ ସହଯୋଗୀ ଷ୍ଟାପ ଦେବାଶିଷ ପଲେଇ, ମୋହନ ରେଡି ପହଂଚି ଗାଈଟିକୁ ଚିକିତ୍ସା କରିଥିଲେ।

ଏବେ ଗାଇଟିର ଅଵସ୍ଥା ସଙ୍କଟାପନ୍ନ ଅଛି । ଉକ୍ତ ଅଞ୍ଚଳରେ ବାରହା ଶିକାର ପାଇଁ ବେଆଇନ ଭାବେ ବୋମା ଏବଂ କରେଣ୍ଟ ଲଗାଯାଉଥିବା ବେଳେ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆଯାଉଥିନଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ କିଏ ଏହି ବୋମା ଖଞ୍ଜି ଥିଲା ତାହା ଜଣାପଡିନାହିଁ। ପୂର୍ବରୁ ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ମଧ୍ୟ ଦୁଇଟି ଗାଈଙ୍କ ପାଟି ରେ ବୋମା ଫୁଟି ଉଭୟଙ୍କର ମୃତ୍ୟୁ ଘଟିଥିଲା।

Advertisment

(ରିପୋର୍ଟ: ସିଲୁ ବିଶ୍ୱାଳ, ଖଲ୍ଲିକୋଟ)

Cow Injured
Advertisment
Advertisment